-+91-9937148622 |
prerana_bgr@rediffmail.com |
Saturday 26th September 2026 |
R.N.I. Regd No. ODIODI/2010/46693
Breaking News
24-Mar-2021
ବଲାଙ୍ଗିର(ସନ୍ତୋଷ କୁମାର ଠାକୁର): ଅଶୀ ଚାଳନାରେ ବଲାଙ୍ଗିର ଖେଳାଳିଙ୍କ କମାଲ l ଓଡିଶା ପାଇଁ ଆଣିଲେ ଗୌରବ l ଦିର୍ଘ ବର୍ଷ ଧରି ବଲାଙ୍ଗିର ଜିଲ୍ଲାରେ ଆରମ୍ଭ ହୋଇଥିବା ଅଶୀ ଚାଳନା ପ୍ରତିଯୋଗୀତାରେ ବୁଧବାର ବଲାଙ୍ଗିର ସମେତ ସମଗ୍ର ରାଜ୍ୟକୁ ସଫଳତା ମିଳିଛି। ଫେନସିଙ୍ଗ ଇଣ୍ଡିଆ ପକ୍ଷରୁ ଆୟୋଜିତ ଉତ୍ତରାଖଣ୍ଡ ଠାରେ ଆୟୋଜିତ ହୋଇଥିବା ଜାତୀୟ ପ୍ରତିଯୋଗିତାରେ ଓଡିଶାକୁ ମିଳିଛି ସିଲଭର ଓ ବ୍ରୋଞ୍ଜ ମେଡାଲ। ସମଗ୍ର ରାଜ୍ୟରୁ ସର୍ବମୋଟ ୨୨ ଜଣ ଖେଳାଳି ଉତ୍ତରାଖଣ୍ଡ ଠାରେ ହୋଇଥିବା ଏହି ମ୍ୟାଚରେ ସାମିଲ ହୋଇଥିବା ବେଳେ ଏଥିରେ ବଲାଙ୍ଗିରର ଦୁଇ ଜଣ ଖେଳାଳିଙ୍କୁ ମିଳିଛି ମେଡାଲ।
ତେବେ ଏନେଇ ଆଜି ବଲାଙ୍ଗିର ପହଞ୍ଚିବା ପରେ ତାଙ୍କୁ ସମ୍ବର୍ଦ୍ଧିତ। ବଲାଙ୍ଗିର ଜିଲ୍ଲା କ୍ରିଡା ଅଧିକାରୀ ତାଙ୍କୁ ସ୍ବାଗତ ଜଣାଇବା ସହ ସମ୍ବର୍ଦ୍ଧନା ଜଣାଇଛନ୍ତି। ତେବେ ବଲାଙ୍ଗିର ଜିଲ୍ଲାର ଦୁଇ ଖେଳାଳି ନିତିନ ସ୍ବାଇଁଙ୍କୁ ସିଲଭର ଓ ସାହିଲ କୁମ୍ଭାରଙ୍କୁ ମିଳିଛି ବ୍ରୋଞ୍ଜ ପଦକ। ସର୍ବମୋଟ ବଲାଙ୍ଗିର ଜିଲ୍ଲାରୁ ୫ ଜଣ ଖେଳାଳି ରହିଥିବା ବେଳେ ଓଡିଶାରୁ ଝିଅ ଗୃପରେ ୧୦ ଓ ପୂଅ ଗୃପରେ ୧୨ ଜଣ ଖେଳାଳି ରାଜ୍ୟପକ୍ଷରୁ ଖେଳିବାକୁ ଯାଇଥିଲେ ।
ଉତ୍ତପ୍ରଦେଶ, ମହାରାଷ୍ଟ୍ର , ଗୋଆ ଭଳି ୭ ଟି ରାଜ୍ୟକୁ ମାତ ଦେଇ ପଦକ ହାସଲ କରିଛି ଓଡିଶା। ତେବେ ଆହୁରି ସାହାଯ୍ୟ ସହଯୋଗ ମିଳିଲେ ଖେଳାଳିମାନେ ଭଲ ଖେଳ ପ୍ରଦର୍ଶିତ କରିବା ସହ ଗୋଲ୍ଡ ମେଡାଲ ମଧ୍ୟ ଆଣିବେ ବୋଲି ଲକ୍ଷ ରଖିଛନ୍ତି ।
ସେପଟେ ଅଶୀ ଚାଳଣା ଖେଳାଳିଙ୍କୁ ସାହାଯ୍ୟ ସହଯୋଗର ହାତ ବଢାଇଛନ୍ତି ରାଜ୍ୟସରକାର। ୩ ଲକ୍ଷ ଟଙ୍କା ପଶ୍ଚିମ ଓଡିଶା ବିକାଶ ପରିଷଦ ପକ୍ଷରୁ ପ୍ରଦାନ କରାଯାଇଥିବା ବେଳେ ଖେଳ ପାଇଁ ଆବଶ୍ୟକୀୟ ଉପକରଣ ଅଣାଯିବ। ଆଗାମୀ ଦିନରେ ଖେଳାଳିଙ୍କୁ ଆହୁରି ପ୍ରୋତ୍ସାହନ ଯୋଗାଇବ ବୋଲି କହିଛନ୍ତି ଜିଲ୍ଲା କ୍ରୀଡା ଅଧିକାରୀ।