-+91-9937148622 |

prerana_bgr@rediffmail.com |

  Friday 25th September 2026 |

| | | |

R.N.I. Regd No. ODIODI/2010/46693

Breaking News

ବରପାଲି ତହସିଲ ଛକ ଜୟ ଜଗଦମ୍ବା କ୍ଲବର ଦୁର୍ଗାପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ   (25-Sep-2026)       ||      ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   (25-Sep-2026)       ||      *ଡାବୁଗାଁ ରେଞ୍ଜ ଗିରଲିଗୁଡା ଗ୍ରାମରେ ଭାଲୁ ସୁରକ୍ଷା ଡ୍ୟୁଟି*   (25-Sep-2026)       ||      ଜଳ ଘେରରେ ଥିବା ସାନ ଦହିଭଟା ଓ ବଡ ଦହିଭଟା ପରିଦର୍ଶନ କଲେ ଅତିରିକ୍ତ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ   (25-Sep-2026)       ||      ରାଜ୍ୟପାଳ ପୁରସ୍କାର ପାଇଁ ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟର ରେଡକ୍ରସ ବିଭାଗ ମନୋନୀତ   (25-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   (25-Sep-2026)       ||      ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   (25-Sep-2026)       ||      ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   (25-Sep-2026)       ||      ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ    (25-Sep-2026)       ||      ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   (25-Sep-2026)       ||      ଛତାମଖନା ଡ୍ୟାମ୍ କ୍ଷତି, ଜଙ୍ଗଲ ନିଆଁ, ପ୍ରବାସୀ ଶ୍ରମିକ ଓ MMDR ସଂଶୋଧନକୁ ନେଇ ସରକାରଙ୍କ ତଥ୍ୟ   (25-Sep-2026)       ||      *ବର୍ଷା ଯୋଗୁଁ ସଲଫ ଗଛ ଘର ଉପରେ ପଡିଲା, ଅଳ୍ପକେ ବର୍ତ୍ତିଲେ ୨ ଭାଇ ଭଉଣୀ*   (25-Sep-2026)       ||      ଯୁବଶକ୍ତି ଜାଗ୍ରତ ହେଲେ, ଏଡ୍‌ସ ମୁକ୍ତ ସମାଜ ଗଢ଼ି ହେବ   (25-Sep-2026)       ||      ଲଗାଣ ବର୍ଷାରେ ଧସିଲା ଜାତୀୟ ରାଜପଥ କଡରେ ଥିବା କା ଏମ ଭି ୭୬ ର ପେଟ୍ରୋଲ ପମ୍ପର ସାଇଡ କାନ୍ଥ    (25-Sep-2026)       ||      ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା   (25-Sep-2026)       ||      *ନୂଆଁଖାଇ ଭେଟଘାଟ ପାଇଁ କ୍ଷତ୍ରିୟ ଧାକଡ ସମାଜ କୋର କମିଟି ର ପ୍ରସ୍ତୁତି ବୈଠକ*   (25-Sep-2026)       ||      ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ    (24-Sep-2026)       ||      କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ    (24-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   (24-Sep-2026)       ||      ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   (24-Sep-2026)       ||     

