-+91-9937148622 |

prerana_bgr@rediffmail.com |

  Tuesday 8th September 2026 |

| | | |

R.N.I. Regd No. ODIODI/2010/46693

Breaking News

କୁଶଙ୍ଗ ଡିଗ୍ରୀ କଲେଜରେ ସାଇବର କ୍ରାଇମ ସଚେତନତା ଶିବିର   (08-Sep-2026)       ||      ରାଜସ୍ୱ ପ୍ରଶାସନକୁ ଅଧିକ ଲୋକାଭିମୁଖୀ, ସମ୍ବେଦନଶୀଳ ଓ ଗତିଶୀଳ କରିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ   (08-Sep-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟରେ ବିଜ୍ଞାନ ସେମିନାର ଅନୁଷ୍ଠିତ   (08-Sep-2026)       ||      ପରବାସୀ ସମ୍ମାନ ୨୦୨୬ ଘୋଷିତ ଚାରି ବର୍ଗରେ ୪ ପ୍ରତିଭାଙ୍କୁ ସମ୍ମାନିତ କରିବ ‘ପରବାସୀ କୁଟୁମ୍’   (08-Sep-2026)       ||      ଭୁବନପଲ୍ଲୀ ଗ୍ରାମପଞ୍ଚାୟତରେ ଯୁଗ୍ମ ଅଭିଯୋଗ ଶୁଣାଣି: ୨୩ଟି ଅଭିଯୋଗ ପଞ୍ଜୀକୃତ, ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ   (08-Sep-2026)       ||      ପଂଚାୟତ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ    (08-Sep-2026)       ||      ବୟସର ଅପରାହ୍ନରେ ମଧ୍ୟ ବେଶ ଚଳଚଞ୍ଚଳ କବି ଙ୍କ ଲେଖନୀ ମୂନ♦️ ବରିଷ୍ଠ କବି ଶଶୀ ଭୂଷଣ ମିଶ୍ର ଙ୍କ ପୁସ୍ତକ ପୁଷ୍ ପୂତର୍ ରାମ୍ ଲୋକାର୍ପିତ    (08-Sep-2026)       ||      ସିନାପାଲି ଅଞ୍ଚଳର ଗର୍ବ ଓ ଗୌରବ, ଏ ମାଟିର ବରପୁତ୍ର ରଚିଲେ ଇତିହାସ ନୂଆ ଦାୟିତ୍ୱରେ ଆରମ୍ଭ ହେଲା ନୂଆ ଯାତ୍ରା — ସହ-ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାବେ ଯୋଗଦେଲେ ଶ୍ରୀଯୁକ୍ତ ସତ୍ୟବ୍ରତ ଗହୀର   (08-Sep-2026)       ||      *ଉମରକୋଟ ରେ ୩୦ ଟି ଦଳ କୁ ନେଇ ଫୁଟବଲ ଟୁର୍ଣ୍ଣାମେଣ୍ଟ*   (08-Sep-2026)       ||      ସିନିୟର ଜିଲ୍ଲା ନକ୍ଆଉଟ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ - 2026 ର ଜୋନ ଫାଇନାଲ ମ୍ୟାଚ   (08-Sep-2026)       ||      ସିନିୟର ଜିଲ୍ଲା ନକ୍ଆଉଟ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ - 2026 ର ଷଷ୍ଠ ଦିବସ    (07-Sep-2026)       ||      ଆର ଏମ ସିରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ   (07-Sep-2026)       ||      ସର୍ବଭାରତୀୟ ସମ୍ମିଳନୀରେ ଯୋଗଦେଲେ ବାଚସ୍ପତି ଓ ଓଡ଼ିଶାର ବିଧାୟିକାଗଣ   (07-Sep-2026)       ||      ଗଞ୍ଜେଇ ସହ ଦୁଇଟି ଦେଶୀ ନିର୍ମିତ ବନ୍ଧୁକ, ବାଇକ ଜବତ : ତିନି କୁଖ୍ୟାତ ଡକାୟତ ଗିରଫ   (07-Sep-2026)       ||      ଜିଲ୍ଲା ସିନିୟର ନକ୍ ଆଉଟ ଫୁଟବଲ ଟୁର୍ଣ୍ଣାମେଣ୍ଟ  ସୁପର ନକଆଉଟରେ ସ୍ପୋର୍ଟ୍ସ ହଷ୍ଟେଲ, ରିଜର୍ଭ ପୋଲିସ, ବିକେସି ୟୁନାଇଟେଡ୍‌, ଜରାସିଂହା, ବାଦିବାହାଲ ଓ ଗୁଲମି ଏସ୍‌ସି     (07-Sep-2026)       ||      ମଣିଭଦ୍ର ନୋଡାଲ ଉପ୍ରା ବିଦ୍ୟାଳୟ ର ଦୀର୍ଘ ପାଞ୍ଚ ଦିନ ହବ ମଧ୍ୟ୍ୟନଭୋଜନ ମିଲିନି   (07-Sep-2026)       ||      ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ   (07-Sep-2026)       ||      ବରପାଲି ରେଲୱେ ଷ୍ଟେସନ ନିକଟରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ରେଲୱେ ପୋଲିସର ତଦନ୍ତ ଜାରି   (07-Sep-2026)       ||      ଆଦିବାସୀଙ୍କ ଜମି–ଜଙ୍ଗଲ–ଜୀବିକା ସୁରକ୍ଷା ପାଇଁ ରାଷ୍ଟ୍ରପତି ଓ ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର ପ୍ରଦାନ   (07-Sep-2026)       ||      ପୀଠ ପରିଷଦ ର ପ୍ରଥମ ବୈଠକ    (07-Sep-2026)       ||     

