-+91-9937148622 |
prerana_bgr@rediffmail.com |
Thursday 20th August 2026 |
R.N.I. Regd No. ODIODI/2010/46693
Breaking News
21-Jun-2026
ବୌଦ୍ଧ(ପ୍ରେରଣା ଖବର): ଆଜି ଆନ୍ତର୍ଜାତୀୟ ଯୋଗ ଦିବସ।ସାରା ବିଶ୍ୱ ଏହି ଯୋଗ ଦିବସକୁ ପାଳନ କରୁଥିବା ବେଳେ ବୌଦ୍ଧ ଠାରେ ଡିଭାଇନ ଲାଇଫ ସୋସାଇଟୀ ଉତ୍ସାହର ସହ ଯୋଗ ଦିବସକୁ ପାଳନ କରିଥିଲେ। ଡିଭାଇନ ଲାଇଫ୍ ସୋସାଇଟୀ ପାଳନ କରୁଥିବା ଆନ୍ତର୍ଜାତିକ ଯୋଗ ଦିବସରେ ଅଭ୍ୟୁଦୟ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ସକ୍ରିୟ ଯୋଗଦାନ କରିଥିଲେ।
ବର୍ତ୍ତମାନ ଯୁବଗୋଷ୍ଠୀ ଅସତ୍ ସଙ୍ଗରେ ପଡି ନିଶା ଦ୍ରବ୍ୟ ବ୍ୟବହାର କରି ନିଜ ଶରୀରକୁ ନଷ୍ଟ କରିବା ସହ ଦେଶ ଏବଂ ସମାଜ ପାଇଁ ଏକ ସଙ୍କଟ ସୃଷ୍ଟି କରୁଛନ୍ତି। ଯୋଗ ମାଧ୍ୟମରେ ନିଜ ମନ ଏବଂ ଶରୀରକୁ ନିୟନ୍ତ୍ରଣ କରିବା ଏକ ସୁନ୍ଦର ପ୍ରୟାସ।ଯୋଗ ଦ୍ୱାରା ମଣିଷ ମସ୍ତିଷ୍କ ସୁସ୍ଥ ରହିବା ସହ ଉତ୍ତମ କାର୍ଯ୍ୟ କରିବା ପାଇଁ ସହାୟକ ହେବ।ଆଜିର ଆନ୍ତର୍ଜାତୀୟ ଯୋଗ ଦିବସରେ ଅଭ୍ୟୁଦୟ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଯୋଗଦାନ କରି ଯୁବ ସମାଜକୁ ସୁସ୍ଥ ରହିବାର ବାର୍ତ୍ତା ପ୍ରେରଣ କରିଛନ୍ତି।