HOME   ଜିଲ୍ଲା

ବରଗଡ ରାୟପୁର ନୂତନ ରେଳ ଲାଇନ ପାଇଁ ପରିବହନ ମନ୍ତ୍ରୀଙ୍କୁ ଦାବିପତ୍ର

04-Apr-2021



ବରଗଡ଼ (ମୁକୁନ୍ଦ ଦାସ): ଆଜି ପରିବହନ ମନ୍ତ୍ରୀ ଶ୍ରୀଯୁକ୍ତ ପଦ୍ମନାଭ ବେହେରାଙ୍କୁ ରାୟପୁର ବରଗଡ ରେଳ ନିର୍ମାଣ ସଂଘର୍ଷ ସମିତିର ସଦସ୍ୟମାନେ ସାକ୍ଷାତକରି ବରଗଡରୁ ରାୟପୁରକୁ ସୋହେଲା, ସରାଇପାଲି, ବସନା ଓ ପିଥୋଡା ଦେଇ ନୂତନ ରେଳପଥ ନିର୍ମାଣ ପାଇଁ ରାଜ୍ୟ ତରଫରୁ ଆନୁଷଙ୍ଗିକ କାର୍ଯ୍ୟ ସହ ରେଳ ମନ୍ତ୍ରାଳୟକୁ ସୁପାରିଶ କରିବାକୁ ଅନୁରୋଧ କରିଥିଲେ। ୧୮୪ କି.ମି. ଦୈର୍ଘ୍ୟ ପ୍ରସ୍ତାବିତ ଏହି ରେଳପଥ ଦ୍ୱାରା ପୁରୀ/ଭୁବନେଶ୍ୱର/ସମ୍ବଲପୁରରୁ ରାୟପୁର/ମୁମ୍ବାଇ/ଅହମଦାବାଦର ଦୂରତ୍ୱ ପ୍ରାୟ ୧୫୦ କି.ମି. ହ୍ରାସ ହେବ। ଦ୍ୱିତୀୟତଃ, ରେଳ ବ୍ୟବଧାନକୁ ଦୃଷ୍ଟିରେ ରଖି ପଶ୍ଚିମ ଓଡିଶାର ମୁଖ୍ୟ ବ୍ୟବସାୟିକ ସହରଗୁଡିକ ଏ ଅଞ୍ଚଳର ସର୍ବବୃହତ ବାଣିଜ୍ୟିକ ନଗର ରାୟପୁରରୁ ସଡକପଥରେ ମାଲ ପରିବହନ କରୁଛନ୍ତି। ଏହି ପ୍ରସ୍ତାବିତ ରେଳପଥ ଦ୍ୱାରା ବ୍ୟବସାୟୀମାନେ ଉପକୃତ ହେବା ସହ ବରଗଡ, ସମ୍ବଲପୁର ଓ ବଲାଙ୍ଗିରର ବ୍ୟବସାୟ ବହୁଗୁଣିତ ହୋଇପାରିବ। ତୃତୀୟତଃ, ପଶ୍ଚିମ ଓଡିଶାବାସୀଙ୍କ ପୂର୍ବ ଛତିଶଗଡ ସହ ପାରିବାରିକ ଓ ବୈବାହିକ ସମ୍ପର୍କର ନିବିଡତା ଦୃଷ୍ଟିରୁ ଏହି ରେଳପଥର ବହୁତ ଗୁରୁତ୍ୱ ରହିଛି। ତେଣୁ, ଏହି ସମସ୍ତ ସାମାଜିକ ଓ ଅର୍ଥନୈତିକ ଦୃଷ୍ଟିକୋଣରୁ ବିଚାର କରି ଏହି ରେଳପଥର ନିର୍ମାଣ ପାଇଁ ରେଳ ମନ୍ତ୍ରାଳୟକୁ ଏହାର ଏକ ସର୍ଭେ କରାଇବା ପାଇଁ ଦାବି କରିବାକୁ ମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଥିଲା। ମନ୍ତ୍ରୀ ଶ୍ରୀଯୁକ୍ତ ବେହେରା ସବୁକଥା ଧ୍ୟାନପୂର୍ବକ ଶୁଣି ଏହି ପ୍ରକଳ୍ପ ଉପରେ ଏକ ଉଚ୍ଚସ୍ତରୀୟ ବୈଠକ କରି ନିଷ୍ପତ୍ତି ନେଇ କେନ୍ଦ୍ରକୁ ଦାବି ପଠାଯିବ ବୋଲି ପ୍ରତିଶୃତି ଦେଇଥିଲେ।
ପୁନଶ୍ଚ, ବହୁ ପ୍ରତୀକ୍ଷିତ ପ୍ରସ୍ତାବିତ ବରଗଡ-ନୂଆପଡା ରେଳପଥ ଏବେ ସବୁଜ ସଙ୍କେତ ପାଇବାର ଶେଷ ପର୍ଯ୍ୟାୟରେ ପହଞ୍ଚିଯାଇଛି। ସଂସଦରେ ରେଳମନ୍ତ୍ରୀ ପିୟୁଷ ଗୋୟଲ ଓଡିଶାର ବିଜେଡି ସାଂସଦ ଡ. ଅମର ପଟ୍ଟନାୟକଙ୍କ ଏକ ପ୍ରଶ୍ନର ଉତ୍ତରରେ କହିଛନ୍ତି ଯେ, ବରଗଡ-ନୂଆପଡା ରେଳପଥ ପାଇଁ ରାଜ୍ୟସରକାରଙ୍କୁ ମାଗଣା ଜମି ଓ ବିସ୍ଥାପନ ବ୍ୟୟ ବହନ କରିବାକୁ ପତ୍ର ଲେଖାଯାଇଛି; କିନ୍ତୁ ଉତ୍ତର ଏ ଯାଏ ଆସିନାହିଁ। ତେଣୁ, ପରିବହନ ମନ୍ତ୍ରୀଙ୍କୁ ଏ ବିଷୟରେ ଅବଗତ କରିବା ସହ ଶୀଘ୍ର ଏହାର ଉତ୍ତର ରାଜ୍ୟ ସରକାରଙ୍କ ତରଫରୁ ପଠାଯିବାକୁ ଅନୁରୋଧ କରାଯାଇଥିଲା। ଏହି ପତ୍ର ରେଳ ମନ୍ତ୍ରାଳୟ ପାଇବା ପରେ ବରଗଡ-ନୂଆପଡା ଭାୟା ପଦ୍ମପୁର ରେଳଲାଇନର ଦୀର୍ଘଦିନର ସ୍ୱପ୍ନ ପୂରଣ ହୋଇପାରିବ। ପରିବହନ ମନ୍ତ୍ରୀ ଶୀଘ୍ର ଏହା ଉପରେ କାର୍ଯ୍ୟ କରାଯିବ ବୋଲି କହିଥିଲେ।
