-+91-9937148622 |
prerana_bgr@rediffmail.com |
Sunday 21st June 2026 |
R.N.I. Regd No. ODIODI/2010/46693
Breaking News
21-Jun-2026
ଲୋଇସିଂହା, (ବିନୋଦ ଦୀପ) ପଞ୍ଚାୟତ ହାଇସ୍କୁଲ ପଡିଆ ବୁର୍ଡ଼ା ଠାରେ 12 ତମ ବିଶ୍ୱ ଯୋଗ ଦିବସ ପତଞ୍ଜଳି ପରିବାର ବୁର୍ଡା ଆନୁକୁଲ୍ୟ ରେ ଅନୁଷ୍ଠିତ ହୋଇଯାଇଛି l ପତଞ୍ଜଳି ମହିଳା ରାଜ୍ୟ ସମ୍ବାଦ ପ୍ରଭାରୀ ସସ୍ମିତା ସାହୁ ଙ୍କ ପୌରୋହିତ୍ୟ ରେ ଆୟୋଜିତ ଯୋଗ ଅଭ୍ୟାସ କ୍ରମରେ ଅତିଥି ଭାବରେ ଲୋଇସିଂହା ତହସିଲ ଯୋଗ ସମିତି ପ୍ରଭାରୀ ରାମଚନ୍ଦ୍ର ସାହୁ, ବୁର୍ଡା ହାଇସ୍କୁଲ ର ପ୍ରଧାନ ଶିକ୍ଷକ ବବିତା ଗୁରୁମା ଦୀପ ପ୍ରଜ୍ବଳନ କରିଥିଲେ l ଉକ୍ତ କାର୍ଯ୍ୟକ୍ରମ ରେ ଯୋଗ ଦିବସ ପାଇଁ ଉଦ୍ଦିଷ୍ଟ ପ୍ରୋଟୋକଲ ର ଅଭ୍ୟାସ କ୍ରମରେ ଅନେକ ପ୍ରକାର ଆସନ ପ୍ରାଣାୟାମ ଧ୍ୟାନ ଅଭ୍ୟାସ କରାଯାଇଥିଲ l ସୁସ୍ଥ ଶରୀର, ବିକାର ରହିତ ମନ ଆଧ୍ୟାତ୍ମିକ ଉନ୍ନତି ପାଇଁ ଯୋଗ ସର୍ବଶ୍ରେଷ୍ଠ ମଧ୍ୟମ ବୋଲି ଅତିଥି ମାନେ ପ୍ରକାଶ କରିଥିଲେ l କାର୍ଯ୍ୟକ୍ରମ ରେ ରାଜୁ ସାହୁ, ଶିକ୍ଷକ ହିମାଂଶୁ ସାହୁ, ଯାଜ୍ଞସେନୀ ସାହୁ, ରଶ୍ମିତା ସାହୁ, ମନୀଷା ସାହୁ, ପ୍ରଜ୍ଞାନ ସାହୁ, ସୁମନ୍ତ ଚିନ୍ଦ୍ରା ପ୍ରଭୁତି ଉପସ୍ଥିତ ରହି ସହଯୋଗ କରିଥିଲେ l