-+91-9937148622 |
prerana_bgr@rediffmail.com |
Thursday 1st October 2026 |
R.N.I. Regd No. ODIODI/2010/46693
Breaking News
07-Mar-2021
ବଲାଙ୍ଗୀର(ସନ୍ତୋଷ କୁମାର ଠାକୁର) : କଳାକାର ଖେଳିବେ କ୍ରିକେଟ୍। ଯେଉଁ କଳାକାର ୟୁଟ୍ୟୁବ୍ ହଉ କି ମଞ୍ଚ ସିନେମା ହଉ କି ଆଲବମ ସବୁଠି ତାର କଳାକୃତି ଦେଖାଇ ଲୋକଙ୍କ ନିଜ ଆଡକୁ ଆକୃଷ୍ଟ କରିଥାଏ ସେହି କଳାକାର ଏବେ କ୍ରିକେଟ୍ ଦୁନିଆରେ ଦେଖାଇବେ କଳା। ରଙ୍ଗବତି ଠାରୁ ରସରକେଲି। ଆଧୁନିକ ଠାରୁ ଅତ୍ୟାଧୁନିକ । କଳା କ୍ଷେତ୍ରରେ ନିଜ ଦକ୍ଷତା ଦେଖାଇଛନ୍ତି ସମଗ୍ର ପଶ୍ଚିମ ଓଡିଶାର କଳାକାର । ଏବେ ଆଉ ଏକ ଦକ୍ଷତା ସମଗ୍ର ପଶ୍ଚିମ ଓଡିଶାର କଳାକାର ଦେଖାଇବାକୁ ଯାଉଛନ୍ତି। ସମଗ୍ର ପଶ୍ଚିମ ଓଡିଶା କଳାକାରଙ୍କୁ ନେଇ ଆୟୋଜିତ ହେବା କଳାକାର କ୍ରିକେଟ୍ ପ୍ରିମିୟର ଲିଗ୍। ଏନେଇ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ। ଆସନ୍ତା କାଲି ଠାରୁ ୯ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି କଳାକାର କ୍ରିକେଟ ମ୍ୟାଚ୍। ଯାହାକୁ ନେଇ ବେଶ ଖୁସି କଳାକାର।
ଆସନ୍ତା ୮ ତାରିଖ ଓ ୯ ତାରିଖରେ ହେବ ମ୍ୟାଚ୍। ସମଗ୍ର ପଶ୍ଚିମ ଓଡିଶାରୁ ନାମୀଦାମୀ କଳାକାର ଏହି ମ୍ୟାଚ୍ରେ ଭାଗ ନେବାକୁ ଯାଉଛନ୍ତି। କିଛି ଖେଳାଳି ହୋଇ ତ କିଛି ଅତିଥି ହୋଇ। ପଶ୍ଚିମ ଓଡିଶାର ୧୦ ଟି ଜିଲ୍ଲାକୁ ନେଇ ୧୧ ଟି ଟିମ ଗଠିତ ହୋଇଛି। ଯାହା ମଧ୍ୟରେ ହେବ ମ୍ୟାଚ୍। ୧୦ ଓଭରର ମ୍ୟାଚ୍ ଖେଳିବେ କଳାକାର। ଏଥିପାଇଁ କରାଯାଇଛି ବିଭିନ୍ନ ଟିମ। ବିଭିନ୍ନ ଟିମକୁ ଦିଆଯାଇଛି ଭିନ୍ନ ଭିନ୍ନ ନାମ।
ଦଳଗୁଡିକର ନାଁ ହେଉଛି ରକଷ୍ଟାର ଓ୍ବାରିୟର୍ସ, କୋଶଲ ଟାଇଗର, ରିୟଳ ଏଭେଞ୍ଜର, ସମ୍ବଲ ସମୁରାଇ, ଦ ସନରାଇଜ , ବ୍ଲୁ ରାଇଡର , ୧୧ ଷ୍ଟାର ଭଳି ବିଭିନ୍ନ ଟିମ ର ନାମ ଦିଆଯାଇଥିବା ବେଳେ ରହିଛନ୍ତି ବହୁ କଳାକାର। । ଗାନ୍ଧି ଷ୍ଟାଡିୟମ ଠାରେ ଦୁଇ ଦିନ ଧରି ଏହି ମ୍ୟାଚ୍ର ଆୟୋଜନ କରାଯାଉଛି। ତେବେ ପ୍ରଥମ ଥର ପାଇଁ ଏଭଳି ଏକ କାର୍ଯ୍ୟକ୍ରମ ସମଗ୍ର ପଶ୍ଚିମ ଓଡିଶାକୁ ନେଇ କରାଯାଇଥିବା ବେଳେ ବେଶ ଖୁସି ଅନୁଭବ କରିଛନ୍ତି କଳାକାର ଠାରୁ ଦର୍ଶକ। ମଇଦାନ ରେ ନିଜ କଳା ଦେଖାଇବେ କଳାକାର । ଏଭଳି ଏକ ମ୍ୟାଚ୍ ଖେଳିବାକୁ ଓ ଦେଖିବାକୁ ବେଶ୍ ଉତ୍ସାହିତ ଅଛନ୍ତି କଳାକାର ସହ ଦର୍ଶକ।