-+91-9937148622 |

prerana_bgr@rediffmail.com |

  Sunday 4th October 2026 |

| | | |

R.N.I. Regd No. ODIODI/2010/46693

Breaking News

ନଭେମ୍ବର ୨୮ରେ ବିନିକା ଗୋଜୁଲାଷ୍ଟମୀ ମହୋତ୍ସବ   (04-Oct-2026)       ||      ସିଦ୍ଧାର୍ଥ ଜୁନିଅର କଲେଜରେ ଜିଲ୍ଲାସ୍ତରୀୟ ଏକ ଦିବସୀୟ ପ୍ରାଥମିକ ଚିକିତ୍ସା ସଚେତନତା ପ୍ରଶିକ୍ଷଣ ଶିବିର   (04-Oct-2026)       ||      ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା ଅନୁଷ୍ଠିତ।   (04-Oct-2026)       ||      *ସୋନପୁର ପୌର ପରିଷଦ ପକ୍ଷରୁ ସ୍ୱଚ୍ଛତା ହିଁ ସେବା ଓ ଏକ ପେଡ୍ ମା କେ ନାମ କାର୍ଯ୍ୟକ୍ରମ*- *ଝାଡୁ କଲେ କଲେକ୍ଟର, ଏସପି ଓ ଏ ଡି ଏମ*-   (04-Oct-2026)       ||      ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘର କାର୍ଯ୍ୟକାରିଣୀ ବୈଠକ♦️ସରକାର ଙ୍କ ଆଦିବାସୀ ଦମନନିତୀ ପ୍ରତିବାଦରେ ଆନ୍ଦୋଳନ ଚେତାବନୀ   (04-Oct-2026)       ||      ଗମ୍ଭାରୀପାଲି ସ୍ଥିତ ଆଞ୍ଚଳିକ ଉମା ମାହେଶ୍ୱରୀ ମନ୍ଦିରରେ ଷୋହଲ ପୂଜା ଆରମ୍ଭ   (04-Oct-2026)       ||      ଜିଲ୍ଲାସ୍ତରୀୟ ଫୁଟବଲ ଚାମ୍ପିୟନସିପ୍‌ର ଉଦ୍‌ଯାପନୀ ଉତ୍ସବ   (04-Oct-2026)       ||      ମଣ୍ଟେସୋରୀ ପବ୍ଲିକ ସ୍କୁଲ ରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ, ସ୍ୱଚ୍ଛତା ରେଲି ଆୟୋଜିତ    (04-Oct-2026)       ||      *୧-୦ ଗୋଲ ରେ ବରଗଡ଼ କୁ ହରାଇ ସାହାଣୀ କପ୍ ଫୁଟବଲ୍ ସୁବର୍ଣ୍ଣପୁର ଜୋନ୍ ଚାମ୍ପିଅନ ହେଲା କଟକ ଦଳ*   (04-Oct-2026)       ||      *ଡାବୁଗାଁ ବ୍ଲକରେ ସେବା ସଂକଳ୍ପ ଅଭିଯାନ ଆରମ୍ଭ*   (04-Oct-2026)       ||      ମଦ ମୁକ୍ତ ଅଭିଯାନ ସମୟରେ ମହିଳାମାନଙ୍କୁ ଦୁର୍ବ୍ୟବହାର, ଡାଵୁଗାଁ ଥାନାରେ ଅଭିଯୋଗ   (04-Oct-2026)       ||      ଗେଟ ସରୋବର ପଡା ସ୍ଥିତ ଡ଼. ବିଆର ଆମ୍ବେଦକର କଲଚରାଳ ଏବଂ ସ୍ପୋର୍ଟିଙ୍ଗ କ୍ଳବ ଆନୁକୂଲ୍ୟରେ ନୁଆଁଖାଇ ଭେଟଘାଟ - 2026 କାର୍ଯ୍ୟକ୍ରମ   (04-Oct-2026)       ||      ଜିଲ୍ଲାସ୍ତରୀୟ ଗାନ୍ଧୀଜୀ ଓ ଶାସ୍ତ୍ରୀଜୀ ଜୟନ୍ତୀ ପାଳିତ    (04-Oct-2026)       ||      ବଡ଼ମାଳ ହାଇସ୍କୁଲରେ ନୂତନ ପ୍ରଧାନଶିକ୍ଷକଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା   (04-Oct-2026)       ||      ଭଟିଗାଁ ଗ୍ରାମ ପଞ୍ଚାୟତ ରେ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ସ୍ୱତନ୍ତ୍ର ଗ୍ରାମସଭା   (03-Oct-2026)       ||      କୁଡ଼ାପଡାରେ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ(୪ର୍ଥ) ଅନୁଷ୍ଠିତ   (03-Oct-2026)       ||      ବିଜେପି ପକ୍ଷରୁ ସେବା ସଂକଳ୍ପ ଅଭିଯାନ ରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ୭୩ ୟୁନିଟ ସଂଗୃହିତ।   (03-Oct-2026)       ||      ନବରଙ୍ଗପୁର ଜିଲ୍ଲା ଯୁବ ରେଡକ୍ରସ ର ଜିଲ୍ଲା ସ୍ତରୀୟ କାର୍ଯ୍ୟକାରିଣୀ ବୈଠକ- ୨୦୨୬ ଅନୁଷ୍ଠିତ *"ଆସ ଖାଇବାକୁ ଦେବା" - ଅଭିଯାନ ର ଶୁଭାରମ୍ଭ*   (03-Oct-2026)       ||      ‘ପ୍ରେରଣା’ର  ୱେବ ପୋର୍ଟାଲ ତଥା ଡିଜିଟାଲ ମିଡ଼ିଆ ର ଷଷ୍ଠ ପ୍ରତିଷ୍ଠା ଦିବସ   (03-Oct-2026)       ||      ପଟୁଆପାଲି ପଞ୍ଚାୟତ ଅନ୍ତର୍ଗତ ପାଣ୍ଡରିଡୁଙ୍ଗରି ଗ୍ରାମରେ ବିଜେଡି ପକ୍ଷରୁ ପଦଯାତ୍ରା   (03-Oct-2026)       ||     

