-+91-9937148622 |
prerana_bgr@rediffmail.com |
Tuesday 11th August 2026 |
R.N.I. Regd No. ODIODI/2010/46693
Breaking News
16-Jul-2021
ଲୋଇସିଂହା, (ବିନୋଦ କୁମାର ଦୀପ): ଲୋଇସିଂହ ବ୍ଲକ ଅନ୍ତର୍ଗତ ଯୋଗୀଶର୍ଡl ପଂଚାୟତ ଛେଲବାହାଲ ଗ୍ରାମର ଅସହାୟ ଦମ୍ପତି ଗୁରୁ ଷ।ଣ୍ଢ ଓ ସରସ୍ୱତୀ ଷ।ଣ୍ଢ ଙ୍କୁ ପଶ୍ଚିମ ଓଡିଶା ଯାଦବ ବିକାଶ ପରିଷଦ ସଭାପତି ତଥା ରାଜ୍ୟ ବିଜେଡି ସମ୍ପାଦକ ବଳରାମ ସିଂ ଯାଦବ ଭେଟି ଆର୍ଥିକ ସହାୟତା ଦେବା ସହ ମାଗଣା ଚିକିତ୍ସାର ଵ୍ୟଵସ୍ଥା କରିବାକୁ କହିଥିଵା ଜଣାଯାଇଛି । ସ୍ଵଚନା ଅନୁଯାୟୀ ଗୁରୁ ଷ।ଣ୍ଢ ଓ ସରସ୍ୱତୀ ଷ।ଣ୍ଢଙ୍କ ସନ୍ତାନ ସନ୍ତତି ନ ଥିବା ବେଳେ ଜମିବାଡ଼ି ମଧ୍ୟ ମୋତେ ନାହିଁ । ଯାହା ଫଳରେ ଉକ୍ତ ଦମ୍ପତି ଦୈନନ୍ଦିନ ପେଟ ପରିପୋଷଣ ପାଇଁ ଚିନ୍ତା କରୁଥିବା ବେଳେ ବୃଦ୍ଧ ଗୁରୁଙ୍କୁ ଦୀର୍ଘ ବର୍ଷ ହେଲା ଏକ ଅଜଣା ରୋଗ ଦାଉ ସାଧୁଛି । ଏନେଇ ଉକ୍ତ ଦମ୍ପତି ବେସାହାରା ହୋଇ ପଡିଛନ୍ତି । ଏନେଇ ସ୍ଥାନୀୟ ସମିତି ସଭ୍ୟ ହେମାଳ ମେଶ୍ୱl ପଶ୍ଚିମ ଓଡିଶା ଯାଦବ ବିକାଶ ପରିଷଦ ସଭାପତି ଶ୍ରୀ ସିଂ ଯାଦବଙ୍କ ଦୃଷ୍ଟି ଗୋଚର କରିଥିଲେ । ଫଳରେ ଆଜି ଶ୍ରୀ ସିଂ ଯାଦବ ଛେଲବ।ହ।ଲ ପହଁଚି ଉକ୍ତ ଦମ୍ପତିଙ୍କ ସହ ଆଲୋଚନା କରିଥିଲେ l ସିକିତ୍ସ। ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ ମଧମରେ ଆର୍ଥିକ ସହାୟତା ସହ ମାଗଣା ଚିକିତ୍ସାର ଵ୍ୟଵସ୍ଥା କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ଏହାସହ ନଗଦ ଆକାରରେ ଆର୍ଥିକ ରାଶି ପ୍ରଦାନ କରିଛନ୍ତି । ଏହି ସମୟରେ ବ୍ଲକ ଯାଦବ ସମାଜ ସଭାପତି ନନ୍ଦକିଶୋର ଭୋଇ, ଜିଲ୍ଲା ସମ୍ପାଦକ କୁମର ପାଣ୍ଡେ, କୁଲୁ ଭୋଇ,ନିତ୍ୟାନନ୍ଦ ବେହେରା ସାମିଲ ଥିଲେ । ଶ୍ରୀ ସିଂ ଯାଦବଙ୍କ ଏପରି କାର୍ଯ୍ୟକ୍ରମ ପାଇଁ ଅଞ୍ଚଳବାସୀଙ୍କ ପକ୍ଷରୁ ପ୍ରଶଂସା କରାଯାଇଛି ।