-+91-9937148622 |

prerana_bgr@rediffmail.com |

  Wednesday 30th September 2026 |

| | | |

R.N.I. Regd No. ODIODI/2010/46693

Breaking News

୩୫ କେଜି ୬୮୦ ଗ୍ରାମ ଗଞ୍ଜେଇ ଜବତ, ଜଣେ ଗିରଫ ,   (30-Sep-2026)       ||      ଜିଲ୍ଲା ସ୍ତରୀୟ ଲୋକନୃତ୍ୟ ଓ ବିଜ୍ଞାନ ନାଟକ ପ୍ରତିଯୋଗିତାରେ ମାୟାବର୍ହା ଉଚ୍ଚ ବିଦ୍ୟାଳୟ ପୁରସ୍କୃତ   (30-Sep-2026)       ||      ବୃନ୍ଦାବନ ଧାମ ଦର୍ଶନ କଲେ କୁଟୁମଡୋଳା ଗୁପ୍ତେଶ୍ୱର କୀର୍ତ୍ତନ ମଣ୍ଡଳୀର ୬୮ ଭକ୍ତ   (30-Sep-2026)       ||      ପ୍ରବାସୀ ଶ୍ରମିକ ପ୍ରଥା ହ୍ରାସ ପାଇଁ ବିଭାଗୀୟ ପଦକ୍ଷେପ ବଢ଼ାଇବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ   (30-Sep-2026)       ||      ଜଗବନ୍ଧୁ ଦାସ ସ୍ନାତକ ମହିଳା ମହାବିଦ୍ୟାଳୟରେ ହିନ୍ଦୀ ଦିବସ   (30-Sep-2026)       ||      "ଆତ୍ମହତ୍ୟା କୌଣସି ସମସ୍ୟାର ସମାଧାନ ନୁହେଁ, ମନକଥା କୁହ, ଜୀବନ ବଞ୍ଚାଅ"   (30-Sep-2026)       ||      ଓଡ଼ିଶା ବେଷ୍ଟ ଇଞ୍ଜିନିୟର ଆୱାର୍ଡ଼ରେ ସମ୍ମାନିତ ହେଲେ ଟିଟିଲାଗଡର ଅନ୍ୱେଷ ଷଡଙ୍ଗୀ    (30-Sep-2026)       ||      ଚୁଡାପାଲିରେ ସ୍ୱାଧିନତା ସଂଗ୍ରାମୀ ଯୋଗେଶ୍ୱର କୁମୁରାଙ୍କ ୮୮ତମ ପ୍ରଜାମେଳିର ସ୍ମୃତି କୁ ମନେ ପକାଇଲେ ଗ୍ରାମବାସୀ   (29-Sep-2026)       ||      କାଶିପାଲି ରେ ଆଙ୍ଗନ୍ କା ଉତ୍ସବ ଉଦଯାପିତ    (29-Sep-2026)       ||      କୋକସରା ବ୍ଲକ ରେ ୧୬୮ ଅଙ୍ଗନ ବାଡି କେନ୍ଦ୍ର ରେ ପାଳିତ ହେଲା ଆଙ୍ଗନ କା ଉତ୍ସବ    (29-Sep-2026)       ||      ଆଗଲପୁର ଅଙ୍ଗନୱାଡ଼ି କେନ୍ଦ୍ର ରେ ଆଙ୍ଗନ୍ କା ଉତ୍ସବ ପାଳିତ   (29-Sep-2026)       ||      *ସାହାଣୀ କପ୍ ଫୁଟବଲ୍    (29-Sep-2026)       ||      ଆଙ୍ଗନ କା ଉତ୍ସବ ପାଳିତ    (29-Sep-2026)       ||      ଫୁଲମୁଠି ଅଙ୍ଗନାୱାର୍ଡ କେନ୍ଦ୍ର ରେ ଆଙ୍କନ କା ଉତ୍ସବ    (29-Sep-2026)       ||      ଫୁଲମୁଠି ଅଙ୍ଗୱାର୍ଡ ରେ ଆଙ୍କନ କା ଉତ୍ସବ    (29-Sep-2026)       ||      ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଚତୁର୍ଥ ଦିନରେ ପିତୃପକ୍ଷ ସେବା କାର୍ଯ୍ୟକ୍ରମ।   (29-Sep-2026)       ||      *ଡାବୁଗାଁ ଗୋଷ୍ଠୀ ସ୍ତରୀୟ ବିଦ୍ୟାଳୟ ସମୁହ ଖେଳ ଓ ଦୌଡକୁଦ ପ୍ରତିଯୋଗିତା ଉଦ୍ଘାଟିତ*   (29-Sep-2026)       ||      ବେଲପଡା ମହାବିଦ୍ୟାଳୟରେ ସ୍ୱାଗତ ସମ୍ବର୍ଦ୍ଧନା   (29-Sep-2026)       ||      *ମା ସୁରେଶ୍ଵରୀ ଙ୍କ ମନ୍ଦିର ରେ ଚଣ୍ଡୀ ଯଜ୍ଞ ପାଇଁ ଦ୍ୱିତୀୟ ପ୍ରସ୍ତୁତି ବୈଠକ*-   (29-Sep-2026)       ||      ଜୟ ଜଗନ୍ନାଥ ଫୂଟବଲ ଟୁର୍ନାମେଣ୍ଟ ୨୦୨୬ ଉଦଯାପିତ    (29-Sep-2026)       ||     