HOME   ଜିଲ୍ଲା

ରାଜସ୍ୱ ପ୍ରଶାସନକୁ ଅଧିକ ଲୋକାଭିମୁଖୀ, ସମ୍ବେଦନଶୀଳ ଓ ଗତିଶୀଳ କରିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

08-Sep-2026



ନୂଆପଡ଼ା:  ନୂଆପଡ଼ା ଜିଲ୍ଲା ମୁଖ୍ୟାଳୟସ୍ଥିତ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ରାଜସ୍ୱ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛିl

ବୈଠକ ଆରମ୍ଭରେ ଜିଲ୍ଲାପାଳ କହିଥିଲେ ଯେ, ତହସିଲ ଓ ରାଜସ୍ୱ ପ୍ରଶାସନ ହେଉଛି ଜିଲ୍ଲା ପ୍ରଶାସନର ମୁଖମଣ୍ଡଳ। ତେଣୁ ରାଜସ୍ୱ ସେବାକୁ ଅଧିକ ଲୋକାଭିମୁଖୀ, ସମ୍ବେଦନଶୀଳ ଓ ଗତିଶୀଳ କରିବା ସହ ଲୋକଙ୍କ ସମସ୍ୟାର ତ୍ୱରିତ ସମାଧାନ ଦିଗରେ ଅଧିକ ଗୁରୁତ୍ୱ ଦେବାକୁ ସେ ତହସିଲଦାର, ଅତିରିକ୍ତ ତହସିଲଦାର ଓ ରାଜସ୍ୱ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଖରିଆର ରୋଡ୍‌ରେ ସଦ୍ୟ ସମାପ୍ତ ହୋଇଥିବା ଜବରଦଖଲ ଉଚ୍ଛେଦ ଅଭିଯାନକୁ ଜିଲ୍ଲାପାଳ ପ୍ରଶଂସା କରିବା ସହ ସମନ୍ୱିତ ଭାବେ ନିୟମ ଉଲ୍ଲଂଘନ ବିରୋଧରେ ପଦକ୍ଷେପ ଜାରି ରଖିବାକୁ କହିଥିଲେ। ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ୍‌ ପରିବହନ କରୁଥିବା ଯାନଗୁଡ଼ିକ ଉପରେ ସିଟି ଆଣ୍ଡ ଜିଏସ୍‌ଟି ବିଭାଗ, ଏନ୍‌ଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ଓ ତହସିଲଦାରମାନେ ମିଳିତ ଭାବେ ଚଢ଼ଉ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।