HOME   ଜିଲ୍ଲା

ସମ୍ବଲପୁର : ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ସାମ୍ବାଦିକ ତଥା ରୋଗୀ ଙ୍କୁ ଏକ୍ସପାଏରି ସାଲାଇନ୍ ଦେବା ଘଟଣା ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କଲେ ସାମ୍ବାଦିକ

04-Mar-2021



ସମ୍ବଲପୁର, (ସଞ୍ଜିବ ପାଣିଗ୍ରାହୀ ଙ୍କ ରିପୋର୍ଟ): ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ସାମ୍ବାଦିକ ସରୋଜ ସାହୁ ତଥା ଅନ୍ୟ ରୋଗୀ ମାନଙ୍କୁ ବ୍ୟବହାର ଉପଯୋଗୀ ତାରିଖ ସରିଯାଇଥିବା ସାଲାଇନ ଦେବା ଘଟଣା ରେ ଆଜି ଗୁରୁବାର ଦୃଢ଼  କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ସମ୍ବଲପୁର ସହର ର  ସାମ୍ବାଦିକ I ସମ୍ବଲପୁର ଜ଼ିଲ୍ଲା ର ସାମ୍ବାଦିକ ମାନେ ଆଜି  ଜିଲ୍ଲାପାଳ ସମ୍ବଲପୁର ଙ୍କ ଜରିଆରେ ଏହି ମର୍ମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି I  ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ରୋଗୀ ମାନଙ୍କ ଜୀବନ ସହ ସାଙ୍ଘାତିକ ଖେଳ ଚାଲୁଥିବା ଅଭିଯୋଗ କରି ଘଟଣା ର ଉଚ୍ଚସ୍ତରୀୟ ତଦନ୍ତ ପୂର୍ବକ ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ଉକ୍ତ ୨୮ ତାରିଖ ଦିନ ସଂକ୍ରମଣ ବିଭାଗ ରେ ଭର୍ତ୍ତି ହୋଇଥିବା ସାମ୍ବାଦିକ ସରୋଜ ସାହୁ ଙ୍କ ସମେତ ଅନ୍ୟ ସମସ୍ତ ରୋଗୀ ଙ୍କ ଆଶୁ ଚିକିତ୍ସା  ପାଇଁ ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ ଗଠନ କରିବାକୁ ଦାବି କରିଛନ୍ତି I 
