-+91-9937148622 |
prerana_bgr@rediffmail.com |
Saturday 1st August 2026 |
R.N.I. Regd No. ODIODI/2010/46693
Breaking News
13-Jun-2021
ବୁର୍ଲା,(ସଂଜୀବପାଣିଗ୍ରାହୀଙ୍କରିପୋର୍ଟ): ବୁର୍ଲା ନଗର କଂଗ୍ରେସ ଆନୁକୂଲ୍ୟରେ ତାଲା ବନ୍ଦ ଓ ସମ୍ପୂର୍ଣ୍ଣ ବନ୍ଦ ସମୟରେ ରୋଗୀଙ୍କ ପରିଜନଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ କରାଯାଉଛି I ବୁର୍ଲା କର୍କଟରୋଗ ବିଭାଗ, ଛାତି ଓ ସଂକ୍ରମଣ ରୋଗ ବିଭାଗ ଏବଂ କୋଭିଡ଼ ଡ଼ାକ୍ତରଖାନା ରେ ଶହ ଶହ ସଂଖ୍ୟାରେ ରୋଗୀ ସମ୍ପର୍କୀୟଙ୍କୁ ଖାଦ୍ୟ ବଣ୍ଟନ କରାଯାଇଥିଲା I ବୁର୍ଲା ନଗର କଂଗ୍ରେସ ସଭାପତି ଶିବ ପ୍ରଧାନ ଙ୍କ ନେତୃତ୍ବରେ ହୋଇଥିବା କାର୍ଯ୍ୟକ୍ରମରେ ସମ୍ବଲପୁର ଜିଲା କଂଗ୍ରେସ ସଭାପତି ତଥା ପୂର୍ବତନ ବିଧାୟକ ଅଶ୍ବିନୀ ଗୁରୁ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ I ସମ୍ବଲପୁରର ବରିଷ୍ଠ କଂଗ୍ରେସ ନେତା ଅଶୋକ ସୋନି, ହରି ପାଢ଼ୀ, ଶ୍ରବଣ ମେହେର, ଜିତେନ୍ଦ୍ର ପ୍ରଧାନ, ସଞ୍ଜୀବ ଗଡ଼ିଆ, ରାଜେଶ ମିଶ୍ର, ରାହୁଲ ଶର୍ମା, ରୋହିତ ପ୍ରଧାନ, ଇଶ୍ବର ପ୍ରଧାନ, ଭୁଜ ନାୟକ, ସୁକଟା ନାୟକ, ବିପ୍ଲବ ଚୌଧୂରୀ, ତାପସ ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ I