-+91-9937148622 |

prerana_bgr@rediffmail.com |

  Tuesday 15th September 2026 |

| | | |

R.N.I. Regd No. ODIODI/2010/46693

Breaking News

ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||     

HOME   ଜିଲ୍ଲା

ସରକାରଙ୍କ ଆଖି ଆଢୁଆଳ ରେ ବଞ୍ଚିତ କୁଟୁରୁ ଗ୍ରାମବାସୀ

27-Oct-2020



କଳାହାଣ୍ଡି (ତ୍ରିନାଥ ବେଶ୍ରା) :ସରକାର ଗରିବ ନିରୀହ ଲୋକମାନଙ୍କ ପାଇଁ ଅନେକ ଯୋଜନାପରେ ଯୋଜନା କରି ଚାଲୁଛନ୍ତି କିନ୍ତୁ ଏହା ସହର ର ଆଖ ପାଖରେ ଥିବା ଗ୍ରାମ ବାସି ମାନଙ୍କ ପାଇଁ କହିଲେ ,ଭୁଲ ହେବ ନାହିଁ । ସୂଚନା ଅନୁଯାୟୀ, ନିକଟରେ ଏମିତି ଏକ ଗାଁ କୁ ଆମ ଚେନାଲ ପ୍ରତିନିଧି ପରିଦର୍ଶନ କରି ଯାଇଥିଲେ , ସେଠାରେ ଦେଖି ବାକୁ ମିଳିଲା ଯେ, ସ୍ୱାଧୀନତାର ୭୪ ବର୍ଷ ବିତିଯାଇଥଲେ ମଧ୍ୟ ଏବେବି ସରକାରଙ୍କ ମୌଳିକ ସୁବିଧା ସୁଯୋଗରୁ ବଂଚିତ ହୋଇ ରହି ଛନ୍ତି କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ପଛୁଆ ଅଞ୍ଚଳ ବା ଆଦିବାସୀ ଅଞ୍ଚଳ ର ଆମପାଣି ଗ୍ରାମ ପଂଚାୟତ କୁଟୁରୁ ଗ୍ରାମବାସ l ଏକଥା ଆମେ କହୁ ନାହୁଁ, କହୁଛି ଏଠିକାର ବିକାଶ , କହୁଛି ଏଠିକାର ପରିବେଶ, ବିକାଶ ର କଥା କହିଲେ, କହିଲେ ,କୁଳ କୁଟୁମ୍ବ କୁ ଲାଜ, ନ କହିଲେ ଭଲ ସଦୃଶ୍ୟ, ବିକାଶ ନା ରେ ବିକାଶ ହଜି ଯାଇଛି, ରାଜ୍ୟ 

ସରକାର ବିକାଶ ହୋଇଛି ବୋଲି ଡୀଣ୍ଡି ବ ପିଟୁଛନ୍ତି କିନ୍ତୁ ଏହି ଗାଁ କୁ ଯଦି ଆମ ନିର୍ବାଚନ ର ପ୍ରତିନିଧି ଯଦି ଥରେ ଦେଖି ଆସନ୍ତେ ଓ ଏଠିକାର ଚିତ୍ର ଦେଖିଲେ କହି ପାରି ବେ କି ମୁଁ ନିର୍ବାଚିତ ହେଲା ପରେ ଏହି ଗାଁ କୁ କଣ ଦେଉଛି, ସରକାରଙ୍କଯୋଜନାର ବିକାଶ କେତେ ହୋଇଛି ।

ଗାଁ କୁ ଯିବା ପାଇଁ ରାସ୍ତା ନାହିଁ, ଶିକ୍ଷା ,ସ୍ୱାସ୍ଥ୍ୟର କଥା କହିଲେ ନ ସରେ, ସଠିକ ବ୍ୟବସ୍ଥା ନାହିଁ, ଏମିତିକି ବିଦ୍ୟୁତ ମଧ୍ୟ ଗାଁରେ ଲାଗିନାହିଁ ।ଲୋକେ ଡିବିରୀ ଜାଳି ଆଳୁଅ ଦେଖୁ ଛନ୍ତି, 

ପିଇବା ପାଣି ପାଇଁ ଜଙ୍ଗଲ ଝରଣା ପାଣି ହିଁ ସାହା ଭରସା, 

ଏହି ପାଣି ପିଇ ଅନେକ ଲୋକ ବିଭିନ୍ନ ପ୍ରକାର ରୋଗରେ ମଧ୍ୟ ଆକ୍ରାନ୍ତ ହେଉଥିବା ଗ୍ରାମ ବାସି ନେହୁରା ହୋଇ ଆମ ପ୍ରତିନିଧି ଆଗରେ ପ୍ରକାଶ କରିଛନ୍ତି, ।

ସାଧାରଣ ଲୋକ ବା ଗର୍ଭବତୀ ମହିଳା ରୋଗରେ ଆକ୍ରାନ୍ତ ହେଲେ ଚିକିତ୍ସା ପାଇଁ ଡାକ୍ତରଖାନା ନେବାକୁ ୧୦୮ ଆମ୍ବୁଲାସ ମଧ୍ୟ ଗାଁକୁ ଯାଇ ପାରେ ନାହିଁ, ଯାହାଫଳରେ ହିନସ୍ଥା ହୋଇ, ନାହିଁ ନଥିବା ଅସୁବିଧାର ସମ୍ମୁଖୀନର ବଶବର୍ତ୍ତୀ ହୋଇ, ମୃତୁ ମୁଖରେ ମଧ୍ୟ ପଡୁଥିବାର ଗ୍ରାମବାସୀ କହିଛନ୍ତି ।

