-+91-9937148622 |

prerana_bgr@rediffmail.com |

  Saturday 26th September 2026 |

| | | |

R.N.I. Regd No. ODIODI/2010/46693

Breaking News

ବରପାଲିରେ ପାରମ୍ପରିକ ଅନନ୍ତ ନାରାୟଣ ପୂଜା ଅନୁଷ୍ଠିତ   (26-Sep-2026)       ||      କୁର୍ଶୁଡ ଗ୍ରାମ ପଞ୍ଚାୟତ ଦ୍ଵାରା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ    (26-Sep-2026)       ||      ବିରିସଲା ମନ୍ଦର ନିକଟରେ ଅଜଣା ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର   (26-Sep-2026)       ||      ସାହାଣୀ କପ୍ ଫୁଟବଲ୍ ତୃତୀୟ ଦିଵସ ପ୍ରଥମ ମ୍ୟାଚ୍ କଟକ ଦଳ ୬-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ଖୋର୍ଦ୍ଧା ଦଳ ୯-୨ .ଗୋଲ ରେ ଵିଜୟୀ   (26-Sep-2026)       ||      ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ   (26-Sep-2026)       ||      ଭକ୍ତିମୟ ପରିବେଶ, କଣ୍ଟାମାଳରେ ବ୍ରହ୍ମ ସମାଜର ଅନ୍ତଃମୁଖୀ ମହାଯଜ୍ଞ    (26-Sep-2026)       ||      ରାଜ୍ୟରେ ସମବାୟ ବ୍ୟବସ୍ଥା ସୁଦୃଢ଼ ହେବ ♦️ ରାଜ୍ୟବ୍ୟାପୀ ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ    (25-Sep-2026)       ||      ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ   (25-Sep-2026)       ||      ବରପାଲି ତହସିଲ ଛକ ଜୟ ଜଗଦମ୍ବା କ୍ଲବର ଦୁର୍ଗାପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ   (25-Sep-2026)       ||      ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   (25-Sep-2026)       ||      *ଡାବୁଗାଁ ରେଞ୍ଜ ଗିରଲିଗୁଡା ଗ୍ରାମରେ ଭାଲୁ ସୁରକ୍ଷା ଡ୍ୟୁଟି*   (25-Sep-2026)       ||      ଜଳ ଘେରରେ ଥିବା ସାନ ଦହିଭଟା ଓ ବଡ ଦହିଭଟା ପରିଦର୍ଶନ କଲେ ଅତିରିକ୍ତ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ   (25-Sep-2026)       ||      ରାଜ୍ୟପାଳ ପୁରସ୍କାର ପାଇଁ ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟର ରେଡକ୍ରସ ବିଭାଗ ମନୋନୀତ   (25-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   (25-Sep-2026)       ||      ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   (25-Sep-2026)       ||      ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   (25-Sep-2026)       ||      ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ    (25-Sep-2026)       ||      ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   (25-Sep-2026)       ||      ଛତାମଖନା ଡ୍ୟାମ୍ କ୍ଷତି, ଜଙ୍ଗଲ ନିଆଁ, ପ୍ରବାସୀ ଶ୍ରମିକ ଓ MMDR ସଂଶୋଧନକୁ ନେଇ ସରକାରଙ୍କ ତଥ୍ୟ   (25-Sep-2026)       ||      *ବର୍ଷା ଯୋଗୁଁ ସଲଫ ଗଛ ଘର ଉପରେ ପଡିଲା, ଅଳ୍ପକେ ବର୍ତ୍ତିଲେ ୨ ଭାଇ ଭଉଣୀ*   (25-Sep-2026)       ||     

HOME   ଜିଲ୍ଲା

ନ୍ୟୁୟର୍କବାସୀ ଶୁଣିବେ ବଲାଙ୍ଗିରର ପ୍ରିୟବ୍ରତଙ୍କ ସଙ୍ଗୀତ, ‘ଟ୍ରିବ୍ୟୁଟ ଟୁ ଲତା ମଙ୍ଗେସକର୍’ କାର୍ଯ୍ୟକ୍ରମରେ ମିଳିଲା ସୁଯୋଗ

