-+91-9937148622 |
prerana_bgr@rediffmail.com |
Thursday 14th May 2026 |
R.N.I. Regd No. ODIODI/2010/46693
Breaking News
10-Feb-2021
ଖପ୍ରାଖୋଲ (ଗୋରେଖନାଥ ବରିହା ) ଖପ୍ରାଖୋଲ ବ୍ଳକ ମାଟିଆଭଟା ପଞ୍ଚାୟତ ମାଟିଆଭଟା ଗ୍ରାମ ର ବସ୍ତ୍ରେନ ମନ୍ଦିର ଠାରେ ବିଂଝାଲ ସମାଜର ଏକ ବ୍ଳକସ୍ତରୀୟ ବୈଠକ ପୂର୍ବତନ ସଭାପତି ଲୋଚନ ସିଂ ବରିହାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସଭାପ୍ରାରମ୍ଭରେ ସମାଜର ଇଷ୍ଟ ଦେବୀ ମାଁ ବିନ୍ଧ୍ୟ ବାସିନୀଙ୍କ ପୂଜାର୍ଚ୍ଚନା ଓ ଜଣାଣ ପରେ ସଭା ଆରମ୍ଭ ହୋଇଥିଲା ଏଥିରେ ଜିଲ୍ଲା ଉପ ସଭାପତି ଅର୍ଜୁନ ବରିହା ମୂଖ୍ୟ ଅତିଥି , ସମ୍ମାନିତ ଅତିଥି ମିନକେତନ ବରିହା, ଯଦୁମଣି ବରିହା, ଅତିଥି ଭାବେ ଯୋଗ ଦେଇ ସମାଜର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ବ୍ଳକସ୍ତରୀୟ କର୍ମକର୍ତ୍ତା କର୍ମକର୍ତ୍ତା କାର୍ଯ୍ୟ କାଳ ସମାପ୍ତ ହୋଇଯାଇଥିବାରୁ ସମାଜର ଆୟବ୍ୟୟର ସମ୍ପୁର୍ଣ୍ଣ ବିବରଣୀ ହିସାବ ପ୍ରକାଶ କରିବା ପାଇଁ ବ୍ଳକସ୍ତରୀୟ କମିଟି ବିବରଣୀ ଦେବାକୁ ସଭାରେ ମତପ୍ରକାଶ ପାଇଥିଲା । ଆସନ୍ତା ୧୫ ତାରିଖରେ ଜିଲ୍ଲା ସ୍ତରୀୟ ମହାସଭା ଅନୁଷ୍ଠିତ ହେବାକୁ ଥିବା ସଭାକୁ ବହୁ ସଂଖ୍ୟାରେ ଯୋଗଦେବାକୁ ସଭାରେ ନିଷ୍ପତ୍ତି ନିଆଯାଇଥିଲା । ବ୍ଳକ ର ସାହାଜ ପାଣି,ବିନ୍ଦେର, ରେଙ୍ଗାଲି, ମହରାପଦର ,ଭାନପୁର,ନାନ୍ଧୁପଲା, ଓଡିଆ ପାଲି, ଧଣ୍ଡାମୁଣ୍ଡା, ମାଟାଆଭଟା, ଲୁହାସିଂହା , ଚଙ୍ଗରିଆ ଆଦି ପଞ୍ଚାୟତ ସ୍ତରୀୟ ବିଂଝାଲ ସମାଜ ନବ ନିର୍ବାଚିତ ସଭାପତି ରନ୍ନାକର ବରିହା , ମନୋହର ବରିହା, ସୁଗ୍ରୀବ ବରିହା,ଦିଶୁରୁ ବରିହା, ଲିଙ୍ଗରାଜ ବରିହା, ଶଶିକାନ୍ତ ବରିହା, ସୁରେନ୍ଦ୍ର ବରିହା, ଶଙ୍କର୍ଷଣ ଭୂଏ,ଚନ୍ଦ୍ରଶେଖର ବରିହା,ବିଭିଷଣ ବରିହାଙ୍କ ସମେତ ସମାଜର ଦୁଇ ଜଣ ସାମ୍ବାଦିକ ଗୋରେଖନାଥ ବରିହା ଓ ପାଣ୍ଡବ ବରିହାଙ୍କୁ ସଭା ରେ ଫୁଲଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ଅନ୍ୟ ପଞ୍ଚାୟତର ନବ ନିର୍ବାଚିତ ସଭାପତି ମାନେ ଅନୁପସ୍ଥିତ ଥିବା ରୁ ବ୍ଳକ କମିଟି ଗଠନ କାରାଯିବ ସେ ଦିନ ପଞ୍ଚାୟତ ସଭାପତି ମାନଙ୍କୁ ସମ୍ବର୍ଦ୍ଧନା ଦିଆଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା ।। ସଭାରେ ବ୍ଳକ ୨୧ ଟି ପଞ୍ଚାୟତ ରୁ ସମାଜ ର କର୍ମ କର୍ତ୍ତା ଙ୍କ ସମେତ ପ୍ରାୟ ପାଞ୍ଚ ଶହ ରୁ ଉର୍ଦ୍ଧ୍ବ ସମାଜ ବ୍ୟକ୍ତି ବିଶେଷ ଯୋଗଦେଇ ଥିଲେ । ବ୍ଳକ ସ୍ତରୀୟ କମିଟି ଗଠନ କରିବା କାର୍ଯ୍ୟ କ୍ରମ କୁ ସ୍ଥଗିତ କରାଯାଇଥିଲା । ବ୍ଳକ ସଂପାଦକ ପବିତ୍ର ବରିହା ସ୍ବାଗତ ଭାଷଣ ଦେଇଥିବା ବେଳେ ବିଜୟ ଲାଲା ବରିହା ପରିଚାଳନା କରିଥିଲେ ।