HOME   ଜିଲ୍ଲା

ନିର୍ମାଣଧିନ ଧଳପୁର-ଆଠମଲ୍ଲିକ ମହାନଦୀ ସେତୁ ପାଲଟିଛି ମରଣଯନ୍ତା, ଧର୍ମକୁ ଦ୍ଵାହିଦେଇ ନାଲିଫିତା ତଳେ ବନ୍ଧା ପଡିଛି ଶ୍ରମ ଆଇନ: ୨ଦିନରେ ଗଲାଣି ୨ ଶ୍ରମିକଙ୍କ ମୁଣ୍ଡ ଦେଢ ମାସରେ ୩

08-Mar-2021



ବୌଦ୍ଧ(ପ୍ରେରଣା ଖବର ବ୍ୟୁରୋ) : ରବିବାର ଦିନ ପରେ ସାଢେ ୧୧ଟା ସମୟରେ ଧଳପୁର-ଆଠମଲ୍ଲିକ ମହାନଦୀ ସେତୁ ପ୍ରକଳ୍ପ ନିର୍ମାଣ କାର୍ଯ୍ୟରେ ନିୟୋଜିତ ସେକ ଜାହାଙ୍ଗିର(୨୩)ନାମକ ଜଣେ ଶ୍ରମିକ ଆଠମଲ୍ଲିକ ପଟେ ସେତୁ ଉପରୁ ପଡି ଗୁରୁତର ଆହତ ହୋଇଥିଲେ।ତାଙ୍କୁ ଚିକିତ୍ସା ପାଇଁ ପ୍ରଥମେ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟ ଓ ପରେ ବୁର୍ଲା ଡାକ୍ତରଖାନା କୁ ନିଆଯାଇଥିଲା ହେଲେ ଚିକିତ୍ସା ଧିନ ଥିବା ଅବସ୍ଥାରେ ସନ୍ଧ୍ୟା ୬ଟା ସମୟରେ ତାଙ୍କର ମୃତ୍ୟୁ ହୋଇଥିବା ବୌଦ୍ଧ ଜିଲ୍ଲା ଶ୍ରମ ଅଧିକାରୀ  ସ୍ପଷ୍ଟ କରିଛନ୍ତି।ତେବେ ବିପଦ ସଙ୍କୁଳ ସ୍ଥାନରେ କାମ କରୁଥିବା ଶ୍ରମିକ ମାନଙ୍କ ସୁରକ୍ଷାକୁ ନିଶ୍ଚିତ କରିବା ପାଇଁ ଶ୍ରମ ଆଇନରେ ବହୁ କଡାକଡି ନୀତି ନିୟମ ରହିଛି।ହେଲେ ଏତେସବୁ ପ୍ରବଧାନ ଥିବା ସତ୍ତ୍ୱେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ଧଳପୁର-ଆଠମଲ୍ଲିକ ମହାନଦୀ ସେତୁ ନିର୍ମାଣ ଚୂଡାନ୍ତ ପର୍ଯ୍ୟାୟ କାମ ଚାଲିଥିବା ବେଳେ ଅସୁରକ୍ଷିତ ବ୍ୟବସ୍ଥା ଯୋଗୁଁ ସେତୁ ଉପରୁ ଖସି ଜଣେ ପରେ ଜଣେ ବାହାର ରାଜ୍ୟର ପ୍ରବାସୀ ଶ୍ରମିକ ମୃତ୍ୟୁବରଣ କରିବା ଘଟଣା ବିଭିନ୍ନ ମହଲକୁ ବିସ୍ମିତ କରିଛି। ତେବେ ଏହି ଦୁର୍ଘଟଣା ଯୋଗୁଁ ମୁଣ୍ଡରେ ଗୁରୁତର ଆଘାତ ପାଇଥିବା ଶ୍ରମିକଙ୍କୁ ତୁରନ୍ତ ପ୍ରାଥମିକ ଚିକିତ୍ସା ପାଇଁ ଘଟଣା ସ୍ଥଳରୁ ମାତ୍ର ୩କିମି ଦୂରରେ ଥିବା ଆଠମଲ୍ଲିକ ସବ ଡିଭିଜନାଲ ହସ୍ପିଟାଲକୁ ନନେଇ ସେଠାରୁ ପ୍ରାୟ ୪୫ କିମି ଦୂରରେ ଥିବା ବୌଦ୍ଧ ହସ୍ପିଟାଲକୁ ନେବା ପଛରେ କି କାରଣ ରହିଛି ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି।