-+91-9937148622 |
prerana_bgr@rediffmail.com |
Wednesday 30th September 2026 |
R.N.I. Regd No. ODIODI/2010/46693
Breaking News
07-Mar-2021
ବଲାଙ୍ଗିର,(ସନ୍ତୋଷ କୁମାର ଠାକୁର): ବଲାଙ୍ଗିର ରେଲୱେ ମଜଦୁର ସଂଘ ସହବନ୍ଧିତ ଇଷ୍ଟ କୋଷ୍ଟ ରେଲୱେ ମଜଦୁର ୟୁନିୟନର ବଲାଙ୍ଗିର ଶାଖା ତରଫରୁ ବଲାଙ୍ଗିର ଷ୍ଟେସନ ପରିସରରେ ଏକ ସ୍ୱଚ୍ଛତା ଅଭିଯାନ କରାଯାଇଥିଲା ଏବଂ ତତ୍ ସହିତ ବଲାଙ୍ଗିର ଶାଖାର ବାର୍ଷିକ ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇଥିଲା । ସାମ୍ପ୍ରତିକ ପରିସ୍ଥିତିରେ ଶ୍ରମିକମାନଙ୍କ ବିଭିନ୍ନ ସମସ୍ୟା ଯଥା ଘରୋଇକରଣ, ବଲାଙ୍ଗିରରେ ଷ୍ଟାଫ୍ ରିକ୍ରୀଏସନ କ୍ଲବ, ଖେଳ ପଡିଆ, ଚିଲଡ୍ରେନ ପାର୍କର ଉନ୍ନତିକରଣ, ଜିମ, ଇଣ୍ଡୋର ହଲ, ଟିଟିମାନଙ୍କ ପାଇଁ ବିଶ୍ରାମ ଗୃହ ଏବଂ କାର୍ଯ୍ୟାଳୟର ସୁବିଧା ଇତ୍ୟାଦି ମୁଖ୍ୟ ଦାବି ଗୁଡିକୁ ଡି.ଆର.ଏମ୍ ଙ୍କ ଉଦ୍ଦେଶ୍ୟରେ ଏକ ଦାବି ଉପସ୍ଥାପନ କରିବା ପାଇଁ ନିଷ୍ପତ୍ତି ନିଆଗଲା । ଏହି ସାଧାରଣ ଅଧିବେଶନରେ ଆଗାମି ବର୍ଷ ପାଇଁ ଶାଖା କମିଟି ଘୋଷଣା କରାଯାଇଥିଲା । ଉକ୍ତ ସଭାରେ ଇଷ୍ଟ କୋଷ୍ଟ ରେଲୱେ ମଜଦୁର ୟୁନିୟନ ର ସାଧାରଣ ସଂପାଦକ ରଞ୍ଜନ କୁମାର ଦାସ, ଭାରତୀୟ ମଜଦୁର ସଂଘର ରାଜ୍ୟ ସଂପାଦକ ଅରୁଣ ସାହୁ ଆଉଟ ସୋର୍ସିଂ ଷ୍ଟକ ବନ୍ଦ କରିବା ଏବଂ କେନ୍ଦ୍ରୀୟ ରେଲୱେ କର୍ମଚାରୀ ଓ ଅସ୍ଥାୟୀ କର୍ମଚାରୀମାନଙ୍କୁ ସେଣ୍ଟ୍ରାଲ ୱେଜେସ୍ ଦେବା ପାଇଁ ଦାବି କରିଥିଲେ । ସଂଘର ଉପସଭାପତି ସୀତାକାନ୍ତ ମହାପାତ୍ର, ସମ୍ବଲପୁର ମଣ୍ଡଳ ସଂପାଦକ ସନ୍ତୋଷ ପାଣିଗ୍ରାହୀ, ସଂଘର କର୍ମକତର୍ତା ତରୁଣ ସାହୁ, ସୁଦର୍ଶନ ସାହୁ, ଜାମି ପ୍ରସାଦ, ନଟବର ସ୍ୱାଇଁ, ସରତ କୁମାର ନାୟକ, ଜୟନ୍ତ କୁମାର ଦାସ, ତ୍ରିଲୋଚନ ସାହୁ, ଚପନ କୁମାର ଦାଶ, ଫିରୋଜ କୁମାର ସାହୁ, ସୁରେନ୍ଦ୍ର ପୁରୋହିତ ପ୍ରମୁଖ ଉପସ୍ଥିତ ରହି କର୍ମକର୍ତ୍ତାମାନଙ୍କୁ ଉତ୍ସାହିତ କରିବା ସହିତ ସମସ୍ୟା ବିଷୟରେ ଆଲୋଚନା କରିଥିଲେ ଏବଂ ନୂତନ ଭାବରେ ବଲାଙ୍ଗିର ଜିଲ୍ଲାର ସଂଗଠନ ଗଠନ କରି ଗୋବିନ୍ଦ ରାଓଙ୍କୁ ସଭାପତି ଓ ତରୁନ କୁମାର ସାହୁଙ୍କୁ ସମ୍ପାଦକ ଭାବେ ଦାୟିତ୍ୱ ଦିଆଗଲା । ସୁରେଶ ଚନ୍ଦ୍ର ଦାସ, ଷ୍ଟେସନ ମାଣ୍ଟର, ବଲାଙ୍ଗିର ଏବଂ ଜୋନାଲ କାର୍ଯ୍ୟକାରିଣୀ ସଦସ୍ୟ ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।