-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
10-May-2021
କଣ୍ଟାବାଞ୍ଜି(ପ୍ରେରଣା ଖବର) କରୋନା କାଳରେ ମଧ୍ୟ ସୁଦୂର ଦେଓଗାଁ ପାଖ ଗାଁ ଜନକପୁରର ଏବି ନେଗେଟିଭ ବିରଳ ରକ୍ତଗ୍ରୁପର ରକ୍ତଦାତା ଲିଙ୍ଗରାଜ ରାଉତ କଣ୍ଟାବାଞ୍ଜିସ୍ଥିତ ରକ୍ତ
ଭଣ୍ଡାରକୁ ଆସି ରକ୍ତ ଦାନ କରିଥିଲେ।ଜୁନିୟର ରେଡକ୍ରସ ପରାମର୍ଶ ଦାତା ବିରଞ୍ଚି ନାରାୟଣ ଦାଶ ଫୋନ ଯୋଗେ ଯୋଗାଯୋଗ କରିବାରୁ ରକ୍ତଦାତା ଜଣେ ଚାଷୀ ହୋଇଥିଲେ ମଧ୍ୟ ତୁରନ୍ତ ରକ୍ତ ଦେବାକୁ ସ୍ୱଇଛ୍ଛାରେ ଆଗେଇ ଆସିଥିଲେ।ଆଜି କଣ୍ଟାବାଞ୍ଜି ରକ୍ତଭଣ୍ଡାରରେ ରକ୍ତଦାତା ଲିଙ୍ଗରାଜ ରାଉତ,ଶିବ ମେହେର, ଶ୍ରୀୟାଂଶ ରଂଜନ ଗୁରୁ,ନାରାୟଣ ମହାନନ୍ଦ ଆଦି ଏବି ନେଗେଟିଭ, ଓ ପଜିଟିଭ ରକ୍ତ ଦେଇ ବଙ୍ଗୋମୁଣ୍ଡା,ଗଇନ୍ଦିମାଲ,ବିର୍ଣ୍ଣା ଗାଁର ବେଣୁଧର ସମରଥ,
ଶ୍ରୀମତୀ ସାହୁ,ତନ ସାହୁ ଆଦି ରୋଗୀ ମାନଙ୍କର ଜୀବନ ବଞ୍ଚେଇବାରେ ସାହାଯ୍ୟ କରିଥିଲେ।ତେଣୁ ଶ୍ରୀ ଦାଶ ଧନ୍ୟବାଦ ଅର୍ପଣ କରିବା ସହିତ ଶ୍ରୀ ରାଉତଙ୍କ ଭଳି ସ୍ୱଇଛ୍ଛାରେ ରକ୍ତ ଦେବାକୁ ଯୁବ ପିଢି ଆଗେଇ ଆସିଲେ ରକ୍ତର ଅଭାବ ପୂରଣ ହେବ ବୋଲି କହିଥିଲେ।ଆଜିର ରକ୍ତ ଯୋଗାଡ କରିବାରେ ଥମିର ଛତ୍ରିଆ, ଘନଶ୍ୟାମ ମାଝୀ, ପ୍ରଶାନ୍ତ ସାହୁ,କୁନାଲ ଦାସ ଆଦି ସହଯୋଗ କରି ଥିଲେ l