-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
23-Mar-2021
କୋଦଳା(ଉମା ମହାରଣା): ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ତରଫରୁ ସହରାଞ୍ଚଳ ଓ ଗ୍ରାମାଞ୍ଚଳ ମାନଙ୍କରେ ମଶାରୀ ବଣ୍ଟନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି l ମାସବାହିତ ରୋଗ ମ୍ୟାଲେରିଆ, ଡେଙ୍ଗୁ ଆଦି ରୋଗରୁ ରକ୍ଷା ପାଇବା ପାଇଁ ସରକାରଙ୍କ ତରଫରୁ ଏହି ମଶାରୀ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି l ଏହା ସହ କୋଦଳା ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ସହରର ଜନସାଧାରଣ ମାନଙ୍କୁ ଏନଏସି ପ୍ରାଙ୍ଗଣରେ ମଶାରୀ ବଣ୍ଟନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି l ଅଞ୍ଚଳର ୩୨୩ ଘର ମଧ୍ୟକୁ ମଶାରୀ ବଣ୍ଟନ କରାଯାଇଥିଲା l ମଶା ଦାଉରୁ କିଭଳି ରକ୍ଷା ପାଇବା, ମଶାରୀକୁ ସଠିକ ଭାବରେ କିପରି ଟଙ୍ଗା ଯାଇପାରିବା ନେଇ ଲୋକଙ୍କୁ ସଚେତନତା ଅବଲମ୍ବନ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ଏନଏସି କର୍ମକର୍ତ୍ତାଙ୍କ ସହ ଏଏନଏମ ଶ୍ରୀମତୀ ଦମୟନ୍ତୀ ତରେଇ, ଜେଲରୋଡ଼ ଅଙ୍ଗନବାଡି କେନ୍ଦ୍ରର କର୍ମୀ ଶ୍ରୀମତୀ ରଶ୍ମିତା ପଣ୍ଡା, ସହାୟିକା ମଞ୍ଜୁ ନାହାକ ଓ ମିନତୀ ପାତ୍ର ପ୍ରମୁଖ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ l