-+91-9937148622 |
prerana_bgr@rediffmail.com |
Sunday 27th September 2026 |
R.N.I. Regd No. ODIODI/2010/46693
Breaking News
09-May-2021
ଆସିକା(ଦୀପକ ଗୌଡ଼): ଗଞ୍ଜାମ ଜିଲ୍ଲା ଆସିକା ଅଞ୍ଚଳର ଗୋଲାପଲ୍ଲି ଗାଁରେ ଦେଖିବାକୁ ମିଳିଛି ଏକ ହୃଦୟ ବିଦାରକ ଦୃଶ୍ୟ । ଗାଁର ଶେଷ ମୁଣ୍ଡରେ ଏକାକି ରହୁଥିବା ଝିଲି ସେଟୀ ନାମକ ମହିଳାଙ୍କ ବନ୍ଦ ଘରୁ ଆଜି ମୃତ ଦେହ ମିଳିଛି । ସେ ଗଲା କିଛି ଦିନ ହେବ ଜ୍ଵରରେ ପିଡୀତ ଥିବା ବେଳେ ଗତ କାଲି ରାତିରେ ସେ ମୃତ୍ୟୁବରଣ କରିଛନ୍ତି ବୋଲି ଆସିକା
ପୋଲିସ ସୂଚନା ଦେଇଛନ୍ତି। ହେଲେ ଶିଶୁ କନ୍ୟାର ଖାଦ୍ୟ ନ ମିଳିବାରୁ କାନ୍ଦି ଉଠିବା ପରେ କାନ୍ଦ ସୁର ଶୁଣି ସାହି ପଡିଶା କବାଟ ବାଡେଇଥିଲା ହେଲେ କବାଟ ଖୋଲି ନଥିଲା । ପୋଲିସ ପ୍ରଶାସନ କବାଟ ଖୋଲିଲା ବେଳକୁ ମା ମରିଥିଲା ସତ କିନ୍ତୁ ଶିଶୁ କନ୍ୟା ଟି ଗୁଲୁଗୁଲିଆ ହସରେ ହସି ଉଠୁଥିଲା । ତେବେ ଏହି ହୃଦୟ ବିଦାରକ
ଖବର ପାଇବା ପରେ ପୋଲିସ ଓ ପ୍ରଶାସନ ପହଁଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ଅନୁଧ୍ୟାନ ଆରମ୍ଭ କରିଥିବା ବେଳେ ଦୁଇ ମାସର ଶିଶୁ କନ୍ୟାର ଯତ୍ନ ନେବା ଆରମ୍ଭ କରିଥିଲା । ସମନ୍ଵୟ ଶିଶୁ ବିକାଶର ଅଧିକାରୀ ଙ୍କ ସହାୟତା ରେ ଶିଶୁ କନ୍ୟା ଉଦ୍ଧାର କରିବା ସହ ପ୍ରାଥମିକ ଭାବେ ତାକୁ ମେଡିକାଲରେ ଭର୍ତ୍ତି କରାଯାଇ ଚିକିତ୍ସା ଯୋଗାଇ ଦିଆଯାଇଥିବା ଜଣାପଡିଥିବା ବେଳେ ମୃତ୍ୟୁର ଅସଲ କାରଣ ବ୍ୟବଛେଦ ପରେ ଜଣାପଡିବ ବୋଲି ଆସିକା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ସୂଚନା ଦେଇଛନ୍ତି । ଏପଟେ ଘଟଣାର ମଧ୍ୟ ଅଧିକ ତଦନ୍ତ ଚାଲିଥିବା ବିଡିଓ ରୋଶନ କୁମାର ଶତପଥି କହିଥିବା ବେଳେ ମୃତକଙ୍କ ସ୍ଵାମୀ ସୁରତରେ କାର୍ଯ୍ୟ କରୁଥିବା ଜଣାପଡିଛି ।