-+91-9937148622 |
prerana_bgr@rediffmail.com |
Friday 15th May 2026 |
R.N.I. Regd No. ODIODI/2010/46693
Breaking News
25-Mar-2021
ବଲାଙ୍ଗିର(ପ୍ରେରଣା ଖବର) ଚାକିରି ନିୟମିତ କରିବା ଦାବିରେ ଜିଲ୍ଲାପାଳଙ୍କ ଅଫିସ ଘେରିଲେ ଶିକ୍ଷା ସହାୟକ । ଦୀର୍ଘ ୭ ବର୍ଷ ହେଲା କାମ କଲେଣି । ହେଲେ ନିୟମିତ କରାଯାଉନାହିଁ । ତେଣୁ ତୁରନ୍ତ ନିୟମିତ କରିବାକୁ ଦାବି କରି ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନାରାବାଜି କରିଥିଲେ ସେମାନଙ୍କ ଅଭିଯୋଗ ହେଲା, ଗତ ଫେବୃଆରୀରେ ଶିକ୍ଷା ସହାୟକଙ୍କୁ ନିୟମିତ କରିକୁ ସରକାର ଚିଠି କରିଛନ୍ତି । ହେଲେ ଜିଲ୍ଲା ଶିକ୍ଷା ବିଭାଗ ନିୟମିତ କରୁନାହିଁ । ଏନେଇ ବିକ୍ଷୋଭ କରାଯାଇଥିଲା । ଆଗାମୀ ୨୩ ତାରିଖ ମଧ୍ୟରେ ଦାବି ପୂରଣ ନହୁଏ, ତେବେ ଜୋରଦାର ଆନ୍ଦୋଳନ ହେବ ବୋଲି କହିଛନ୍ତି ।