ଜିଲ୍ଲାରେ କୃଷକ ପଞ୍ଜୀକରଣ କାର୍ଯ୍ୟକୁ ଅଧିକ ସୁଦୃଢ଼ କରିବା ପାଇଁ ତହସିଲଦାରମାନେ ନିୟମିତ ଭାବେ ଫାର୍ମର ରେଜିଷ୍ଟ୍ରି ସମ୍ବନ୍ଧୀୟ ବୈଠକ କରିବାକୁ କୁହାଯାଇଥିଲା।

ଅବୈଧ ଖଣି ଅଞ୍ଚଳରେ ନିଷେଧାଦେଶ ଜାରି ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଉପଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଏଥିସହ ସମସ୍ତ ତହସିଲଦାର ଓ ଅତିରିକ୍ତ ତହସିଲଦାରଙ୍କୁ ବ୍ୟକ୍ତିଗତ ଗାର୍ଡ ଫାଇଲ୍‌ ଠିକ୍‌ ଭାବେ ସଂରକ୍ଷଣ କରିବାକୁ କୁହାଯାଇଥିଲା।

ରାଜସ୍ୱ ସେବାକୁ ଅଧିକ ସ୍ୱଚ୍ଛ ଓ ଦକ୍ଷ କରିବା ଦିଗରେ ଜମିଜମା ରେକର୍ଡ ସଂଶୋଧନ ଓ ମ୍ୟୁଟେସନ୍‌ ମାମଲାର ଅଗ୍ରଗତି ମଧ୍ୟ ସମୀକ୍ଷା କରାଯାଇଥିଲା। ଅଗଷ୍ଟ ୨୦୨୬ ସୁଦ୍ଧା ଜିଲ୍ଲାର ୫ଟି ତହସିଲରେ ମୃତ ଖାତାଧାରୀଙ୍କ ଖାତା ସମ୍ବନ୍ଧୀୟ ରେକର୍ଡ ଅଫ୍‌ ରାଇଟ୍‌ସ (ଆର୍‌ଓଆର୍‌) ସଂଶୋଧନ କାର୍ଯ୍ୟରେ ଉଲ୍ଲେଖନୀୟ ଅଗ୍ରଗତି ହୋଇଛି। ମୋଟ ୨୫,୫୧୫ଟି ମୃତ ଖାତା ଚିହ୍ନଟ ହୋଇଥିବା ବେଳେ ୨୩,୯୪୧ଟି ମାମଲାରେ ଆର୍‌ଓଆର୍‌ ଅଦ୍ୟତନ/ନିଷ୍ପତ୍ତି କରାଯାଇଛି। ଏହି କାର୍ଯ୍ୟର ସାମଗ୍ରିକ ଅଗ୍ରଗତି ୯୩.୮୩ ପ୍ରତିଶତ ରହିଛି।

ଶିକ୍ଷାନୁଷ୍ଠାନଙ୍କ ଜମି ଅଧିକାର ସୁନିଶ୍ଚିତ କରିବା ଦିଗରେ ମଧ୍ୟ ଜିଲ୍ଲାରେ ଅଗ୍ରଗତି ହୋଇଛି। ୫ଟି ତହସିଲରେ ମୋଟ ୯୯୬ଟି ଶିକ୍ଷାନୁଷ୍ଠାନ ମଧ୍ୟରୁ ୪୨୮ଟି ଶିକ୍ଷାନୁଷ୍ଠାନକୁ ଆର୍‌ଓଆର୍‌ ପ୍ରଦାନ କରାଯାଇଛି। ଅବଶିଷ୍ଟ ମାମଲାଗୁଡ଼ିକର ଶୀଘ୍ର ନିଷ୍ପତ୍ତି ଉପରେ ଗୁରୁତ୍ୱ ଦିଆଯାଇଛି।