ଆଜିର ଏହି ସାକ୍ଷାତ ଆଲୋଚନା ପାଇଁ ବିଧାୟକ ଶ୍ରୀ ଦେବେଶ ଆଚାର୍ଯ୍ୟ ନିଜେ ପ୍ରୟାସ କରି ଓ ଆଲୋଚନାରେ ଭାଗନେଇ ମନ୍ତ୍ରୀଙ୍କୁ ବୁଝାଇବାରେ ସାହାଯ୍ୟ କରିଥିଲେ। ରାୟପୁର ବରଗଡ ରେଳ ନିର୍ମାଣ ସଂଘର୍ଷ ସମିତି ତରଫରୁ ବରଗଡର କମଳ ଯୋଷୀ, ଅଭିଜିତ ପ୍ରତିହାର, ନିର୍ମଳ କର ଓ ତୁଳସୀ ଦାଶ, ସୋହେଲାର ଗିରିଜେଶ ଖାଡଙ୍ଗା ଓ ସତ୍ୟ ପ୍ରଧାନ ତଥା ସରାଇପାଲିର ଅମର ବଗା, ଦିଲୀପ ଗୁପ୍ତା ଓ ତିଲକରାମ ସାହୁ ଅଂଶଗ୍ରହଣ କରିଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବରପାଲି ତହସିଲ ଛକ ଜୟ ଜଗଦମ୍ବା କ୍ଲବର ଦୁର୍ଗାପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ   25-Sep-2026
  ଜିଲ୍ଲା  
ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   25-Sep-2026
  ଜିଲ୍ଲା  
*ଡାବୁଗାଁ ରେଞ୍ଜ ଗିରଲିଗୁଡା ଗ୍ରାମରେ ଭାଲୁ ସୁରକ୍ଷା ଡ୍ୟୁଟି*   25-Sep-2026
  ଜିଲ୍ଲା  
ଜଳ ଘେରରେ ଥିବା ସାନ ଦହିଭଟା ଓ ବଡ ଦହିଭଟା ପରିଦର୍ଶନ କଲେ ଅତିରିକ୍ତ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ   25-Sep-2026
  ଜିଲ୍ଲା  
ରାଜ୍ୟପାଳ ପୁରସ୍କାର ପାଇଁ ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟର ରେଡକ୍ରସ ବିଭାଗ ମନୋନୀତ   25-Sep-2026
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   25-Sep-2026
  ଜିଲ୍ଲା  
ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   25-Sep-2026
  ଜିଲ୍ଲା  
ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   25-Sep-2026
  ଜିଲ୍ଲା  
ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ   25-Sep-2026
  ଜିଲ୍ଲା  
ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   25-Sep-2026
  ରାଜନୀତି  
ଛତାମଖନା ଡ୍ୟାମ୍ କ୍ଷତି, ଜଙ୍ଗଲ ନିଆଁ, ପ୍ରବାସୀ ଶ୍ରମିକ ଓ MMDR ସଂଶୋଧନକୁ ନେଇ ସରକାରଙ୍କ ତଥ୍ୟ   25-Sep-2026
  ଜିଲ୍ଲା  
*ବର୍ଷା ଯୋଗୁଁ ସଲଫ ଗଛ ଘର ଉପରେ ପଡିଲା, ଅଳ୍ପକେ ବର୍ତ୍ତିଲେ ୨ ଭାଇ ଭଉଣୀ*   25-Sep-2026

You Might Also Like