-+91-9937148622 |
prerana_bgr@rediffmail.com |
Wednesday 30th September 2026 |
R.N.I. Regd No. ODIODI/2010/46693
Breaking News
08-Mar-2021
ନୀଳଗିରି (ପ୍ରେରଣା ଖବର): ବାଲେଶ୍ବର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଅତର୍କିତ ଚଢାଉ । ଜିଲ୍ଲାର ନୀଳଗିରି ଓ ଖଇରା ଧୋବାଗଡ଼ିଆ ଅଞ୍ଚଳରେ ନୀଳଗିରି ଏସଡିପିଓ ଚଢ଼ାଉ କରିଛନ୍ତି। ଏହି ଚଢାଉରେ ୩ ଗୋଟି ଚୋରା ପଥର ବୋଝେଇ ଡ଼ମ୍ଫର ଜବତ କରି ଖଇରା ଥାନାରେ ଜିମାଦେଇଛନ୍ତି ।
ଖବର ଅନୁଯାୟୀ, ଖଇରା ଅଞ୍ଚଳରେ ଚୋରା ପଥର କାରବାର ବୃଦ୍ଧି ପାଉଥିଲା । ଯାହାର ଅଭିଯୋଗ ଏସଡିପିଓ ରିତେଶ କୁମାର ମହାପାତ୍ରଙ୍କ ନିକଟକୁ ଆସିଥିଲା । ଏନେଇ ଗତକାଲି ବିଳମ୍ବିତ ରାତିରେ ବିଭିନ୍ନ ଅଞ୍ଚଳରେ ଯାନ ବାହାନ ଯାଞ୍ଚ କରିବା ସହ ଦୁଇଟି ବେଆଇନ ପଥର ବୋଝେଇ ଡ଼ମ୍ଫର ଜବତ କରିଥିଲେ। ଦୁଇଟି ଗାଡ଼ିରୁ ୩ ଜଣ ଡ୍ରାଇଭର ଓ ହେଲପର ଅଟକ ଥିବା ଜଣାପଡିଛି। ସେହିପରି ନୀଳଗିରି ଅଞ୍ଚଳରେ ମଧ୍ୟ ଆଉ ଏକ ବେଆଇନ ପଥର ବୋଝେଇ ଡ଼ମ୍ଫର ଜବତ କରି ଡ୍ରାଇଭର ଅଟକ ରଖାଯାଇଛି। ଏଭଳି ଅଚାନକ ଚଢ଼ାଉ ପରେ ଅସାଧୁ କର୍ମଚାରୀଙ୍କ ମଧ୍ୟରେ ଛନକା ପଶିଥିବା ଜଣାପଡିଛି।