-+91-9937148622 |
prerana_bgr@rediffmail.com |
Saturday 10th October 2026 |
R.N.I. Regd No. ODIODI/2010/46693
Breaking News
15-Jul-2021
ବଲାଙ୍ଗିର(ସନ୍ତୋଷ କୁମାର ଠାକୁର) : ସରକାରଙ୍କ ଦରଦାମ ବୃଦ୍ଧି କୁ ନେଇ ୧୫ ଜୁଲାଇ ସାରା ରାଜ୍ୟରେ ବନ୍ଦ ଡାକରା ଦିଆଯାଇଥିଲା। ଫଲରେ ଆଜି ବଲାଙ୍ଗୀର ଜିଲ୍ଲା ର ସ୍ଥାନେ ସ୍ଥାନେ ଦୋକାନ ବଜାର ବନ୍ଦ ଥିବା ବେଳେ କେତେକ ସ୍ଥାନରେ ଖୋଲା ରହିଥିବା ଦେଖିବାକୁ ମିଳିଛି। ଏହି ପରିପ୍ରେକ୍ଷୀରେ ବଲାଙ୍ଗୀର ଏସ୍ ୟୁ ସି ଆଇ କମ୍ୟୁନିଷ୍ଟ ଦଳ
ଜିଲ୍ଲା ପାଲଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦରଦାମ ବୃଦ୍ଧି କୁ ନେଇ ଧାରଣା ଦେଇଛନ୍ତି । ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ଯାସ ଦର ବୃଦ୍ଧି କୁ ଦୃଢ଼ ନିନ୍ଦା କରିବା ସହ ଯଥାଶିଘ୍ର ଏଗୁଡିକର ଦର ହ୍ରାସ କରିବା ପାଇଁ ଦାବି କରିଛନ୍ତି। ୟୁ ଏ ପିଏ ଏବଂ ଅନ୍ୟାନ୍ୟ ମିଥ୍ଯା କେସରେ ଅଭିଯୁକ୍ତ ସମସ୍ତ ରାଜନୈତିକ ଏବଂ ସାମାଜିକ କର୍ମୀଙ୍କୁ ମୁକ୍ତ କରିବା ପାଇଁ ମଧ୍ୟ ଦାବି କରିଛନ୍ତି । ଯଦି ଦାବି ପୂରଣ ନହେଲେ ଏହି ଆନ୍ଦୋଳନ ଉଗ୍ରରୂପ ନେବ ବୋଲି ଚେତାବନୀ ଦେଇଛନ୍ତି। ଏସ୍ ୟୁ ସି ଆଇ କମ୍ୟୁନିଷ୍ଟ ର ଜିଲ୍ଲା କମିଟି ସମ୍ପାଦକ ସୁନୀଲ ଭୋଇ, ରାଜେନ୍ଦ୍ର ରଣା, ଯୁଗେ ରଣା ଓ ଅନ୍ୟାନ୍ୟ ସଦସ୍ୟ ଏହି ଧାରଣାରେ ଉପସ୍ଥିତ ରହି ସମର୍ଥନ କରିଥିଲେ।