-+91-9937148622 |
prerana_bgr@rediffmail.com |
Friday 19th June 2026 |
R.N.I. Regd No. ODIODI/2010/46693
Breaking News
02-Jun-2021
ବୌଦ୍ଧ, (ଶ୍ରୀବନ୍ତ ମେହେର): ବୌଦ୍ଧ ଜିଲାରେ ଆଜି ମୋଟ ୧୬୬ ଜଣ କରୋନା ପଜିଟିଭଙ୍କ ଚିହ୍ନଟ ହୋଇଛନ୍ତି l ସେଥି ମଧ୍ୟରୁ ହରଭଂଗା ବ୍ଳକ ଲୁଣିବାହାଲ ପଞ୍ଚାୟତ ଅନ୍ତର୍ଗତ ବାରବଣି ଗ୍ରାମରେ ସର୍ବାଧିକ ୩୦ ଜଣ ଚିହ୍ନଟ ହୋଇଛନ୍ତି l ସେଥି ମଧ୍ୟରୁ ବୌଦ୍ଧ ସହରରେ ୬ ଜଣ, ବୌଦ୍ଧ ବ୍ଳକରୁ – ୩୧ ଜଣ, ହରଭଂଗା ବ୍ଳକରୁ – ୮୧ ଜଣ , କଂଟାମାଳ ବ୍ଳକରୁ – ୪୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜିଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରୀତାକାନ୍ତୀ ବଳିଆରସିଂ ସୂଚନା ଦେଇଛନ୍ତି । କରୋନା ରେ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦୩୩୫ ହୋଇଥିବା ବେଳେ ୬୫୬୧ ଜଣ ସୁସ୍ଥ ହୋଇ ସାରିଛନ୍ତି l ସରକାରୀ ସୂଚନା ପ୍ରକାରେ ଜିଲା ରେ ମୋଟ ୪୨ ଜଣ କରୋନା ପଜିଟିଭଙ୍କ ମୃତ୍ୟୁ ହୋଇଅଛି