   ଏଠାରେ ଉଲ୍ଲେଖଯୋଗ୍ୟ ଯେ,   ଗତ ୨୮ ତାରିଖ  ଦୈନିକ ଖବର କାଗଜ "ଉତ୍କଳ ସମାଚାର" ର ଜିଲ୍ଲା ପ୍ରତିନିଧି ସାମ୍ବାଦିକ  ସରୋଜ ସାହୁ ଝାଡା ବାନ୍ତି ରୋଗରେ ପୀଡିତ  ହୋଇ ସମ୍ବଲପୁର ଜିଲ୍ଲା ମୁଖ୍ଯ ଚିକିତ୍ସାଳୟ  ବର୍ହିବିଭାଗ ରେଜିଷ୍ଟ୍ରେସନ ନମ୍ବର ୧୦୩୪୧୬ ଆସୁଚିକିତ୍ସା ଦାୟିତ୍ୱ ରେ ଥିବା ଡାକ୍ତରଙ୍କ ପରାମର୍ଶ କ୍ରମେ କୋଭିଡ ପରିକ୍ଷା ନେଗେଟିଭ ବାହାରିବାରୁ ସଂକ୍ରମଣ ବିଭାଗ ବେଡ ନମ୍ବର ୧୮୧ ରେ ଭର୍ତ୍ତିହୋଇଥିଲେ। ରାତ୍ର ୯.୩୦ମିନିଟ ସମୟରେ ସେହି ୱାର୍ଡ ଦାୟୀତ୍ବରେ ଥିବା ଷ୍ଟାପ ନର୍ସ ପ୍ରଭାତୀ ପ୍ରଧାନ ସାମ୍ବାଦିକ ଶ୍ରୀ ସାହୁଙ୍କୁ ଚିକିତ୍ସା ପାଇଁ  ନେଇଥିବା ବରିଷ୍ଠ ସାମ୍ବାଦିକ ସୁଧାଂଶୁ  ଶେଖର ମହାରଣା ଏବଂ ତାଙ୍କର ସଂପର୍କୀୟଙ୍କ ଉପସ୍ଥିତରେ ସାଲାଇନ ଦେଇଥିଲେ। ସାଲାଇନ ଡୋଜ ତାଙ୍କ ଶରୀର ରେ ଚଢିବା ମାତ୍ରେ ଶରୀର  କୁଣ୍ଡାଇ ହୋଇ ଶ୍ରୀସାହୁ ସଂଜ୍ଞାହୀନ ହୋଇପଡିଥିଲେ। ପ୍ରାତଃ ୩ଟା ସମୟରେ ବେଡ ନମ୍ବର ୧୮୨ ରେ ମହାନଗର ନିଗମ ଅନ୍ତର୍ଗତ ଭତରାର ପଙ୍କଜ ପ୍ରସାଦ ସୋହେଲା(୩୮)ଗୁରୁତର ଅବସ୍ଥାରେ ଭର୍ତ୍ତିହୋଇଥିଲେ।ଏହି ସମୟରେ ରୋଗୀ ପଙ୍କଜଙ୍କ ସାନ ଭାଇ ପ୍ରେମାନନ୍ଦ ଏକ୍ସପାରୀ ତାରିଖ ସରିଯାଇଥିବା ସାଲାଇନ ତାଙ୍କ ଭାଇ ପଙ୍କଜଙ୍କୁ ଦେବା ପାଇଁ ବେଡରେ ରଖାଯାଇଥିବା ଦେଖି ଷ୍ଟାଫ ନର୍ସ ପ୍ରଭାତୀ ପ୍ରଧାନଙ୍କୁ କହିବାରୁ ନୂତନ ସାଲାଇନ ପଙ୍କଜଙ୍କୁ ଦିଆଯାଇଥିଲା। ଏ ସମ୍ପର୍କରେ ଜାଣିପାରି ସାମ୍ବାଦିକ ଶ୍ରୀ ସାହୁ ୱାର୍ଡ ପରିଦର୍ଶନରେ ଆସିଥିବା ଡାକ୍ତର ସୀମା ରାଏ ଙ୍କୁ ରାତ୍ରିରେ ସାଲାଇନ ଦେବା ସମୟରେ ସଂଜ୍ଞାହୀନ ହୋଇପଡିଥିବା ଏବଂ ତାଙ୍କୁ ମଧ୍ଯ ଏକ୍ସପାଏରି  ତାରିଖ ସରିଯାଇଥିବା ସାଲାଇନ ଦେଇଥିବା ଶ୍ରୀ ସାହୁ ଅଭିଯୋଗ କରିଥିଲେ। ଏହି ସଂକ୍ରମଣ ବିଭାଗ ବେଡ ନମ୍ବର ୧୬୭ ରେ ଭର୍ତ୍ତିହୋଇଥିବା କ୍ଷେତରାଜପୁରର ସୁଦେର୍ଣ୍ଣା ସୋହୋଲା ମଧ୍ଯ ସାଲାଇନ ଡୋଜ ଦେବା ପରେ ତାଙ୍କ ଶରୀର ରେ  ଭିଷଣ ମାତ୍ରାରେ ପ୍ରତିକ୍ରିୟା ଓ ହାତ ଫୁଲି ଯାଇଥିବା ଅଭିଯୋଗ କରିଛନ୍ତି। ଠିକ ସେହି ପରି ସଂକ୍ରମଣ ବିଭାଗ ବେଡ ନମ୍ବର ୧୭୮ ରେ ଭର୍ତ୍ତିହୋଇଥିବା ମାନେଶ୍ଵର ବ୍ଲକ ଦେଓଗାଁ ପଞ୍ଚାୟତ ଗଉରଗୋଠ ଗ୍ରାମର ବୁଦ୍ଧଦେବ ଗହିରଙ୍କ ବଡ ଭାଇ ଏକ୍ସପାଏରି  ତାରିଖ ସରିଥିବା ଓଆରଏସ ପାଉଡର ପିଇବାକୁ ଦିଆଯାଇଥିବା ଅଭିଯୋଗ କରିଥିଲେ I  
