-+91-9937148622 |
prerana_bgr@rediffmail.com |
Friday 3rd July 2026 |
R.N.I. Regd No. ODIODI/2010/46693
Breaking News
11-Mar-2021
ବରଗଡ଼ (ମୁକୁନ୍ଦ ଦାସ) : ଆଜି ଗୁରୁବାର ଦିନ ମହାଶିବରାତ୍ରୀ ଅବସରରେ ଶ୍ରୀ ଶ୍ରୀ ବାବା ବରାଡ ବାଲୁଙ୍କେଶ୍ଵର ଧାମ, ଗାଇସୀମା ଠାରେ ନିଷ୍ଠା ପରିବାର ତରଫରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା।ପ୍ରତ୍ୟେକ ବର୍ଷ ଶିବରାତ୍ରି ଅବସସରେ ନିଷ୍ଠା ପରିବାର ପକ୍ଷରୁ ରକ୍ତଦାନ ଶିବିର ହୋଇଥାଏ।ଦୂର ଦୂରାନ୍ତରରୁ ପ୍ରଭୁଙ୍କ ଦର୍ଶନ କରିବା ପାଇଁ ଆସୁଥିବା ଭକ୍ତ ମାନେ ପ୍ରଭୁଙ୍କୁ ଦର୍ଶନ କରିବା ସହ ରକ୍ତଦାନ କରି ଅମୂଲ୍ଯ ଜୀବନ ବଞ୍ଚାଇବାରେ ସହଯୋଗ କରିଛନ୍ତି ।ବରଗଡ ରକ୍ତ ଭଣ୍ଡାର ଦ୍ବାରା ଏହି ଶିବିର ରେ ସର୍ବମୋଟ ୪୨ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା।ଦୁଇ ଯୋଡା ଦମ୍ପତ୍ତିଙ୍କ ସମେତ ୫ଜଣ ମହିଳା ମଧ୍ଯ ରକ୍ତଦାନ କରିଥିଲେ।ଏହି ଶିବିର ରେ ସମ୍ମାନୀତ ଅତିଥି ଭାବରେ ଡାକ୍ତର ଅଜିତ କୁମାର ଦର୍ଜି ଯୋଗଦେଇ ରକ୍ତ ଦାତା ମାନଙ୍କୁ ଉତ୍ସାହିତ କରିଥିଲେ ।ନିଷ୍ଠା ପରିବାର ର ସଭାପତି ରକ୍ଷପାଲ ସାହୁ ,ସଂପାଦକ ଅଶ୍ବିନୀ ତ୍ରିପାଠୀ ,କୋଷାଧକ୍ଷ ଶ୍ୟାମ ସୁନ୍ଦର ସାହୁଙ୍କ ସମେତ ସମସ୍ତ ସଦସ୍ଯ ଉପସ୍ଥିତ ଥିଲେ ।