-+91-9937148622 |
prerana_bgr@rediffmail.com |
Wednesday 22nd July 2026 |
R.N.I. Regd No. ODIODI/2010/46693
Breaking News
22-Jul-2026
(ପ୍ରେରଣା ଖବର )
ଓଡିଶା ଏକ କୃଷିପ୍ରଧାନ ରାଜ୍ୟ । ଏଠି ଲୋକଙ୍କ ମୁଖ୍ୟ କାର୍ଯ୍ୟ ହେଉଛି ଚାଷ କାର୍ଯ୍ୟ କଳାହାଣ୍ଡି ଜିଲ୍ଲା ମଧ୍ୟ ଏକ କୃଷି ପ୍ରଧାନ ଜିଲ୍ଲା । ଏହି ଜିଲ୍ଲାର ଲୋକ ପ୍ରାୟତଃ ଚାଷବାସ ଉପରେ ନିର୍ଭର କରି ନିଜର ଜୀବନ ଜୀବିକା ପ୍ରତିପ୍ରାଦନ କରିଥାନ୍ତି । ସରକାର ମଧ୍ୟ ଚାଷୀ ମାନଙ୍କୁ ଚାଷକାର୍ଯ୍ୟରେ ତାଙ୍କ ଜମିକୁ ପାଣି ସୁଚାରୁ ରୂପେ ପହଞ୍ଚାଇବା ପାଇଁ ଚାଷ ଜମି ମାନଙ୍କରେ ବିଦ୍ୟୁତ ବିଭାଗ ସହାୟତା ରେ L.I ପଏଣ୍ଟର ବ୍ୟବସ୍ଥା କରିଛନ୍ତି । ଯାହାଫଳରେ ଜଳସଙ୍କଟ ସମୟରେ ମଟର ସାହାଯ୍ୟରେ ଜଳ ସେଚନ କରି ଚାଷୀଙ୍କ ଚାଷ କାର୍ଯ୍ୟ ଅତ୍ୟନ୍ତ ସରସ ସୁଗମ ହେଉଛି । ଚାଷିଙ୍କ ଚାଷ କାର୍ଯ୍ୟ ପାଇଁ କଲାହାଣ୍ଡି ଜିଲ୍ଲାର ମ.ରାମପୁର ବ୍ଲକ୍ ନୁନପୁର ପଞ୍ଚାୟତର ଚାଷୀ ଜଗମୋହନ ରଣା ତାଙ୍କ ଚାଷ ଜମି ପାଇଁ ଗଙ୍ଗା ଜମୁନା ପାଣି ପଞ୍ଚାୟତ L.I. ପଏଣ୍ଟରୁ ବିଦ୍ୟୁତ ସଂଯୋଗ କରି ମଟର ଯୋଗେ ଜଳସେଚନ କରି ଚାଷବାସ କରୁଥିଲେ । କିନ୍ତୁ ଗତ ୧୫ ଜାନୁଆରୀ ୨୦୨୬ ତାରିଖ ରେ ଉକ୍ତ ଲାଇନ ସଂଯୋଗ କରୁଥିବା ଚାଷ ଜମିକୁ ଯିବା ବେଳେ ବିଦ୍ୟୁତ ଖୁଣ୍ଟ ରୁ ଗଙ୍ଗା ଯମୁନା ପାଣି ପଞ୍ଚାୟତ ଏଲ . ଆଇ ପଏଣ୍ଟ କୁ ସଂଯୋଗ କରୁଥିବା ପ୍ରାୟ 1.5 km ପର୍ଯ୍ୟନ୍ତ 11 KV ବିଦ୍ୟୁତ ତାର କେହି ଦୁର୍ବୁତ୍ତ ଚୋରି କରି ନେଇଯାଇ ଥିଲେ । ତୁରନ୍ତ ଏହାର ଏକ ଲିଖିତ ଅଭିଯୋଗ ମ . ରାମପୁର ଥାନାରେ ଦିଆଯାଇଥିଲେ ମଧ୍ୟ, ଆଜି ପର୍ଯ୍ୟନ୍ତ ଚୋରି କିମ୍ବା ଚୋରି ହୋଇଥିବା 11 କେ . ଭି ବିଦ୍ୟୁତ ତାର ଜବତ ହୋଇପାରି ନାହିଁ । ଅନେକ ଦିନ ବିତି ଯାଇଥିବା ସତ୍ୱେ ପ୍ରଶାସନ ଏବଂ ବିଦ୍ୟୁତ ବିଭାଗର ଉଦାସୀନତା ପାଇଁ ଆଜି ପର୍ଯ୍ୟନ୍ତ ଚାଷ ଜମିକୁ ପୁଣି ଥରେ ବିଦ୍ୟୁତ ସଂଯୋଗ ହୋଇପାରିନି । ଯାହାଫଳରେ ଚଳିତ ବର୍ଷ ଚାଷ ଜମି କୁ ଜଳସେଚନ ରୁ ବଞ୍ଚିତ ହୋଇ ପଡି ରହିଛି । ଚଳିତ ବର୍ଷ ବର୍ଷା ଋତୁ ଧାନ ପାଇଁ ଚାଷୀ ସଜବାଜ ହେଉଥିବା ବେଳେ ନୁନପୁର ଅଂଚଳର ଗଙ୍ଗା ଯମୁନା ପାଣିପଞ୍ଚାୟତ ର ଚାଷୀ ବିଦ୍ୟୁତ ସଂଯୋଗ ରୁ ବଂଚିତ ହୋଇ ରହି ଛନ୍ତି । ସେଥିପାଇଁ କଳାହାଣ୍ଡି ପ୍ରଶାସନ ଏବଂ ଜିଲ୍ଲାପାଳ ମହୋଦୟଙ୍କୁ ଯଥା ଶୀଘ୍ର ସମସ୍ୟା ର ସମାଧାନ ପାଇଁ ନୁନପୁର ଗ୍ରାମବାସୀ ଅନୁରୋଧ କରିଛନ୍ତି