-+91-9937148622 |
prerana_bgr@rediffmail.com |
Tuesday 4th August 2026 |
R.N.I. Regd No. ODIODI/2010/46693
Breaking News
04-Aug-2026
ଲୋଇସିଂହା, (ବିନୋଦ ଦୀପ) ଆଜି ଲୋଇସିଂହା ନିର୍ବାଚନ ମଣ୍ଡଳୀ ବିଜୁଜନତା ଦଳ ତଥା ବିଜେଡି ବିଧାୟକ ପାର୍ଥୀ ନିହାରରଞ୍ଜନ ବେହେରା ଙ୍କ ସଭାପତିତ୍ବ ରେ ବିଜେଡି ଜିଲ୍ଲା ଯୁବ ସଭାପତି ତଥା ଲୋଇସିଂହା ବ୍ଲକ ଅଧ୍ୟକ୍ଷ ଯତୀନ୍ଦ୍ର ପଟେଲ ଙ୍କ ଉପସ୍ଥିତି ରେ ଲଗାଣ ବର୍ଷା ରେ ଲୋଇସିଂହା ବ୍ଲକ ର ବିଭିନ୍ନ ଅଂଚଳ ର ରାସ୍ତା ର ଶୀଘ୍ର ମରାମତି ସହ ଚାଷଜମି ବାଲିଚର ଓ ଘର କ୍ଷୟକ୍ଷତିକୁ ସଠିକ ଓ ଶୀଘ୍ର ମୂଲ୍ୟାଙ୍କନ କରି ଲୋକ ଙ୍କୁ ଶୀଘ୍ର କ୍ଷତିପୂରଣ ପ୍ରଦାନ କରିବା ପାଇଁ ବିଜୁ ଜନତା ଦଳ ଲୋଇସିଂହା ନିର୍ବାଚନ ମଣ୍ଡଳୀ ପକ୍ଷରୁ ଲୋଇସିଂହା ତହସିଲଦାର ଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ l ପ୍ରଥମେ ଲୋଇସିଂହା ଆଦିବାସୀ ଭବନ ରେ ଏକ ବୈଠକ ହୋଇଥିଲା l
ପରେ ସମସ୍ତେ ଏକଜୁଟ ହୋଇ ଓଡିଶା ସରକାର କୁ ଟାର୍ଗେଟ କରି ବିଭିନ୍ନ ନାରାବାଜି ଦେଇ ଆଦିବାସୀ ଭବନ ଠୁ ତହସିଲ କାର୍ଯ୍ୟାଳୟ କୁ ପହଂଚିଥିଲେ l ତହସିଲ ରେ ପହଂଚିଵା ପରେ ଏକ ଦାବିପତ୍ର ତହସିଲଦାର ଟିକୁନୁ ପୁଟା ଙ୍କୁ ବିଜୁଜନତା ଦଳ ପକ୍ଷରୁ ପ୍ରଦାନ କରାଗଲା l ତହସିଲଦାର ଯଥାଶୀଘ୍ର ତଦାରଖ କରି କ୍ଷୟକ୍ଷତି ହୋଇଥିବା ଲୋକ ଙ୍କୁ ତିନି ଦିନ ମଧ୍ୟରେ କ୍ଷତିପୂରଣ କରାଯିବ ବୋଲି ପ୍ରତିଶୃତି ଦେଲେ l ଅନ୍ୟ ମାନଙ୍କ ମଧ୍ୟରେ ଲାଲମନ ନାଗ, ବିଜୟ ଦାସ, ପ୍ରଦୀପ ସାହୁ, ବ୍ଲକ ବିଜେଡି ସଭାପତି ତଥା ସରପଞ୍ଚ ସରୋଜ ବେହେରା, କୈଳାସ ବେହେରା, ରମାକାନ୍ତ ବିଶ୍ୱାଳ ସମେତ ବହୁ ସଂଖ୍ୟାରେ ଲୋକେ ସାମିଲ ଥିଲେ l