24-Mar-2021



ବଲାଙ୍ଗିର,(ପ୍ରେରଣା ଖବର ବ୍ୟୁରୋ) : ନ୍ୟୁୟର୍କବାସୀ ଶୁଣିବେ ବଲାଙ୍ଗିରର ପୁଅ ପ୍ରିୟବ୍ରତ ପାଣିଗ୍ରାହୀଙ୍କ ସଙ୍ଗୀତ। ଫିଲ୍ମ ନିର୍ଦ୍ଦେଶକ ତଥା ଷ୍ଟାର୍‌ସେଫ ବିକାଶ ଖନ୍ନାଙ୍କ ସାଂସ୍କୃତିକ ଅନୁଷ୍ଠାନ ‘ବାଇଣ୍ଡର’ ତରଫରୁ ଆୟୋଜିତ ହେବାକୁ ଯାଉଥିବା ‘ଟ୍ରିବ୍ୟୁଟ ଟୁ ଲତା ମଙ୍ଗେସକ୍‌ର’ ସଂଗୀତ କାର୍ଯ୍ୟକ୍ରମରେ ଆନ୍ତର୍ଜାତିକ ସଂଗୀତ ନିର୍ଦ୍ଦେଶକ ପ୍ରିୟବ୍ରତ ସାମିଲ ହେବାର ସୁଯୋଗ ପାଇଛନ୍ତି । କାର୍ଯ୍ୟକ୍ରମରେ ଭାରତ ସମେତ ୟୁକେ, ୟୁଏସ, ୟୁରୋପ ଏବଂ ଆଫ୍ରିକାର ପ୍ରସନ୍ନ ଦେ, ଏବି ଭି, ସ୍ପାର୍ସ ସ, ବୈଜୁ ମଙ୍ଗେସକରଙ୍କ ଭଳି ୫୦ରୁ ଉର୍ଦ୍ଧ୍ଵ ଆନ୍ତର୍ଜାତିକ ସଂଗୀତ କଳାକାରମାନେ ଭାଗନେବେ । ଏଭଳି ବିଶ୍ୱସ୍ତରୀୟ କାର୍ଯ୍ୟକ୍ରମରେ ବଲାଙ୍ଗିରର ପୁଅ ପ୍ରିୟବ୍ରତ ସାମିଲ ହେବା ଜଣାପଡ଼ିବା ପରେ ବିଭିନ୍ନ ମହଲରେ ଖୁସିର ଲହରୀ ଖେଳିଯାଇଛି ।

ସୂଚନା ଅନୁସାରେ, ବଲାଙ୍ଗିର ଜିଲ୍ଲା ତୁଷୁରା ସହରର ଅବସରପ୍ରାପ୍ତ ଇଞ୍ଜିନିୟର ସୁଧୀର ପାଣିଗ୍ରାହୀ ଏବଂ କଳ୍ପନା ପାଣିଗ୍ରାହୀଙ୍କ ପୁଅ ପ୍ରିୟବ୍ରତ ସମ୍ବଲପୁରର ଏକ ଘରୋଇ ସ୍କୁଲରେ ଶିକ୍ଷା ଜୀବନ ଆରମ୍ଭ କରି ଜିଏମ କଲେଜରୁ ଯୁକ୍ତ ୨ଶିକ୍ଷା ହାସଲ କରିଥିଲେ । ପରେ ଇଲେକ୍ଟ୍ରୋନିକ୍ସ ଏବଂ ଟେଲିକମ୍ୟୁନିକେସନରେ ବିଟେକ ଡିଗ୍ରୀ ହାସଲ କରି ଯାଜପୁରର ଏକ ଫେରୋକ୍ରମ କମ୍ପାନିରେ ଇଞ୍ଜିନିୟର ନିଯୁକ୍ତି ପାଇଥିଲେ । ପିଲାଟିଦିନରୁ ସଂଗୀତ ପ୍ରତି ଥିବା ଇଚ୍ଛା ତାଙ୍କୁ ବେଶି ଦିନ ବାନ୍ଧିରଖି ପାରିଲାନାହିଁ । ୨୦୧୧ ମସିହାରେ ଚାକିରି ଛାଡ଼ି ସେ ପୁନେସ୍ଥିତ ଫିଲ୍ମ ଆଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟ (ଏଫଟିଟିଆଇ)ରେ ସାଉଣ୍ଡ ରେକର୍ଡ଼ିଂ ଏବଂ ଡିଜାଇନିଂ ବିଷୟରେ ଶିକ୍ଷା ଗ୍ରହଣ କଲେ ।

