-+91-9937148622 |
prerana_bgr@rediffmail.com |
Thursday 14th May 2026 |
R.N.I. Regd No. ODIODI/2010/46693
Breaking News
10-Jun-2021
ଦେଓଗାଁ (ପ୍ରେରଣା ଖବର) : ବଲାଙ୍ଗୀର ଜିଲ୍ଲା ଦେଓଗାଁରେ ତହସିଲଦାରଙ୍କୁ ଆକ୍ରମଣ ମାମଲାରେ ଜଣେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ତୋଫାନ ବାଗ ସୂଚନା ପ୍ରଦାନ କରିଛନ୍ତି । ପ୍ରକାଶ ଯେ, ଗତ ୭ ତାରିଖ ଦିନ ଦେଓଗାଁ ଜାତୀୟ ରାଜପଥ ୨୬ ରେ ଚାଷୀମାନେ ଧାନ କିଣାବିକା ଅବ୍ୟବସ୍ଥା ବିରୋଧ କରି ରାସ୍ତା ଅବରୋଧ କରି ରଖିଥିବା ସୂଚନା ପାଇ ଘଟଣା ସ୍ଥଳକୁ ତହସିଲଦାର ଚନ୍ଦ୍ରମଣି ନାଗ ସମାଧାନ ପାଇଁ ପହଞ୍ଚିଥିଲେ । ଉକ୍ତ ସ୍ଥାନରେ ଚାଷୀ ମାନଙ୍କ ସହ ଆଲୋଚନା କରି ସମସ୍ୟା ର ସମାଧାନ ପାଇଁ ଚେଷ୍ଟା କରୁଥିବା ବେଳେ ଦେଓଗାଁ ପେକ୍ସ ର ପୂର୍ବତନ ସଭାପତି ଶୈଳେଶ କୁମାର ସାହୁ ହଠାତ ଉତକ୍ଷିପ୍ତ ହୋଇ ତହସିଲଦାରଙ୍କୁ ଗାଳିଗୁଲଜ କରିବା ସହ ଆକ୍ରମଣ କରିଥିଲେ । ଏ ନେଇ ତହସିଲଦାର ଶ୍ରୀ ନାଗ ଦେଓଗାଁ ଥାନା ରେ ଏତଲା ରୁଜ୍ଜୁ କରିଥିଲେ । ଏତଲା ସଂଖ୍ୟା-୧୧୦ ଅନୁଯାୟୀ ମାମଲାର ତଦନ୍ତ ଆରମ୍ଭ କରି ଉକ୍ତ ଅଭିଯୁକ୍ତ କୈଳାସ ସାହୁଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରି ଥିବା ସୂଚନା ଦିଆଯାଇଛି । ପ୍ରକାଶ ଯେ ଘଟଣାସ୍ଥଳକୁ ଦେଓଗାଁ ଥାନା ଅଧିକାରୀଙ୍କୁ ଫୋନ ଯୋଗେ ଯିବା ନେଇ ତହସିଲଦାର ଜଣାଇଥିବା ବେଳେ ପୋଲିସ ଅନୁପସ୍ଥିତି ଯୋଗୁଁ ଏଭଳି ଆକ୍ରମଣର ଶିକାର ହୋଇଥିଲେ ବୋଲି ଜଣାଇଛନ୍ତି ।