-+91-9937148622 |
prerana_bgr@rediffmail.com |
Monday 28th September 2026 |
R.N.I. Regd No. ODIODI/2010/46693
Breaking News
27-Mar-2021
ବଲାଙ୍ଗୀର:(ପ୍ରେରଣା ଖବର) - ବଲାଙ୍ଗୀର ସହରର ଆଖପାଖ ଅଞ୍ଚଳରେ ହଜାର ହଜାର ସଂଖ୍ୟାରେ ଇଟାଭାଟି ଗଢି ଉଠିଛି । କାଠ ମାଫିଆ ଜଙ୍ଗଲ କାଠ କାଟି ଇଟାଭାଟି କରୁଥିବା ବେଳେ ଜଙ୍ଗଲ ବିଭାଗ ଫାଇନ କାଟି ଜଙ୍ଗଲ କାଟିବାକୁ ପ୍ରୋତ୍ସାହନ ଦେଉଛି । ପ୍ରମାଣ ସ୍ବରୂପ ଆଜି ସକାଳ ୯ ଘଣ୍ଟା ସମୟରେ ଏସିଏଫ୍ ବାବାଜୀ ଚରଣ ରାଉଳ ଙ୍କ ନିର୍ଦ୍ଦେଶ କ୍ରମେ ତଥା ବଲାଙ୍ଗୀର ରେଞ୍ଜର ବିଜୟ ଖୁଣ୍ଟିଆ ଙ୍କ ତତ୍ତ୍ଵାବଧାନରେ ଏକ ଫରେଷ୍ଟ ମୋବାଇଲ ଦଳ କୁଟୁମ ଡୋଳା ସ୍ଥିତ ନିମାଇ ପଟେଲ ଙ୍କ ଇଟାଭାଟି ରେ ଅତର୍କିତ ଚଢ଼ାଉ କରି କାଠ ଜବତ ସହ ଇଟାଭାଟି ମାଲିକ ଙ୍କ ନାମରେ ଓଡ଼ିଶା ଜଙ୍ଗଲ ଆଇନ ଅନୁଯାୟୀ କେସ ରୁଜୁ କରିବା ପାଇଁ ସ୍ଥାନୀୟ ଫରେଷ୍ଟର ରାମ ଚନ୍ଦ୍ର ନାଏକ ଙ୍କୁ କହି ଚାଲି ଆସିଥିଲେ । ଫରେଷ୍ଟର ରାମ ଚନ୍ଦ୍ର ନାଏକ ନୀମାଇ ପଟେଲ ଙ୍କୁ ବଲାଙ୍ଗୀର ରେଞ୍ଜ ଅଫିସ କୁ ଆଣି ୧୦,୦୦୦ ଟଙ୍କା ର ରସିଦ କାଟି ଛାଡ଼ି ଦେଇଥିଲେ । ଏଭଳି ଲୋକଙ୍କ ପ୍ରତି ଫରେଷ୍ଟର ଙ୍କ ଅନୁକମ୍ପା କାହିଁକି ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହୁଏ । ଲକ୍ଷାଧିକ ଟଙ୍କାର ମିଶ୍ରିତ କାଠ ଗଣ୍ଡି କୁ ମାତ୍ର ୧୦,୦୦୦ ଟଙ୍କାର ରସିଦ କାଟି ଛାଡ଼ିବା ଇଟାଭାଟି ମାଲିକ କୁ ଜଙ୍ଗଲ କାଟିବାକୁ ଏକ ଖୋରାକ ଯୋଗାଇଛି । ୫୦ରୁ ୬୦ ଖଣ୍ଡ କାଠ ଗଣ୍ଡୀ କୁ ଜବତ I
କରିବା ପରିବର୍ତ୍ତେ ଉକ୍ତ କାଠ କୁ ଭାଟି ରେ ଜାଳିବା ପାଇଁ ଛାଡ଼ି ଚାଲି ଆସିଥିଲେ । ଜଙ୍ଗଲ କାଟିବା ଏକ ଅପରାଧ । ଇତି ମଧ୍ୟରେ ବଲାଙ୍ଗୀର ରେଞ୍ଜର ବିଜୟ ଖୁଣ୍ଟିଆ ଜଣେ ଲୋକକୁ ଜଙ୍ଗଲ ଭିତରେ ମାଚିସ ଧରି ବୁଲୁଥିବା ଦେଖି ତା ନାମରେ ଜଙ୍ଗଲ ଆଇନ ଅନୁଯାୟୀ କେସ କରିଥିଲେ । ତେବେ ନିମାଇଁ ପଟେଲ କଣ ଆଇନ ର ଉର୍ଦ୍ଧ୍ବ ରେ କୀ ବୋଲି ପ୍ରଶ୍ନ ହୁଏ । ଗଛ କାଟି ଇଟାଭାଟି କରୁଥିବା ଗଛ ଚୋର ମାନଙ୍କ ନାମରେ କେସ ରୁଜୁ ତଥା ଗଛ ଜବତ ନ କରିବା ଯୋଗୁ ଆଗାମୀ ଦିନରେ ବଲାଙ୍ଗୀର ଜଙ୍ଗଲ ଶୂନ୍ୟ ହୋଇଯିବ । ଆଜିର ଚଢ଼ାଉ ରେ ହର୍ଡାତାଲ ବିଟ ଗାର୍ଡ ଶରତ ନାଏକ , ଚନ୍ଦନ ଭାଟି ବିଟ ଗାର୍ଡ ବସନ୍ତ ମହାକୁର , ବ୍ରାହ୍ମଣୀ ଦୁଙ୍ଗୁରି ବିଟ ଗାର୍ଡ ସୁମିତ୍ରା ମୁଣ୍ଡା , ବଲାଙ୍ଗୀର ଫରେଷ୍ଟର ବ୍ୟାସଦେବ ସାହୁ , ଜଣେ ହାବିଲଦାର , କନେଷ୍ଟବଳ ଦୁଇ ଜଣ ସହ ଫରେଷ୍ଟ ମୋବାଇଲ ଦଳ ଚଢାଉ କରିଥିଲେ l ସ୍ଥାନୀୟ ଫରେଷ୍ଟର ରାମଚନ୍ଦ୍ର ନାୟକ ସମସ୍ତ କାର୍ଯ୍ୟରେ ସହଯୋଗ କରିଥିଲେ l ବଲାଙ୍ଗିର ଏ ସି ଏଫ୍ ବାବାଜୀ ଚରଣ ରାଉଳଙ୍କ ବଳିଷ୍ଠ ପଦକ୍ଷେପକୁ ଅଂଚଳବାସୀ ପ୍ରସଂଶା କରିଛନ୍ତି l