-+91-9937148622 |
prerana_bgr@rediffmail.com |
Thursday 14th May 2026 |
R.N.I. Regd No. ODIODI/2010/46693
Breaking News
10-Jun-2021
କୋକସରା(ତ୍ରିନାଥ ବେଶ୍ରା): କଳାହାଣ୍ଡି ଜିଲ୍ଲା ଆମପାଣି ଥାନା ଅନ୍ତର୍ଗତ ଡେଙ୍ଗାଗୁଡା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।ଗ୍ରାମର ଜଣେ ଯୁବତୀ ଓ ଜଣେ ଯୁବତୀ ଏକ ବରଗଛରେ ବେକରେ ରଶିି ଲଗାଇ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ ମୃତ ଦୁହେଁ ହେଲେ ଗ୍ରାମର ବାମଦେବ ମୁକୁଳିଆଙ୍କ ଝିଅ କୁନ୍ତଳା ଓ ଶିବ ଜୁଏଡ଼ଙ୍କ ପୁଅ କୁନା ଜୁଏଡ଼ ବୋଲି ଜଣାପଡିଛି । ତେବେ ମୃତ ଦୁହିଁଙ୍କର ପାରିପାର୍ଶ୍ୱିକ ପରିସ୍ଥିତିରୁ ଏହା ପ୍ରେମୀଜନିତ ଆତ୍ମହତ୍ୟା ବୋଲି ଅନୁମାନ କରାଯାଉଛି । ଘଟଣାସ୍ଥଳକୁ ବର୍ତ୍ତମାନ ଆମ୍ବପାଣି ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ପ ପହଂଚି ତଦନ୍ତ ଆରମ୍ଭ କରିଛି । ବର୍ତ୍ତମାନ ସୁଦ୍ଧା ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଥିବା ବେଳେ ଝୁଲନ୍ତା ଶବକୁ ପୋଲିସ ଉଦ୍ଧାର କରିଛି ।