-+91-9937148622 |
prerana_bgr@rediffmail.com |
Sunday 11th October 2026 |
R.N.I. Regd No. ODIODI/2010/46693
Breaking News
28-Feb-2021
ବଲାଙ୍ଗିର, ସଇଁତଳା (ପ୍ରେରଣା ଖବର): କୁନି ବୟସ l ମାତ୍ର ୪ ବର୍ଷ l ଏ ବୟସରେ ଖେଳ କୁଦରେ ମାତି ଥାଆନ୍ତି ପିଲା l ହେଲେ ଏମିତି ବି କିଛି କୁନି ପ୍ରତିଭା ଅଛନ୍ତି ଯିଏ ଖେଲକୁଦକୁ ଭୁଲି ଗଛ ପତ୍ରକୁ କରିଛି ନିଜର l ଖେଳନା ବଦଳରେ ଗଛକୁ କରିଛି ନିଜର l ବଲାଙ୍ଗିର ସଇଁତଳା ର ଅଶ୍ୱିକା ମିଶ୍ର l ବୟସ ମାତ୍ର ୪ ବର୍ଷ l ଠିକ ସେ କଥା କହି ପାରୁ ନଥିଲେ ବି ଗଛ ପ୍ରତି ରହିଚି ଅହେତୁକ ଦୁର୍ବଳତା l ସକାଳ ହେଉ କି ସନ୍ଧ୍ୟା ଗଛ କୁ କରିଛି ନିଜର l ଗଛ ସହ କଥା ହେବା ସହ ଗଛ ଗୁଡ଼ିକ ଆହୁରି ସୁନ୍ଦର୍ ହେବ ତାକୁ ନେଇ କରିଚନ୍ତି ରକ୍ଷଣା ବେକ୍ଷଣ l ଛୋଟ ବେଳୁ ନିଜ ଦାଦାଙ୍କ ସହ ମିଶି ଗଛ ପତ୍ରର କରୁଛନ୍ତି ଦେଖା ରେଖା l କୁନି ହାତରେ ନିଜ ବାଡ଼ିରେ ଗେଣ୍ଡୁ ଫୁଲ ଗଛ , ବିଭିନ୍ନ ରଙ୍ଗର ମନ୍ଦାର ଗୋଲାପ, ମନ୍ଦାର, ବ୍ରହ୍ମ କମଳ, ଟଗର, ଗଛ ର ଯତ୍ନ ନେଉଛନ୍ତି ଏ କୁନି ଝିଅ l ଖାଲି ସେତିକି ନୁହଁ ନାମ ନିଜ ବାଡ଼ିରେ କୋବି, ଶାଗ, ବିନ, ଟମାଟୋ, ଝୁଡୁଙ୍ଗ ଭଳି ଅନେକ ପନି ପାରିବ ଚାଷ କରି ଛନ୍ତି ଏହି କୁନି ଝିଅ l ଛୋଟ ବେଳୁ ଆଶ୍ୱିକାଙ୍କ ଗଛ ପ୍ରତି ଅହେତୁକ ଦୁର୍ବଳତା ରହିଚି l ସକାଳେ ଓ ସନ୍ଧ୍ୟାରେ ଦୁଇ ଥର ଗଛର ରକ୍ଷଣାବେକ୍ଷଣ ସହ ପାଣି ଦେବାରେ ନିଜର ଦାଦା ଙ୍କୁ ସାହାଯ୍ୟ କରୁଛନ୍ତି l ମାଟି ଖୋଲିବା ସହ କେଉଁ ଗଛ କୁ କେମିତି ଓ କେଉଁ ଜାଗାରେ ଲଗାଇଲେ ଭଲ ବଢିବା ସହ ଭଲ ଫଳ ଫୁଲ ହେବ ତାକୁ ନେଇ ଚିନ୍ତା କରିଥାନ୍ତି ଏ କୁନିଝିଅ l ଏପରିକି ନୂଆ କିଛି ଗଛ ଦେଖିଲେ ସଙ୍ଗେ ସଙ୍ଗେ ଘରକୁ ନେବାକୁ ଜିଦ୍ କରନ୍ତି ବୋଲି କହିଛନ୍ତି ମୃତ୍ତିକା ସରଂକ୍ଷଣ ବିଭାଗରୁ ଅବସର ନେଇଥିବା ଅଶ୍ୱିକାଙ୍କ ଦାଦା ଜ୍ୟୋତି ଲାଲ ମିଶ୍ର l ଭବିଷ୍ୟତରେ ଆଶ୍ଵିକା ବଡ଼ ହୋଇ ପରିବେଶ ସହ ଗଛ ପତ୍ରକୁ ନେଇ ପଠା ପଢ଼ିବେ ବୋଲି ଆଶା ରଖି ଛନ୍ତି ପରିବାର ଲୋକ l