ପରିବହନ ବିଭାଗର ରାଜସ୍ୱ ଆଦାୟ ଓ ପ୍ରବର୍ତ୍ତନ କାର୍ଯ୍ୟର ମଧ୍ୟ ସମୀକ୍ଷା କରାଯାଇଥିଲା। ଅଗଷ୍ଟ ୨୦୨୬ରେ ଆର୍‌ଟିଓ, ନୂଆପଡ଼ା ପକ୍ଷରୁ ୧ କୋଟି ୧୭ ଲକ୍ଷ ୨ ହଜାର ୯୪୧ ଟଙ୍କା ରାଜସ୍ୱ ଆଦାୟ ହୋଇଛି, ଯାହା ମାସିକ ଲକ୍ଷ୍ୟର ୯୦.୦୨ ପ୍ରତିଶତ। ଅଗଷ୍ଟ ପର୍ଯ୍ୟନ୍ତ ପ୍ରଗତିଶୀଳ ଆଦାୟ ୫ କୋଟି ୯୬ ଲକ୍ଷ ୭୦ ହଜାର ୬୭୪ ଟଙ୍କା ରହିଛି। 

ହେଲମେଟ୍‌ ବ୍ୟବହାର ନିୟମକୁ କଡ଼ାକଡ଼ି ଲାଗୁ କରିବାକୁ ଆର୍‌ଟିଓଙ୍କୁ ନିର୍ଦ୍ଦେଶ ଦିଆଯିବା ସହ ଏନ୍‌ଏସିଗୁଡ଼ିକ ପକ୍ଷରୁ ଜନସାଧାରଣଙ୍କ ମଧ୍ୟରେ ହେଲମେଟ୍‌ ବ୍ୟବହାର ନେଇ ସଚେତନତାମୂଳକ ଘୋଷଣା କରିବାକୁ କୁହାଯାଇଥିଲା।

ରାଜସ୍ୱ ଆଦାୟ ସମ୍ବନ୍ଧୀୟ ବିଭିନ୍ନ ବିଭାଗର ଅଗ୍ରଗତି ମଧ୍ୟ ସମୀକ୍ଷା କରାଯାଇଥିଲା। ଏଥିରେ ଏସ୍‌ଜିଏସ୍‌ଟି ଆଦାୟରେ ଅଗଷ୍ଟ ୨୦୨୬ ପର୍ଯ୍ୟନ୍ତ ୩୪.୩୧ ପ୍ରତିଶତ ଅଭିବୃଦ୍ଧି ହୋଇଥିବା ତଥ୍ୟ ଉପସ୍ଥାପିତ ହୋଇଥିଲା। ସେହିପରି ଓଜନ ଓ ପରିମାପ ବିଭାଗ ପକ୍ଷରୁ ଅଗଷ୍ଟ ୨୦୨୬ରେ ୧,୪୭୫ଟି ନିୟମିତ ଯାଞ୍ଚ ଓ ୧,୦୮୪ଟି ଓଜନ ଓ ପରିମାପ ଯାଞ୍ଚ/ମୋହର ଦିଆଯାଇଥିବା ବେଳେ ମୋଟ ୭ ଲକ୍ଷ ୫୨ ହଜାର ୧୫୫ ଟଙ୍କା ଫି’ ଆଦାୟ ହୋଇଛି।

ବୈଠକରେ ରାଜସ୍ୱ ପ୍ରଶାସନରେ ଉଲ୍ଲେଖନୀୟ ସହଯୋଗ, ସକ୍ରିୟ ଭୂମିକା, ଉତ୍ତମ ସମନ୍ୱୟ, ସଚ୍ଚୋଟତା ଓ ଜନସ୍ୱାର୍ଥମୂଳକ କାର୍ଯ୍ୟ ପାଇଁ ନୂଆପଡ଼ା ତହସିଲର ଲଖନ ରାଉତଙ୍କୁ ‘ରାଜସ୍ୱ ମିତ୍ର ପୁରସ୍କାର’ ପ୍ରଦାନ କରାଯାଇଥିଲା।

