-+91-9937148622 |
prerana_bgr@rediffmail.com |
Saturday 9th May 2026 |
R.N.I. Regd No. ODIODI/2010/46693
Breaking News
12-Mar-2021
ଉଲୁଣ୍ଡା(ଗୌରଚନ୍ଦ୍ର ପରିଛା)- ପରିବହନ ବିଭାଗ ଓ ଉଲୁଣ୍ଡା ପୁଲିସର ମିଳିତ ଭାବରେ ୍ଯାନ ବାହାନ ଯାଂଚ କରାଯାଇ ୮ଟି ଗାଡି ଜବତ କରିବା ସହ ଲକ୍ଷାଧିକ ଟଙ୍କା ଜରିମାନା ଆଦାୟ କରାଯାଇଛି । ସୂଚନା ଅନୁସାରେ ସୋନପୁର ଆରଟିଓ ରବିନ ପଟ୍ଟନାଏକ ଏବଂ ଆଇଆଇସି ଚନ୍ଦ୍ର ମୋହନ ସିଂଙ୍କ ତତ୍ୱାବଧାନରେ ଥାନା ସାମାନରେ ଯାନ ବାହାନ ଯାଚ କରାଯାଇଥିଲା । ଏଥିରେ ମଦ୍ୟପାନ କରି ଚଲାଉଥିବା ୭ଟି ବାଇକ ସମେତ ଗୋଟିଏ ବୋଲେରୋ ଜବତ କରାଯାଇଥିବା ବେଳେ ୮ଜଣଙ୍କ ନାମରେ ମାମଲା ରୂଜୁ କରାଯାଇଛି । ଏଥି ସହିତ ସିଟ ବ୍ୟାଲ୍ଟ , ଲାଇସନ୍ସ , ହେଲେମେଟ ମଧ୍ୟ ଯାଂଚ କରାଯାଇ ଲକ୍ଷାଧିକ ଟଙ୍କା ଜରିମାନା ଆଦାୟ କରିବା ସହିତ କିଛି ଲାଇସନ୍ସ ମଧ୍ୟ ରବ୍ଦ କରାଯାଇଛି । ଗାଡି ଯାଂଚ ସମୟରେ ଅତିରିକ୍ତ ଆରଟିଓ ଶିବାଶିଷ ସାହୁଙ୍କ ସମେତ ପରିବହନ ଓ ପୁଲିସ ଷ୍ଟାପ ସହଯୋଗ କରିଥିଲେ । ତେବେ ଦୁର୍ଘଟଣା ହାରକୁ କମ କରିବା ପାଇଁ ଯାନବାହାନ ଯାଂଚ ଆହୁରି ଯୋରଦାର କରାଜିବ ବୋଲି ଆରଟିଓ ଶ୍ରୀଯୁକ୍ତ ପଟ୍ଟାନାଏକ ପ୍ରକାଶ କରିଥିଲେ ।