-+91-9937148622 |
prerana_bgr@rediffmail.com |
Tuesday 15th September 2026 |
R.N.I. Regd No. ODIODI/2010/46693
Breaking News
26-Oct-2020
ବାମରା:(ପ୍ରେରଣା ଖବର)- ସମ୍ବଲପୁର ଜିଲ୍ଲାର ବାମରା ବ୍ଲକ୍ ଅନ୍ତର୍ଗତ କୁଟାରିମାଲ ପଞ୍ଚାୟତର ବୃବୁଡ଼ା ଗାଁର ମହାବୀର ଧାମ ଛକ ନିକଟରେ ଥିବା ପୂର୍ବତନ ସମିତି ସଭ୍ୟ ବିଜୟ କୁମାର ନାଏକଙ୍କ ତେଜରାତି ଦୋକାନରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ହୋଇଯାଇଥିବାର ଖବର ମିଳିଛି।*
*ମିଳିଥିବା ସୂଚନା ଅନୁଯାୟୀ, ଗତ ଶନିବାର ମଧ୍ୟରାତ୍ରିରେ ବିଜୟ କୁମାର ନାଏକଙ୍କ ତେଜରାତି ଦୋକାନରେ ନିଆଁ ଲାଗିଥିବାର କେତେକ ଲୋକ ଦେଖିବାକୁ ପାଇଥିଲେ। ନିଆଁ ଲିଭାଇବା ସତ୍ତ୍ୱେ ଲକ୍ଷାଧିକ ଟଙ୍କାର ଜିନିଷପତ୍ର ପୋଡ଼ି ନଷ୍ଟ ହୋଇଯାଇଥିଲା। ଏ ନେଇ ବିଜୟ ରବିବାର ଦିନ ଗୋବିନ୍ଦପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ମଧ୍ୟରାତ୍ରିରେ କେହି ଦୁର୍ବୃତ୍ତ ଦୋକାନରେ ନିଆଁ ଲଗାଇ ଦେଇଥିବା ବିଜୟ ସନ୍ଦେହ ପ୍ରକାଶ କରିଛନ୍ତି।
ସେହିଭଳି ରବିବାର ଦିନ ପୂର୍ବାହ୍ନ ସାଢେ଼ ୧୧ ଟାରେ ବାଉଁଶଲଗା ପଞ୍ଚାୟତ ଅନ୍ତର୍ଗତ ସାଲେଟିକିରା ଛକ ନିକଟରେ ଥିବା ସର୍ଗିଡ଼ିହି ଗ୍ରାମର ଏକ ଛୋଟିଆ ଉଠା ଦୋକାନ ମଧ୍ୟ ପୋଡ଼ି ଯାଇଥିବା ଜଣାପଡ଼ିଛି । ଏହାଫଳରେ ଦୋକାନ ଭିତରେ ରଖାଯାଇଥିବା ବିସ୍କୁଟ, ପାଉଁରୁଟି, ସିଗାରେଟ୍, ପାନ ମସଲା, ଚଣା, ବାଦାମ ଓ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ଜଳି ପୋଡ଼ି ପାଉଁଶ ହୋଇଯାଇଛି । ନିଆଁ ଲାଗିବାର କାରଣ ସ୍ପଷ୍ଟ ଜଣା ପଡ଼ି ନଥିବା ବେଳେ, ଏନେଇ ଥାନାରେ ଅଭିଯୋଗ କରାଯାଇନାହିଁ