ଶିକ୍ଷାଗ୍ରହଣ ପରେ ଲତା ମଙ୍ଗେସକରଙ୍କ ସ୍ୱରଲତା ଷ୍ଟୁଡିଓରେ କିଛି ଦିନ କାମ କରିଥିଲେ । ପରେ ସଞ୍ଜୟ ପଟ୍ଟନାୟକଙ୍କ ନିର୍ଦ୍ଦେଶନାରେ ୨୦୧୩ ମସିହାରେ ପ୍ରସ୍ତୁତ ହୋଇଥିବା ‘ଶୁଖା ଆସୁଛି’ ଫିଲ୍ମରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ । ତାପରଠୁ ଦ ଲାଷ୍ଟ ରାଇଟ, ୱାର୍କ ଫ୍ରମ ହୋମ, ଦ ସନ ରାଇଜେସ ଇନ ଦ ଇଷ୍ଟ ଭଳି ଅନେକ ଆନ୍ତର୍ଜାତିକ ଫିଲ୍ମରେ ସଂଗୀତ ନିର୍ଦ୍ଦେଶନା ଦେଇଥିଲେ । ଏଥିପାଇଁ ତାଙ୍କୁ ପରବର୍ତ୍ତି ସମୟରେ ଅନେକ ଆନ୍ତର୍ଜାତିକ ସମ୍ମାନ ମିଳିଥିଲା । ୨୦୨୦ ମସିହାରେ ଫିଲ୍ମ ନିର୍ଦ୍ଦେଶକ ବିକାଶ ଖନ୍ନାଙ୍କ ଆନ୍ତର୍ଜାତିକ ଫିଲ୍ମ ‘ଦ ଲାଷ୍ଟ କଲର’ରେ ସେ ପ୍ରଚ୍ଛଦ ସଂଗୀତ ଦେଇଥିଲେ । ଯାହା ପରବର୍ତ୍ତି ସମୟରେ ଓସ୍କାର ପାଇଁ ମନୋନୀତ ହୋଇଥିଲା । ଅଦ୍ୟାବଧି ପ୍ରିୟବ୍ରତ ମୁମ୍ବାଇରେ ରହିବା ସହ ୫ରୁ ଊଦ୍ଧ୍ୱର୍ ହିନ୍ଦୀ(ବଲିଉଡ) ଏବଂ ଓଡ଼ିଆ (ଓଲିଉଡ) ଫିଲ୍ମରେ ସଂଗୀତ ନିର୍ଦ୍ଦେଶକ ଭାବରେ କାମ କରିସାରିଛନ୍ତି । ଯାହା କରୋନା ପାଇଁ ମୁକ୍ତିଲାଭ ଅପେକ୍ଷାରେ ରହିଛି । ‘ଟ୍ରିବ୍ୟୁଟ ଟୁ ଲତା ମଙ୍ଗେସକର’ ପାଇଁ ନ୍ୟୁୟର୍କ ସିଟିର ବ୍ୟସ୍ତବହୁଳ ସହର ଟାଇମ୍ସ ସ୍କୋଏରଠାରେ ଡିଜିଟାଲ ପ୍ଲାଟଫର୍ମରେ ପ୍ରଚାରପ୍ରସାର ଚାଲିଛି । ଯେଉଁଥିରେ ଆନ୍ତର୍ଜାତିକ କଳାକାରମାନଙ୍କ ସହ ବଲାଙ୍ଗିର ପୁଅ ପ୍ରିୟବ୍ରତଙ୍କ ସମ୍ପର୍କରେ ମଧ୍ୟ ପ୍ରଚାର କରାଯାଉଛି।


News Comment




Photo in News

Advertisment
Lastest News
  ଜିଲ୍ଲା  
ବରପାଲିରେ ପାରମ୍ପରିକ ଅନନ୍ତ ନାରାୟଣ ପୂଜା ଅନୁଷ୍ଠିତ   26-Sep-2026
  ଜିଲ୍ଲା  
କୁର୍ଶୁଡ ଗ୍ରାମ ପଞ୍ଚାୟତ ଦ୍ଵାରା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ   26-Sep-2026
  ଜିଲ୍ଲା  
ବିରିସଲା ମନ୍ଦର ନିକଟରେ ଅଜଣା ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର   26-Sep-2026
  ଜିଲ୍ଲା  
ସାହାଣୀ କପ୍ ଫୁଟବଲ୍ ତୃତୀୟ ଦିଵସ ପ୍ରଥମ ମ୍ୟାଚ୍ କଟକ ଦଳ ୬-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ଖୋର୍ଦ୍ଧା ଦଳ ୯-୨ .ଗୋଲ ରେ ଵିଜୟୀ   26-Sep-2026
  ଜିଲ୍ଲା  
ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ   26-Sep-2026
  ଜିଲ୍ଲା  
ଭକ୍ତିମୟ ପରିବେଶ, କଣ୍ଟାମାଳରେ ବ୍ରହ୍ମ ସମାଜର ଅନ୍ତଃମୁଖୀ ମହାଯଜ୍ଞ   26-Sep-2026
  ଜିଲ୍ଲା  
ରାଜ୍ୟରେ ସମବାୟ ବ୍ୟବସ୍ଥା ସୁଦୃଢ଼ ହେବ ♦️ ରାଜ୍ୟବ୍ୟାପୀ ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ   25-Sep-2026
  ଜିଲ୍ଲା  
ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ   25-Sep-2026
  ଜିଲ୍ଲା  
ବରପାଲି ତହସିଲ ଛକ ଜୟ ଜଗଦମ୍ବା କ୍ଲବର ଦୁର୍ଗାପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ   25-Sep-2026
  ଜିଲ୍ଲା  
ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   25-Sep-2026
  ଜିଲ୍ଲା  
*ଡାବୁଗାଁ ରେଞ୍ଜ ଗିରଲିଗୁଡା ଗ୍ରାମରେ ଭାଲୁ ସୁରକ୍ଷା ଡ୍ୟୁଟି*   25-Sep-2026
  ଜିଲ୍ଲା  
ଜଳ ଘେରରେ ଥିବା ସାନ ଦହିଭଟା ଓ ବଡ ଦହିଭଟା ପରିଦର୍ଶନ କଲେ ଅତିରିକ୍ତ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ   25-Sep-2026

You Might Also Like