-+91-9937148622 |
prerana_bgr@rediffmail.com |
Thursday 17th September 2026 |
R.N.I. Regd No. ODIODI/2010/46693
Breaking News
30-May-2021
ଆଜି ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସପିଟାଲରେ ବିଜେଡି ଦଳ ପକ୍ଷରୁ ରନ୍ଧାଖାଦ୍ଯ ବଣ୍ଟନ କରାଯାଇଛି । କରୋନା ସମୟରେ ଲକଡାଉନ ଓ ସଟଡାଉନ ଚାଲିଥିବାବେଳେ ଆହାର କେନ୍ଦ୍ର ରବିବାର ଦିନ ବନ୍ଦ ରହୁଛି ତେଣୁ ମେଡିକାଲ କୁ ଆସୁଥିବା ରୋଗୀ ମାନଙ୍କ ସମ୍ପର୍କୀୟ ମାନେ ଭୋକରେ ହଇରାଣ ଯେମିତି ନହେବେ ତାକୁ ଆଖି ଆଗରେ ରଖି ବଲାଙ୍ଗିର ର ବିଭିନ୍ନ ଅନୁଷ୍ଠାନ ରନ୍ଧାଖାଦ୍ଯ ବଣ୍ଟନ କରୁଛନ୍ତି ତଥାପି ସମସ୍ତଙ୍କ ପାଖରେ ପହଞ୍ଚିବା କଷ୍ଟ ହେଉଥିବା ଦେଖି ଆଜି ବଲାଙ୍ଗିର ବିଜୁ ଜନତା ଦଳ ପୁର୍ବତନ ମନ୍ତ୍ର୍ରୀ ସାସଂଦ ତଥା ରାଜ୍ଯ ବିଜେଡି ଉପସଭାପତି ଅନଙ୍ଗ ଉଦୟ ସିଂହଦେଓ ଙ୍କ ନିର୍ଦେଶ ରେ ପ୍ରତ୍ଯେକ ରବିବାର ରନ୍ଧାଖାଦ୍ଯ ବଣ୍ଟନ କରିବାକୁ ବିଜୁ ଜନତା ଦଳ ନିଷ୍ପତ୍ତି ନେଇ ଆଜିଠାରୁ ରନ୍ଧାଖାଦ୍ଯ ବଣ୍ଟନ ଆରମ୍ଭ କରିଛନ୍ତି । ଏହି କାର୍ଯ୍ଯକ୍ରମରେ ବିଜୁ ଜନତା ଦଳ ର ସମସ୍ତ ଯୁବ ଛାତ୍ର ଓ ମହିଳା କର୍ମକର୍ତ୍ତା ଉପସ୍ଥିତ ଥିଲେ ।