-+91-9937148622 |
prerana_bgr@rediffmail.com |
Sunday 27th September 2026 |
R.N.I. Regd No. ODIODI/2010/46693
Breaking News
09-May-2021
ବରଗଡ଼ (ମୁକୁନ୍ଦ ଦାସ) ବରଗଡ଼ ଜିଲାରେ କରୋନା ସଂକ୍ରମଣ ଅଣାୟତ୍ତ ହୋଇ ପଡିଛି। ଏହାର ମୁକାବିଲା କରିବା ପାଇଁ ରବିବାର ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ତଥା ପଶ୍ଚିମ ଓ ବିକାଶ ପରିଷଦ ଅଧ୍ୟକ୍ଷ ଅସୀତ ତ୍ରିପାଠୀ ବରଗଡ଼ ଗସ୍ତରେ ଆସି ଏହାର ସମୀକ୍ଷା କରିଛନ୍ତି। ବରଗଡ଼ କୋଭିଡ ସ୍ପିଟାଲରେ ଅତିଶୀଘ୍ର ଆହୁରି ୩୦ଟି ଆଇସିୟୁ ଶଯ୍ୟା ଖୋଲିବା
ସହିତ କୋଭିଡ୍ର ଆର୍ଟିପିସିଆର ଟେଷ୍ଟ ପାଇଁ ଏକ ପରୀକ୍ଷାଗାର ଖୋଲାଯିବ ବୋଲି ସେ ସୂଚନା ଦେଇଥିଲେ। ସେହିପରି ୧୫୦ରୁ ଊଦ୍ଧର୍ବ ଅକ୍ସିଜେନ ସିଲିଣ୍ଡର ଅନ୍ୟଜିଲାରୁ ବରଗଡ଼ ଆସୁଛି ଏବଂ ଆଗକୁ ଏହା ଆହୁରି ପର୍ଯ୍ୟାପ୍ତ ପରିମାଣରେ ଆସିବ ବୋଲି ତ୍ରିପାଠୀ କହଛନ୍ତି। ଏହା ସହିତ ବିଜେପୁର, ପଦ୍ମପୁର ଅଞ୍ଚଳର ଯେଉଁ ସରକାରୀ ସ୍ବାସ୍ଥ୍ୟକେନ୍ଦ୍ରରେ ଆଲୋପାଥିକ ଡାକ୍ତରଙ୍କ ଅଭାବ ରହିଛି, ସେଠାରେ ଆଜିଠାରୁ ଆଲୋପାଥିକ ଡାକ୍ତର ଅବସ୍ଥାପିତ କରାଯିବ ବୋଲି ସେ ସୂଚନା ଦେଇଥିଲେ। ସେହିପରି ବିକାଶ ମଲ୍ଟି ସ୍ପେସିଆଲିଟି ହସପିଟାଲରେ ଅତିରିକ୍ତ ୧୫ରୁ ୩୦ଟି ଆଇସିୟୁ ଶଯ୍ୟା ଖୋଲିବା ଦିଗରେ ପଦକ୍ଷେପ ନେବାକୁ ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସମୀକ୍ଷା ବୈଠକରେ ସ୍ବତନ୍ତ୍ର ସ୍ବାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ, ମନ୍ତ୍ରୀ
ସୁଶାନ୍ତ ସିଂ, ରାଜ୍ୟସଭା ଏମ୍ପି ପ୍ରସନ୍ନ ଆଚାର୍ଯ୍ୟ, ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ, ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ, ଜିଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ, ଏସପି ପଦ୍ମିନୀ ସାହୁ ଏବଂ ଜିଲା ସ୍ବାସ୍ଥ୍ୟ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।