-+91-9937148622 |
prerana_bgr@rediffmail.com |
Sunday 27th September 2026 |
R.N.I. Regd No. ODIODI/2010/46693
Breaking News
09-May-2021
ପାଟଣାଗଡ(ପ୍ରେରଣା ଖବର): ମହାମାରୀ କରୋନାକୁ ମାତ୍ ଦେବା ପାଇଁ ରାଜ୍ୟ ସରକାର ଲାଗୁ କରିଥିବା ସପ୍ତାହନ୍ତ ସଟ ଡାଉନ୍ ରେ ଆଜି ପାଟଣାଗଡ଼ରେ ରାସ୍ତାଘାଟ ଶୁନ୍ ଶାନ୍ ହୋଇଯାଇଛି l ତଥାପି କିଛି ଅମାନିଆଙ୍କୁ ସାବାଡ କରିବା ଦିଗରେ ପୋଲିସ କୌଣସି ଅବହେଳା ପ୍ରଦର୍ଶନ କରିନାହିଁ l ରାଜ୍ୟ ସରକାର ୧୪ ଦିନିଆ ଲକଡାଉନ ଘୋଷଣା କରିଥିବା ବେଳେ ସପ୍ତାହର ଶନିବାର ଏବଂ ରବିବାର ଦିନକୁ ସମ୍ପୂର୍ଣ୍ଣ ସଟଡାଉନ ଘୋଷଣା କରାଯାଇଛି । ଏହି ଦୁଇ ଦିନ ପାଇଁ କେବଳ ଅତ୍ୟାବଶ୍ୟକୀୟ ସ୍ଥଳେ ଯାତାୟାତ କରିବା ପାଇଁ ଲୋକଙ୍କୁ ସଚେତନ କରାଯାଉଛି । ତଥାପି କିଛି ଅମାନିଆ ଏହାକୁ ଖାତିର କରୁନାହାନ୍ତି ଏବଂ ବେଧଡକ ଭାବେ ଯାତାୟତ କରୁଛନ୍ତି । ଏଣୁ ପାଟଣାଗଡ ପୋଲିସ ଏହାକୁ ଦୃଷ୍ଟିରେ ରଖି ସହରର ମୁଖ୍ୟ ରାସ୍ତାରେ କଡାକଡି ଭାବେ ଚେକିଂ ଚଳାଇଛି । ହେଲେ ଅମାନିଆ ମାନୁ ନଥିବାରୁ ଗୋଟିଏ ଦିନରେ ଶହେ ଜଣକ ଠାରୁ ଫାଇନ ଆଦୟ କରାଯାଇଛି ।