-+91-9937148622 |
prerana_bgr@rediffmail.com |
Tuesday 15th September 2026 |
R.N.I. Regd No. ODIODI/2010/46693
Breaking News
03-Jun-2021
ଗଞ୍ଜାମ(ଉମା ମହାରଣା): ଶିଳ ରେ ଛେଚି ସ୍ତ୍ରୀକୁ ହତ୍ୟା ପରେ ସ୍ବାମିର ଆତ୍ମହତ୍ୟା... ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲ ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବେଢ଼ ଛେଲୁ ଗାଁରେ.. ପୋଲିସ ସୂତ୍ର ରୁ ଜଣାପଡ଼ିଛି..ଗତ କାଲି ବିଳମ୍ବିତ ରାତିରେ କୁମ୍ଭାର ସାହିର ପ୍ରଶାନ୍ତ ମୁଦୁଲି ନିଜ ସ୍ତ୍ରୀଙ୍କୁ ଶିଳ ପଥର ରେ ଛେଚି ହତ୍ୟା କରିବା ପରେ ସେ ନିଜ ଫ୍ୟାନ ରେ ଝୁଲି ଆତ୍ମହତ୍ୟା କରିଛି । ଆଜି ସକାଳୁ ସାହି ବାସିନ୍ଦା ଦେଖି ପୋଲିସ କୁ ଖବର ଦେବା ପରେ ପୁରୁଷୋତମପୁର ଥାନା ପୋଲିସ ପହଞ୍ଚିବା ସହ ଆଧିକ ତଦନ୍ତ ଆରମ୍ଭ କରିଛି । ଅନ୍ୟ ପଟେ ସାଇଣ୍ଟିଫିକ ଟିମ ଆସିବା କୁ ଅପେକ୍ଷା କରିଛି । ହେଲେ କେଉଁ କାରଣ ରୁ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ପୋଲିସ ତଦନ୍ତ ପରେ ହୀ ଘଟଣା ସାମ୍ନା କୁ ଆସିବ... ଅନ୍ୟପଟେ ମୃତ ଦମ୍ପତିଙ୍କ ଗୋଟିଏ 18 ର ବର୍ଷର ପୁଅ 13 ବର୍ଷର ଝିଅ ଟେ ଥିବା ଜଣା ପଡିଛି ।