           ତେବେ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟ ରେ ରୋଗୀ ଙ୍କୁ ବ୍ୟବହାର ଉପଯୋଗୀ ତାରିଖ ସାଲାଇନ ଦେବା ଘଟଣା କୁ ନେଇ ସମ୍ବଲପୁର ସହର ବୁଦ୍ଧିଜୀବି ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି I ସ୍ଵେଛାସେବୀ ସଙ୍ଗଠନ ' ସ୍ୱାଭିମାନ ସମ୍ବଲପୁର ' ର ସମ୍ପାଦକ ଶିଶିର ବହିଦାର ଏହି ଘଟଣା ର ନିରପେକ୍ଷ ତଦନ୍ତ ସହ ଦାୟୀ ବ୍ୟକ୍ତି ଙ୍କ ବିରୋଧ ରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି I 
   ଆଜି ଏହି ଦାବି ପତ୍ର ଜ଼ିଲ୍ଲାପାଳ ଙ୍କ ଜରିଆରେ  ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଏବଂ ୫ ଟି ସଚିବ ଙ୍କୁ  ଙ୍କୁ ମଧ୍ୟ ଦିଆଯିବା ସହିତ ଘଟଣାର   ତଦନ୍ତ କରି ଦୋଷୀ  ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ସାମ୍ବାଦିକ I 
        ଆଜିକାର ଏହି ଦାବି ପତ୍ର ପ୍ରଦାନ ସମୟରେ ସାମ୍ବାଦିକ ସର୍ବଶ୍ରୀ ସୁକାନ୍ତ କର, ଶିଵ ପ୍ରସାଦ ମେହେର, ହିମାଂଶୁ ଶେଖର ମିଶ୍ର, ରମାକାନ୍ତ ବିଶ୍ୱାଳ, ବ୍ରଜ ମୋହନ ସାହୁ, ରାଜେଶ ବିଭାର, ଦୀପକ କୁମାର ପଣ୍ଡା, ସୁଧାଂଶୁ ଶେଖର ମହାରଣା, ସାଧବ ପ୍ରଧାନ, ପ୍ରଦୀପ ନାୟକ,  ସତ୍ୟଜିତ ମହାପାତ୍ର, ସୁଶାନ୍ତ ମହାପାତ୍ର, ନବୀନ ଦାଶ, ଅମଲେନ୍ଦୁ ନାୟକ, ଅମନ ଦୀପ ସିଂହ ସାଲୁଜା, ଶ୍ରବଣ କୁମାର ପତି, ଗୁଣ ମଣି ବିଶ୍ୱାଳ, ଧର୍ମେନ୍ଦ୍ର ପଟ୍ଟନାୟକ, ସମୀର ଷଡ଼ଙ୍ଗୀ, ସଞ୍ଜିବ ପାଣିଗ୍ରାହୀ, ଦେବାଶିଷ ବେହେରା  ପ୍ରମୁଖ ଉପସ୍ଥିତ ଥିଲେ


