-+91-9937148622 |
prerana_bgr@rediffmail.com |
Saturday 20th June 2026 |
R.N.I. Regd No. ODIODI/2010/46693
Breaking News
02-Jun-2021
ବଲାଙ୍ଗିର (ପ୍ରେରଣା ଖବର): ବଲାଙ୍ଗୀର ସ୍ୱେଚ୍ଛାସେବୀ ସଂଗଠନ ସବୁ ବେଳେ ଗରିବ, ଦୁଃଖୀ ରଙ୍କିଙ୍କ ସେବାରେ ସମର୍ପିତ ହୋଇ କାମ କରୁଛି l କରୋନା ମହାମାରୀ ସମୟରେ ଏହି ସଂଗଠନ ର ସଭ୍ୟ ମାନେ ବଲାଙ୍ଗିର ସହରରେ ବିଭିନ୍ନ ସଚେତନତାମୂଳକ କାମ କରି ଲୋକଙ୍କ ପ୍ରିୟଭାଜନ ହୋଇପାରିଛନ୍ତି l
ଆଜି ବଲାଙ୍ଗୀର ସ୍ବେଚ୍ଛାସେବୀ ସଂଗଠନର ସଭ୍ୟ ଓ ମହିଳା ଶକ୍ତି ବଲାଂଗୀର ର ସଭ୍ୟଙ୍କ ମିଳିତ ଆନୁକୁଲ୍ୟରେ ବଲାଂଗୀର ସହରର ରେଲୱେ ଷ୍ଟେସନ ପାଖରେ ରେ ରହୁଥିବା ଅସହlୟ ଲୋକ ,ରାଜୀବ ନଗର,ବିଜଖମାନ,କାମକ୍ଷୀ ନଗର, ମଳମୁଣ୍ଡ ,ଠିକାଦାର ପଡା ଓ ବଲାଂଗୀର ର ବିଭିନ୍ନ ସ୍ଥାନକୁ ଯାଇ ସହଯୋଗ ର ହାତ ବଢାଇଥିଲେ l ଅସହlୟ ଅବସ୍ଥାରେ ରହୁଥିବା ଲୋକମାନଙ୍କୁ ପାଖକୁ ଯାଇ ରନ୍ଧା
ଖାଦ୍ୟ ଓ ରନ୍ଧନ ପାଇଁ ଶୁଖିଲା ଖାଦ୍ୟ, ଖାଇବା ଦ୍ରବ୍ୟ, ଆଳୁ, ପିଆଜ, ଚାଉଳ, ଚିନି , ଚାହାପତି , ଯୋଗାଇ ଦେଇଥିଲେ lଆଗାମୀ ଦିନରେ ଅନୁଷ୍ଠାନର ସେବା ଜାରି ରହିବ ବୋଲି ଏହାର କର୍ମକର୍ତ୍ତା ମାନେ କହିଛନ୍ତି ଲ ସ୍ଵେଚ୍ଛାସେବୀ ସଂଗଠନ ର ଏହି ସାଧୁ ଉଦ୍ୟମକୁ ବିଭିନ୍ନ ମହଲରେ ଭୂୟସୀ ପ୍ରଶଂସା କରାଯାଇଛି l