ଏମିତି କି ରାସନ ଆଣିବା ପାଇଁ ଗ୍ରାମ ପଞ୍ଚାୟତ ଆମପାଣିକୁ ଯିବାକୁ ହେଲେ ପ୍ରାୟ ୨୦ କିମି ଯିବାକୁ ପଡିଥାଏ ।ଯାହାକି ବିରିମୁହାଣ ଘାଟି ଓ ଆମପାଣି ଘାଟି ଅତିକ୍ରମ କଲାପରେ ପଞ୍ଚାୟତ କାର୍ଯ୍ୟଳୟ ରେ ପହଞ୍ଚିପାରୁଛନ୍ତି ।

କୌଣସି କାମ ଧନ୍ଦା ନ ମିଳିବାରୁ ନିଜ ପରିବାର ପୋଷଣ ପାଇଁ ବାଉଁଶ ପାତି ଦ୍ୱାରା ଘରୋଇ ଉପକରଣ ସବୁ ନିର୍ମାଣ କରି ଆମପାଣି,ଓ ପଡୋଶୀ ଜିଲ୍ଲା ନବରଙ୍ଗପୁର ବଜାରକୁ ନେଇ ବିକ୍ରି କରିଥାନ୍ତି, । କିନ୍ତୁ ପରିତାପର ବିଷୟ କୁଟୁରୁ ଗାଁ କୁ ଗମନାଗମନର ସୁବିଧା ନ ଥିବାରୁ ଦୀର୍ଘ ୧୩ କିମି ପାଦରେ ଚାଲି ଚାଲି ଗଲାପରେ ହିଁ ବଜାରକୁ ଯିବା ପାଇଁ ବସ ର ସୁବିଧା ପାଇଥାନ୍ତି ବୋଲି ପ୍ରକାଶ କରି ଛନ୍ତି, ।ପୁଣି ବଜାରରୁ ଫେରି ସେହି ୧୩କିମି ଚାଲି ଚାଲି ଗଲାପରେ ଘରେ ପହଂଚିବା ବେଳ କୁ ରାତି ୧୦ ଟା ହୋଇଯାଉଥିବା କହିଛନ୍ତି । ନହେଲେ ଜଙ୍ଗଲ ରାସ୍ତା ଦେଇ ଯିବା ଭୟ ଥିବାରୁ ପାଖ ଗାଁରେ ରାତ୍ରିଯାପନ କରି ଆରଦିନ ସକାଳେ ନିଜଘରକୁ ପ୍ରତ୍ୟାବର୍ତ୍ତନ କରିଥାନ୍ତି ।

ସ୍ଥାନୀୟ ପ୍ରଶାସନ, ନେତା, ମନ୍ତ୍ରୀ , ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା ଗ୍ରାମବାସୀ କହିଛନ୍ତି ।କେବଳ ନିର୍ବାଚନ ସମୟରେ ହି ନେତା ମାନଙ୍କ ର ଦେଖା ହୋଇ ଥାଏ, ଆସନ୍ତି, ବିକାଶ ର ପ୍ରତିଶୃତି ମଧ୍ୟ ଦେଇ ଥାନ୍ତି, କିନ୍ତୁ ପ୍ରତି ସୃତି ପ୍ରତି ସୃତି ରେ ହିଁ ରହି ଯାଏ, ନିର୍ବାଚନ ସରିଲା ପରେ ଆଉ ଦେଖା ଦିଅନ୍ତି ନାହିଁ ବୋଲି ଆମ ପ୍ରତି ନିଧି ଙ୍କ ଆଗରେ ପ୍ରକାଶ କରି ଛନ୍ତି ଏହି କୁଟୁରୁ ଗ୍ରାମ ର ବାସିନ୍ଦା, 

ସରକାର କୁଟୁରୁ ଗ୍ରାମ ପ୍ରତି ଯଥେଷ୍ଟ ଧ୍ୟାନ ଦେଇ ଉକ୍ତ ଗ୍ରାମକୁ ସମସ୍ତ ସରକାରୀ ସୁବିଧା ଯୋଗାଇ ଦେବା ପାଇଁ ଜ଼ିଲ୍ଲା ପ୍ରଶାସନ, ଠାରେ ଦାବି କରି ଛନ୍ତି, ତେବେ ଆମ ଚେନାଲ ରେ ଏହି ଖବର ପ୍ରସାରଣ ହେଲା ପରେ ସରକାର ଙ୍କ କୁମ୍ଭକର୍ଣ ନିଦ୍ରା କେବେ ଭାଙ୍ଗୁ ଛି, ଓ ଏଠି କାର ଜନତା କେବେବିକାଶ ର ସୁବିଧା ପାଇ ପାରିବେ, ତାହା ଅପେକ୍ଷା ରେ?


News Comment




Photo in News

Advertisment
Lastest News
  ଜିଲ୍ଲା  
ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   15-Sep-2026
  ଜିଲ୍ଲା  
କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   15-Sep-2026
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026

You Might Also Like