ପ୍ରକାଶ ଥାଉକି ଗତ ୪ତାରିଖ ରାତ୍ରି ସାଢେ ୯ଟା ସମୟରେ ଏହି ସେତୁ ଉପରୁ ପ୍ରାୟ ୪୦ଫୁଟ ତଳକୁ ଖସି ପଶ୍ଚିମବଙ୍ଗ ମଲଦା ଜିଲ୍ଲା ପୂର୍ବ ସଇଦୁର ଗ୍ରାମର  ସମୀର ଘୋଷ(୨୦)ନାମକ ଜଣେ ଶ୍ରମିକ ମୃତ୍ୟୁ ବରଣ କରିଥିଲେ। ଘଟଣାର ୪୮ଘଣ୍ଟା ନପୁରୁଣୁ ଆଉଜଣେ ଶ୍ରମିକ ସେତୁ ଉପରୁ ଖସି ମୃତ୍ୟୁ ମୁଖରେ ପଡିବା ଘଟଣା ଶ୍ରମ ବିଭାଗର କାର୍ଯ୍ୟଶୈଳୀ ଓ ଠିକାସଂସ୍ଥାର ବେପରୁଆ ମନୋଭାବ ଉପରେ ସ୍ପଷ୍ଟ ଆଙ୍ଗୁଳି ନିର୍ଦେଶ କରୁଛି l କେବଳ ଏତିକି ନୁହଁ ଗତ ଜାନୁଆରୀ ମାସ ୧୬ତାରିଖରେ ସମାନ ଢଙ୍ଗରେ ସେତୁ ଉପରୁ ପଡି ଝାଡ଼ଖଣ୍ଡ ରାଜ୍ୟ ଲାତେହାର ଜିଲ୍ଲା କେନରୁ ଗ୍ରାମର ମନୁ ଗୁଞ୍ଜୁ(୩୦)ନାମକ ଯୁବକଙ୍କ ମୃତ୍ୟୁ ଘଟିଥିଲା।ତେବେ ସ୍ୱଳ୍ପ ସମୟ ମଧ୍ୟରେ ଏଭଳି ଗୋଟିଏ ପରେ ଗୋଟିଏ ଅଘଟଣ ଘଟି ନିରୀହ ଶ୍ରମିକଙ୍କ ଜୀବନ ଚାଲିଯାଉଥିବା ସତ୍ତ୍ୱେ ସେତୁ ଉପରେ ରହି କାମ କରୁଥିବା ଶ୍ରମିକଙ୍କୁ କାହିଁକି ସେପ୍ଟି ବେଲ୍ଟ ଓ ହ୍ୟାଲମେଟ ଯୋଗାଇ ଦେବା ସହ ତଳେ ସେପ୍ଟିନେଟ ଲଗାଯାଇନଥିଲା ଏହାର ଉଚ୍ଚ ସ୍ତରୀୟ ତଦନ୍ତ କରି ଦାୟିତ୍ୱରେ ଅବହେଳା କରିଥିବା ସେପ୍ଟି ମ୍ୟାନେଜରଙ୍କ ବିରୁଦ୍ଧରେ କୋଠର କାର୍ଯ୍ୟାନୁଷ୍ଠାନ ନେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।ଦୁର୍ଘଟଣା ସମ୍ପର୍କରେ ମତାମତ ନେବା ପାଇଁ ଠିକାସଂସ୍ଥାର କର୍ମକର୍ତ୍ତା ଙ୍କୁ ଫୋନ ଯୋଗେ ଯୋଗାଯୋଗ ପ୍ରୟାସ କରାଯାଇଥିଲେ ମଧ୍ୟ ଫୋନ ରିସିଭ କରିନଥିଲେ।ଏ ସମ୍ପର୍କରେ ଜିଲ୍ଲା ଶ୍ରମ ଅଧିକାରୀ ପ୍ରସନ୍ନ କୁମାର ପ୍ରଧାନଙ୍କୁ ପଚାରିବାରୁ ହଁ ଆଜି ଆଠମଲ୍ଲିକ ପାର୍ଶ୍ଵରେ ଦୁର୍ଘଟଣା ଘଟି ଜଣେ ଶ୍ରମିକ ଗୁରୁତର ଆହତ ହୋଇଥିଲେ।ଚିକିତ୍ସାଧିନ ଥାଇ ବୁର୍ଲା ରେ ତାଙ୍କର ମୃତ୍ୟୁ ଘଟିଥିବା ସେ ସୂଚନା ପାଇଛନ୍ତି ବୋଲି କହିବା ସହ ମୃତ ଶ୍ରମିକର ଶବ ବ୍ୟବଚ୍ଛେଦ କରାଯାଇ ଅଣାଯିବା ପରେ ତାକୁ ତାଙ୍କ ଗ୍ରାମକୁ ପଠାଇବା ବ୍ୟବସ୍ଥା କରାଯିବ ଓ  ନିୟମ ଅନୁଯାୟୀ ତାଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରାହେବ ବୋଲି କହିଛନ୍ତି।ମାତ୍ର ମୃତକଙ୍କ ନାମକୁ ବାଦଦେଲେ ତାଙ୍କର ସମ୍ପୂର୍ଣ୍ଣ ପରିଚୟ ଓ ଠିକଣା  କୁ ବିଭିନ୍ନ ଆଳ ଦେଖାଇ କେହି ମୁହଁ ଖୋଲୁନଥିବାରୁ ଏହା ପଛରେ କି ଉଦ୍ଧେଶ୍ୟ ରହିଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।