ବୈଠକରେ ଅତିରିକ୍ତ ଜିଲ୍ଲାପାଳ ସୁବାସ ଚନ୍ଦ୍ର ରଇତ, ଉପଜିଲ୍ଲାପାଳ ସୁର୍ମି ସୋରେନ, ଡିଏଫ୍‌ଓ (ପ୍ରାନ୍ତୀୟ ) ଅଜିଜ୍‌ ଖାନ୍‌, ଡେପୁଟି ଜ଼ିଲ୍ଲାପାଳ (ରାଜସ୍ୱ) ସୁଚିସ୍ମିତା ମହାଉତି, ଡେପୁଟି ଜ଼ିଲ୍ଲାପାଳ (ନିର୍ବାଚନ) ଶେଖ୍‌ ନସିମ୍‌, ସମସ୍ତ ତହସିଲଦାର, ଏନ୍‌ଏସିର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀ ଯୋଗଦେଇଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
କୁଶଙ୍ଗ ଡିଗ୍ରୀ କଲେଜରେ ସାଇବର କ୍ରାଇମ ସଚେତନତା ଶିବିର   08-Sep-2026
  ଜିଲ୍ଲା  
ରାଜସ୍ୱ ପ୍ରଶାସନକୁ ଅଧିକ ଲୋକାଭିମୁଖୀ, ସମ୍ବେଦନଶୀଳ ଓ ଗତିଶୀଳ କରିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ   08-Sep-2026
  ଜିଲ୍ଲା  
ମାୟାବର୍ହା ଉଚ୍ଚ ବିଦ୍ୟାଳୟରେ ବିଜ୍ଞାନ ସେମିନାର ଅନୁଷ୍ଠିତ   08-Sep-2026
  ଜିଲ୍ଲା  
ପରବାସୀ ସମ୍ମାନ ୨୦୨୬ ଘୋଷିତ ଚାରି ବର୍ଗରେ ୪ ପ୍ରତିଭାଙ୍କୁ ସମ୍ମାନିତ କରିବ ‘ପରବାସୀ କୁଟୁମ୍’   08-Sep-2026
  ଜିଲ୍ଲା  
ଭୁବନପଲ୍ଲୀ ଗ୍ରାମପଞ୍ଚାୟତରେ ଯୁଗ୍ମ ଅଭିଯୋଗ ଶୁଣାଣି: ୨୩ଟି ଅଭିଯୋଗ ପଞ୍ଜୀକୃତ, ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ   08-Sep-2026
  ଜିଲ୍ଲା  
ପଂଚାୟତ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ   08-Sep-2026
  ଜିଲ୍ଲା  
ବୟସର ଅପରାହ୍ନରେ ମଧ୍ୟ ବେଶ ଚଳଚଞ୍ଚଳ କବି ଙ୍କ ଲେଖନୀ ମୂନ♦️ ବରିଷ୍ଠ କବି ଶଶୀ ଭୂଷଣ ମିଶ୍ର ଙ୍କ ପୁସ୍ତକ ପୁଷ୍ ପୂତର୍ ରାମ୍ ଲୋକାର୍ପିତ   08-Sep-2026
  ଜିଲ୍ଲା  
ସିନାପାଲି ଅଞ୍ଚଳର ଗର୍ବ ଓ ଗୌରବ, ଏ ମାଟିର ବରପୁତ୍ର ରଚିଲେ ଇତିହାସ ନୂଆ ଦାୟିତ୍ୱରେ ଆରମ୍ଭ ହେଲା ନୂଆ ଯାତ୍ରା — ସହ-ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାବେ ଯୋଗଦେଲେ ଶ୍ରୀଯୁକ୍ତ ସତ୍ୟବ୍ରତ ଗହୀର   08-Sep-2026
  ଜିଲ୍ଲା  
*ଉମରକୋଟ ରେ ୩୦ ଟି ଦଳ କୁ ନେଇ ଫୁଟବଲ ଟୁର୍ଣ୍ଣାମେଣ୍ଟ*   08-Sep-2026
  ଜିଲ୍ଲା  
ସିନିୟର ଜିଲ୍ଲା ନକ୍ଆଉଟ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ - 2026 ର ଜୋନ ଫାଇନାଲ ମ୍ୟାଚ   08-Sep-2026
  ଜିଲ୍ଲା  
ସିନିୟର ଜିଲ୍ଲା ନକ୍ଆଉଟ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ - 2026 ର ଷଷ୍ଠ ଦିବସ   07-Sep-2026
  ଜିଲ୍ଲା  
ଆର ଏମ ସିରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ   07-Sep-2026

You Might Also Like