-+91-9937148622 |
prerana_bgr@rediffmail.com |
Wednesday 30th September 2026 |
R.N.I. Regd No. ODIODI/2010/46693
Breaking News
07-Mar-2021
ବଲାଙ୍ଗିର,(ସନ୍ତୋଷ କୁମାର ଠାକୁର) ଗତ କାଲି ବଲାଙ୍ଗିର ପି.ପି. ଏକାଡେମୀର ପୂର୍ବତନ ସକାରୀ ପ୍ରଧାନ ଶିକ୍ଷୟିତ୍ରୀ ଶାନ୍ତିମୟୀ ଦାଶଙ୍କର କର୍କଟ ରୋଗରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଯାଇଛି । ଶ୍ରୀମତୀ ଦାଶ ଜଣେ ନିଷ୍ଠାପର ଓ ଆଦର୍ଶ ଶିକ୍ଷୟିତ୍ରୀ ଭାବରେ ଜଣାଶୁଣା ଥିଲେ । ଶ୍ରୀମତୀ ଦାଶଙ୍କ ବିୟୋଗରେ ଆଜି ସ୍ଥାନୀୟ ପି.ପି.ଏକାଡେମୀ ଠାରେ ପ୍ରଧାନ ଶିକ୍ଷକ ସିନୁ ସୁନ୍ଦର ପାଢ଼ୀଙ୍କ ଆବାହକତ୍ୱରେ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା । ପ୍ରଥମେ ଶକ୍ଷୟିତ୍ରୀ ଶ୍ରୀମତୀ ଦାସଙ୍କ ଅମର ଆତ୍ମାର ସଦ୍ଗତି ପାଇଁ ଦୁଇ ମିନିଟ ନୀରବ ପ୍ରାର୍ଥନ କରାଯାଇଥିଲା । ଏଥିରେ ସ୍କୁଲର ସମସ୍ତ ଶିକ୍ଷକ,ଶିକ୍ଷୟିତ୍ରୀ ଯୋଗ ଦେଇ ଶ୍ରୀମତୀ ଦାଶଙ୍କ ସ୍ମୃତିଚାରଣ କରିଥିଲେ ।