-+91-9937148622 |
prerana_bgr@rediffmail.com |
Sunday 5th July 2026 |
R.N.I. Regd No. ODIODI/2010/46693
Breaking News
31-May-2021
ବଲାଙ୍ଗିର (ସନ୍ତୋଷ କୁମାର ଠାକୁର) : ବଲାଙ୍ଗୀର ମାଟିର ଗର୍ବ ଓ ଗୌରବ ଅଜୟ କୁମାର ନାଗ। ସେ ଜଣେ ଆଗ ଧାଡ଼ି ର ସମାଜସେବୀ ତଥା ଜଣେ ଉଦୀୟମାନ କୋରୋନା ଯୋଦ୍ଧା। ସେ ଜଣେ ସୁନାମଧନ୍ୟ କଳାକାର ଏବଂ ବଲାଙ୍ଗୀର ସ୍ବେଛାସେବୀ ସଂଗଠନ ର ଜଣେ ନିସ୍ୱାର୍ଥପର ସଦସ୍ୟ। ଏପରି ସମାଜସେବୀ କୁ ପାଇ ବଲାଙ୍ଗୀର ମାଟି ଧନ୍ୟ ହୋଇଛି। ସେ ସବୁ ବେଳେ ସମାଜ ପାଇଁ କାର୍ଯ୍ୟ କରି ନିଜକୁ ଏକ ଉଦାହରଣ ସୃଷ୍ଟି କରିପାରିଛନ୍ତି। ତାଙ୍କ ଜନ୍ମ ଦିବସରେ ସ୍ୱତଃପ୍ରବୃତ୍ତ ନିଜ ଅଙ୍ଗ ଦାନ କରି ଏକ ନିଆରା ଉଦାହରଣ ସୃଷ୍ଟିକରିଛନ୍ତି । ଯାହା କି ଯେତେ ପ୍ରସଂଶା କଲେ ବି କମ ପଡିଯିବ । ସେ ଜଣେ ରକ୍ତଦାତା ହିସାବରେ ମଧ୍ୟ ବଲାଙ୍ଗିର ମାଟିର ଏକ ସୁ ପରିଚିତ ଚେହେରା । ଏହି ମହତ କାର୍ଯ୍ୟ ପାଇଁ ବିଭିନ୍ନ ମହଲ ରୁ ପ୍ରସଂଶା ର ସୁଅ ଛୁଟୁଛି । ସେ ଭୀମଭୋଇ ମେଡିକାଲ କଲେଜ କୁ ଯାଇ ଆସିଷ୍ଟାଣ୍ଟ ପ୍ରଫେସର ମନୋଜ ଦେହୁରୀ ଙ୍କୁ ସାକ୍ଷାତ କରି ଏକ ଆଫିଡେଭିଟ୍ ରେ ନିଜର ସମ୍ପୁର୍ଣ୍ଣ ଶରୀର ଦାନ ଫର୍ମ ପୂରଣ କରିଛନ୍ତି। ଏକ ମହତ କାର୍ଯ୍ୟ କରିଥିବା ହେତୁ ବଲାଙ୍ଗୀର ସ୍ବେଚ୍ଛାସେବୀ ସଂଗଠନ ତରଫରୁ ଧନ୍ୟବାଦ ଜ୍ଞାପନ କରାଯାଇଛି ଓ ଏନେଟୋମି ଏଚ୍. ଓ. ଡି ରାଜଶ୍ରୀ ପଟେଲ ଏଭଳି ମହତ କାର୍ଯ୍ୟ ପାଇଁ ପ୍ରସଂଶା କରିଛନ୍ତି।