-+91-9937148622 |
prerana_bgr@rediffmail.com |
Thursday 23rd July 2026 |
R.N.I. Regd No. ODIODI/2010/46693
Breaking News
22-Jul-2026
ବୀରମହାରାଜପୁର, (ବିନୋଦ ପାଣ୍ଡେ ): ରାଜ୍ୟର ବେସରକାରି ଅନୁଦାନପ୍ରାପ୍ତ ଓ ଅଣଅନୁଦାନ ମହାବିଦ୍ୟାଳୟରେ ୨୦୦୮ରୁ ୨୦୧୮ ମଧ୍ୟରେ ପରିଚାଳନା କମିଟି ଦ୍ୱାରା ନିଯୁକ୍ତ ଅଧ୍ୟାପକ ଓ କର୍ମଚାରୀମାନଙ୍କୁ ଦରମା ଦେବାକୁ ମହାବିଦ୍ୟାଳୟ ଅସମର୍ଥ ହୋଇପଡ଼ିଛି I ତେଣୁ ଏହି ଅଧ୍ୟାପକ କର୍ମଚାରୀଙ୍କୁ ରାଜ୍ୟ ସରକାର ଅନୁଦାନ ପରିସରଭୁକ୍ତ କରିବା ଜରୁରି ହୋଇପଡ଼ିଛି ବୋଳି ଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ପକ୍ଷରୁ ଦୀର୍ଘ ଦିନ ଧରି ଦାବି ହେଉଥିଲା । ତେବେ ସରକାର ସେମାନଙ୍କ ଦାବି ଶୁଣୁନଥିବାରୁ ସୋମବାର ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ଓଡିଶା ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ସଙ୍ଘ ସୁବର୍ଣ୍ଣପୁର ଜିଲ୍ଲା ପକ୍ଷରୁ ପ୍ରଦାନ
କରାଯାଇଛି l ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କୁ ଭେଟି ନିଜର ଦାବି ଜଣାଇଛନ୍ତି ସଙ୍ଘର ସେମାନଙ୍କ ଦାବି ପୂରଣ ନ କଲେ ବହୁ ଅଧ୍ୟାପକ ଓ ଅଧ୍ୟାପିକା ମାନେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି । ଉକ୍ତ ଦାବିପତ୍ର ପ୍ରଦାନ ବେଳେ ଓଡିଶା ଓ ରାଜ୍ୟ ବେସରକାରୀ ଅଧ୍ୟାପକ ଅ କର୍ମଚାରୀ ସଙ୍ଘର ସୁବର୍ଣ୍ଣପୁର ଜିଲ୍ଲା ସଂଯୋଜକ ଅଧ୍ୟାପକ ଉଦ୍ଧବ ପଧାନ, ବିଶ୍ୱନାଥ ମିଶ୍ର, ସୁଶାନ୍ତ ଦେହୁରୀ, ସନ୍ତୋଷିନୀ ନାୟକ, ବାଳମକୁନ୍ଦ ବାରିକ, ରାଜୀବ ମହାପାତ୍ର, ଶରତ କହ୍ନର, ସନ୍ଧ୍ୟାଦୀପା ଗୁରୁ, ଭୁବନେଶ୍ୱର ବେହେରା ସମେତ ବହୁ ଅଧ୍ୟାପକ ଅଧ୍ୟାପିକା ମାନେ ଉପସ୍ଥିତ ଥିଲେ ।