-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
24-Mar-2021
(ପ୍ରେରଣା ଖବର) ଦେଶରେ ପୁଣି କରୋନା ଆକ୍ରାନ୍ତଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ଭାରତରେ ୨୪ ଘଣ୍ଟାରେ ଆଉ ୪୭ ହଜାର ୨୬୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୭୫ ଜଣଙ୍କ ମୃତ୍ଯୁ ଘଟିଛି। ଦେଶରେ ମୋଟ ଉପାଇ ମୃତ୍ଯୁ ସଂଖ୍ଯା ୧ ଲକ୍ଷ ୬୦ ହଜାର ୪୪୧କୁ ବୃଦ୍ଧି ପାଇଥିବା ବେଳେ ମୋଟ ସଂକ୍ରମିତଙ୍କ ସଂଖ୍ଯା ୧ କୋଟି ୧୭ ଲକ୍ଷ ୩୪ ହଜାର ୦୫୮ରେ ପହଞ୍ଚିଛି। ସେହିପରି ଦିନକରେ ୨୩,୯୦୭ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ମୋଟ ୧ କୋଟି ୧୨ ଲକ୍ଷ ୦୫ ହଜାର ୧୬୦ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ୩ ଲକ୍ଷ ୬୮ ହଜାର ୪୫୭ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳାୟ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିଳିଛି।