-+91-9937148622 |
prerana_bgr@rediffmail.com |
Tuesday 15th September 2026 |
R.N.I. Regd No. ODIODI/2010/46693
Breaking News
02-Jun-2021
କଟକ : କରୋନା ମହାମାରୀ ପରିଚାଳନା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ ସମସ୍ତ ବ୍ୟବସ୍ଥା କରାଯାଉଥିବା ସମୟରେ କଟକ ସହର ଉପକଣ୍ଠ ବୟାଳିଶମୌଜା ବେଣ୍ଟକାର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏହାର ବ୍ୟତିକ୍ରମ ଦେଖାଯାଇଛି । ସୂଚନା ମୁତାବକ ସ୍ବାସ୍ଥ୍ୟକେନ୍ଦ୍ର
ପାଖରେ ଥିବା ଏକ କୋଠାଘରେ କୋରୋନା ଭୁତାଣୁ ପରୀକ୍ଷା ନମୁନା ସଂଗ୍ରହ ପାଇଁ ପ୍ରତ୍ୟେହ ଶତାଧିକ ରୋଗୀ ନିରାଟ ଖରାରେ ଘଣ୍ଟା ଘଣ୍ଟା କାଳ ଧାଡ଼ିରେ ଠିଆ ହେଉଥିବା ବେଳେ ସେଠାରେ ରୋଗୀଙ୍କ ପାଇଁ ପାନୀୟ ଜଳର ବ୍ୟବସ୍ଥା କି ଛାମୁଣ୍ଡିଆ ଖଣ୍ଡେ ନାହିଁ ଏହି ସମସ୍ୟା ସମ୍ପର୍କରେ ଏବଂ ତାର ସମାଧାନ ଦିଗରେ ସଦର ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଅବଗତ କରାଇବା ସହ କୋଭିଡ଼ ପରିଚାଳନା ଦାଇତ୍ୱରେ ଥିବା ଅଧିକାରୀଙ୍କ ମଧ୍ୟ କଟକର ଅଗ୍ରଣୀ ସାମାଜିକ ସଂଗଠନ "ଉତ୍କଳ ବିକାଶ ପରିଷଦ" ପକ୍ଷରୁ କାର୍ଯ୍ୟକର୍ତା ସମାଜସେବୀ ଅଭିରାମ ଦଳାଇ,ଦୀପକ ଆଚାର୍ଯ୍ୟ,ଅସୀମ ଦାସ,ସଂଭୁ ବୈଠାଳୁ,ଗାନ୍ଧୀଗୁରୁ ଦାସ,ମାନ ଗୋବିନ୍ଦ ପଣ୍ଡା,ଉମାକାନ୍ତ ପୂଜାରୀ
ପ୍ରମୁଖ ଉପସ୍ଥିତରହି ଆଲୋଚନା କରିଛନ୍ତି । ଏହାପରେ ଏହି ସମସ୍ୟାର ଜରୁରୀ କାଳୀନ ଭିତ୍ତିରେ ସମାଧାନ ନିମନ୍ତେ ପଦକ୍ଷେପ ନେବାକୁ ଦାବି କରା ଯାଉଛି । ଯଦି ଏହାର ସମାଧାନ କରାନଯାଏ ତେବେ ଅଗାମୀ ଦିନରେ ସଂଗଠନ ତରଫରୁ ଗଣଧାରଣା ଦିଆଯିବାକୁ ପରିଷଦ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । (ଦୀପକ କୁମାର ଷଡଙ୍ଗୀ ଙ୍କ ରିପୋର୍ଟ)