News Comment




Photo in News

Advertisment
Lastest News
  ଜିଲ୍ଲା  
ନଭେମ୍ବର ୨୮ରେ ବିନିକା ଗୋଜୁଲାଷ୍ଟମୀ ମହୋତ୍ସବ   04-Oct-2026
  ଜିଲ୍ଲା  
ସିଦ୍ଧାର୍ଥ ଜୁନିଅର କଲେଜରେ ଜିଲ୍ଲାସ୍ତରୀୟ ଏକ ଦିବସୀୟ ପ୍ରାଥମିକ ଚିକିତ୍ସା ସଚେତନତା ପ୍ରଶିକ୍ଷଣ ଶିବିର   04-Oct-2026
  ଜିଲ୍ଲା  
ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା ଅନୁଷ୍ଠିତ।   04-Oct-2026
  ଜିଲ୍ଲା  
*ସୋନପୁର ପୌର ପରିଷଦ ପକ୍ଷରୁ ସ୍ୱଚ୍ଛତା ହିଁ ସେବା ଓ ଏକ ପେଡ୍ ମା କେ ନାମ କାର୍ଯ୍ୟକ୍ରମ*- *ଝାଡୁ କଲେ କଲେକ୍ଟର, ଏସପି ଓ ଏ ଡି ଏମ*-   04-Oct-2026
  ଜିଲ୍ଲା  
ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘର କାର୍ଯ୍ୟକାରିଣୀ ବୈଠକ♦️ସରକାର ଙ୍କ ଆଦିବାସୀ ଦମନନିତୀ ପ୍ରତିବାଦରେ ଆନ୍ଦୋଳନ ଚେତାବନୀ   04-Oct-2026
  ଜିଲ୍ଲା  
ଗମ୍ଭାରୀପାଲି ସ୍ଥିତ ଆଞ୍ଚଳିକ ଉମା ମାହେଶ୍ୱରୀ ମନ୍ଦିରରେ ଷୋହଲ ପୂଜା ଆରମ୍ଭ   04-Oct-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ଫୁଟବଲ ଚାମ୍ପିୟନସିପ୍‌ର ଉଦ୍‌ଯାପନୀ ଉତ୍ସବ   04-Oct-2026
  ଜିଲ୍ଲା  
ମଣ୍ଟେସୋରୀ ପବ୍ଲିକ ସ୍କୁଲ ରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ, ସ୍ୱଚ୍ଛତା ରେଲି ଆୟୋଜିତ   04-Oct-2026
  ଜିଲ୍ଲା  
*୧-୦ ଗୋଲ ରେ ବରଗଡ଼ କୁ ହରାଇ ସାହାଣୀ କପ୍ ଫୁଟବଲ୍ ସୁବର୍ଣ୍ଣପୁର ଜୋନ୍ ଚାମ୍ପିଅନ ହେଲା କଟକ ଦଳ*   04-Oct-2026
  ଜିଲ୍ଲା  
*ଡାବୁଗାଁ ବ୍ଲକରେ ସେବା ସଂକଳ୍ପ ଅଭିଯାନ ଆରମ୍ଭ*   04-Oct-2026
  ଜିଲ୍ଲା  
ମଦ ମୁକ୍ତ ଅଭିଯାନ ସମୟରେ ମହିଳାମାନଙ୍କୁ ଦୁର୍ବ୍ୟବହାର, ଡାଵୁଗାଁ ଥାନାରେ ଅଭିଯୋଗ   04-Oct-2026
  ଜିଲ୍ଲା  
ଗେଟ ସରୋବର ପଡା ସ୍ଥିତ ଡ଼. ବିଆର ଆମ୍ବେଦକର କଲଚରାଳ ଏବଂ ସ୍ପୋର୍ଟିଙ୍ଗ କ୍ଳବ ଆନୁକୂଲ୍ୟରେ ନୁଆଁଖାଇ ଭେଟଘାଟ - 2026 କାର୍ଯ୍ୟକ୍ରମ   04-Oct-2026

You Might Also Like