News Comment




Photo in News

Advertisment
Lastest News
  ଜିଲ୍ଲା  
୩୫ କେଜି ୬୮୦ ଗ୍ରାମ ଗଞ୍ଜେଇ ଜବତ, ଜଣେ ଗିରଫ ,   30-Sep-2026
  ଜିଲ୍ଲା  
ଜିଲ୍ଲା ସ୍ତରୀୟ ଲୋକନୃତ୍ୟ ଓ ବିଜ୍ଞାନ ନାଟକ ପ୍ରତିଯୋଗିତାରେ ମାୟାବର୍ହା ଉଚ୍ଚ ବିଦ୍ୟାଳୟ ପୁରସ୍କୃତ   30-Sep-2026
  ରାଜ୍ୟ  
ବୃନ୍ଦାବନ ଧାମ ଦର୍ଶନ କଲେ କୁଟୁମଡୋଳା ଗୁପ୍ତେଶ୍ୱର କୀର୍ତ୍ତନ ମଣ୍ଡଳୀର ୬୮ ଭକ୍ତ   30-Sep-2026
  ଜିଲ୍ଲା  
ପ୍ରବାସୀ ଶ୍ରମିକ ପ୍ରଥା ହ୍ରାସ ପାଇଁ ବିଭାଗୀୟ ପଦକ୍ଷେପ ବଢ଼ାଇବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ   30-Sep-2026
  ଜିଲ୍ଲା  
ଜଗବନ୍ଧୁ ଦାସ ସ୍ନାତକ ମହିଳା ମହାବିଦ୍ୟାଳୟରେ ହିନ୍ଦୀ ଦିବସ   30-Sep-2026
  ଜିଲ୍ଲା  
"ଆତ୍ମହତ୍ୟା କୌଣସି ସମସ୍ୟାର ସମାଧାନ ନୁହେଁ, ମନକଥା କୁହ, ଜୀବନ ବଞ୍ଚାଅ"   30-Sep-2026
  ରାଜ୍ୟ  
ଓଡ଼ିଶା ବେଷ୍ଟ ଇଞ୍ଜିନିୟର ଆୱାର୍ଡ଼ରେ ସମ୍ମାନିତ ହେଲେ ଟିଟିଲାଗଡର ଅନ୍ୱେଷ ଷଡଙ୍ଗୀ   30-Sep-2026
  ଜିଲ୍ଲା  
ଚୁଡାପାଲିରେ ସ୍ୱାଧିନତା ସଂଗ୍ରାମୀ ଯୋଗେଶ୍ୱର କୁମୁରାଙ୍କ ୮୮ତମ ପ୍ରଜାମେଳିର ସ୍ମୃତି କୁ ମନେ ପକାଇଲେ ଗ୍ରାମବାସୀ   29-Sep-2026
  ଜିଲ୍ଲା  
କାଶିପାଲି ରେ ଆଙ୍ଗନ୍ କା ଉତ୍ସବ ଉଦଯାପିତ   29-Sep-2026
  ଜିଲ୍ଲା  
କୋକସରା ବ୍ଲକ ରେ ୧୬୮ ଅଙ୍ଗନ ବାଡି କେନ୍ଦ୍ର ରେ ପାଳିତ ହେଲା ଆଙ୍ଗନ କା ଉତ୍ସବ   29-Sep-2026
  ଜିଲ୍ଲା  
ଆଗଲପୁର ଅଙ୍ଗନୱାଡ଼ି କେନ୍ଦ୍ର ରେ ଆଙ୍ଗନ୍ କା ଉତ୍ସବ ପାଳିତ   29-Sep-2026
  ଜିଲ୍ଲା  
*ସାହାଣୀ କପ୍ ଫୁଟବଲ୍   29-Sep-2026

You Might Also Like