-+91-9937148622 |
prerana_bgr@rediffmail.com |
Sunday 27th September 2026 |
R.N.I. Regd No. ODIODI/2010/46693
Breaking News
08-May-2021
ସୁବର୍ଣ୍ଣପୁର (ପ୍ରେରଣା ଖବର) : ସୁବର୍ଣ୍ଣପୁର ଜିଲ୍ଲରେ କରୋନା ସଂକ୍ରମିତ ଙ୍କ ସଂଖ୍ୟା ଦିନକୁ ଦିନ ବଢି ଚାଲିଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ଟୀକାକରଣ କମ ଆଗେଇ ଚାଲିଛି l ତେବେ ବଡ କଥା ହେଲା ଜିଲ୍ଲାର ବିଭିନ୍ନ ଟୀକାକରଣ କେନ୍ଦ୍ରରେ ଲୋକେ କୋଭିଡ଼ କଟକଣା କୁ ପାଳନ କରୁ ନାହାନ୍ତି l ଏହି ଚିତ୍ର ହିଁ ବୟାନ କରୁଛି ଯେ ସୁବର୍ଣପୁରରେ ଟୀକାକରଣ ସମୟରେ ଲୋକେ କେତେ ସଚେତନ ଅଛନ୍ତି ? ଆଜି ସୁବର୍ଣ୍ଣପୁର ଟୀକାକରଣ କେନ୍ଦ୍ର ରେ ଲୋକଙ୍କ ପ୍ରବଳ ଭିଡ଼ ଯୋଗୁଁ କରୋନା ଗୋଷ୍ଠୀ ସଂକ୍ରମଣ ର ଆଶା ଆଶଙ୍କା ବଢ଼ାଇଛି l ଭିଡ଼ ଯୋଗୁଁ ଟୀକାକରଣ ଦାଇତ୍ୱରେ ଥିବା ଦୁଇ ସେବିକା ଭଉଣୀ ରମ୍ଭାବତୀ ଓ ଭାମାବତୀଙ୍କୁ ବି ଅଧ ଘଣ୍ଟା ପରେ ପୋଲିସ ସହାୟତା ରେ ଟୀକା ସେଣ୍ଟର ଭିତର କୁ ଯିବାକୁ ପଡିଲା l ତେବେ କାର୍ଯ୍ୟରତ ପୋଲିସ ଭାଇ ମାନଙ୍କ ଢିଲାପଣ ଯୋଗୁଁ ଆଗକୁ ସୁବର୍ଣ୍ଣପୁରରେ କରୋନା ସଂକ୍ରମିତ ଙ୍କ ସଂଖ୍ୟା ବୃଦ୍ଧି ପାଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି l