-+91-9937148622 |
prerana_bgr@rediffmail.com |
Wednesday 30th September 2026 |
R.N.I. Regd No. ODIODI/2010/46693
Breaking News
07-Mar-2021
ବଲାଙ୍ଗିର,(ସନ୍ତୋଷ କୁମାର ଠାକୁର): ସ୍ଥାନୀୟ ଯାଦବ ଭବନ ସଭାଗୃହ ମଧ୍ୟରେ ଡୁମାଲ ପରିଷଦ ଓଡିଶାର ଏକ ସାଂଗଠନିକ ସଭା ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସଭାପତି ସୁଧିର କର୍ଣ୍ଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ବୈଠକରେ ରାଜ୍ୟର ବିଭିନ୍ନ ଜିଲ୍ଲା ସଭାପତି ଓ କାର୍ଯ୍ୟକାରିଣୀ କମିଟିର ସଦସ୍ୟ ଉପସ୍ଥିତ ଥିଲେ । ନୂତନ କାର୍ଯ୍ୟକାରିଣୀ କମିଟି ଗଠନ ନିମନ୍ତେ ବିଚାର ଆଲୋଚନା କରାଯାଇ ଏପ୍ରିଲ ମାସ ଶେଷ ସୁଦ୍ଧା ସମାପ୍ତ କରିବାକୁ ସିଦ୍ଧାନ୍ତ ନିଆଗଲା । ଆଲୋଚନାରେ ବରଗଡ ଜିଲ୍ଲା ସଭାପତି ଦୟାସାଗର ମେଣ୍ଡେଲି, ସମ୍ବଲପୁର ଜିଲ୍ଲା ସଭାପତି ଦେବିଲାଲ ପଧାନ, ଅନୁଗୁଲର ଭଗବାନ ପଧାନ, ଖୋର୍ଦ୍ଧାର ଉଦିତ ପ୍ରତାପ ଦେହୁରି, ନୟାଗଡର ସୁରେନ୍ଦ୍ର ମହାକୁଡ, ବୌଦ୍ଧର ପୂର୍ଣ୍ଣଚନ୍ଦ୍ର ମହାକୁଡ, ସୁବର୍ଣ୍ଣପୁର ସଭାପତି ଭୂଷଣ ପାତ୍ର, ଯୁବ ପରିଷଦ ସଭାପତି ସୁରେଶ କର୍ଣ୍ଣ, ରାଜ୍ୟ କାର୍ଯ୍ୟକାରିଣି ଉପସଭାପତି କୃତ୍ତିବାସ ପଲିଆ, ସହ ସଂପାଦକ ଶମ୍ଭୁ ଗିରି, କୋଷାଧ୍ୟକ୍ଷ ଜିତେନ୍ଦ୍ରିୟ ବେହେରା ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ନିର୍ବାଚନ କମିଟି ଗଠନ ଲାଗି ବରିଷ୍ଠ ସଦସ୍ୟ ପ୍ରଶାନ୍ତ ଭୋଇ ଓ ହାଡିବନ୍ଧୁ ମହାକୁଡଙ୍କ ଉପରେ ଦାୟିତ୍ୱ ନ୍ୟସ୍ତ କରାଗଲା । ଉପଦେଷ୍ଟା କମିଟି ସଭାପତି ଦେବାର୍ଚ୍ଚନ ଚାଉଳିଆ ଏବଂ ବିଚାରକ ମଣ୍ଡଳି ସଭାପତି ତଥା ବଲାଙ୍ଗିର ଜିଲ୍ଲା ସଭାପତି ଲମ୍ବୋଦର ମହାକୁର ସ୍ୱତନ୍ତ୍ର ଅତିଥି ଭାବେ ମଞ୍ଚାସିନ ଥିଲେ । ଚକାନନ୍ଦ କମ୍ପ, ବରୁଣ ବଘାର, ମଣ୍ଟୁ ଖମାରୀ, ସଂଜୟ ମହାକୁର, ପିଣ୍ଟୁ ମହାକୁର, ସରୋଜ ମେଶ୍ୱା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ରାଜ୍ୟ ସଂପାଦକ ଗୌତମ କ୍ଷେତି ସଭାର ଉଦ୍ଦେଶ୍ୟ ଜ୍ଞାପନ ଓ ଧନ୍ୟବାଦ ଦେଇଥିଲେ ।