-+91-9937148622 |

prerana_bgr@rediffmail.com |

  Thursday 20th August 2026 |

| | | |

R.N.I. Regd No. ODIODI/2010/46693

Breaking News

ବିଶ୍ୱ ଫୋଟୋଗ୍ରାଫି ଦିବସରେ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଫଟୋ ପ୍ରଦର୍ଶନୀ ll ପ୍ରଦର୍ଶିତ ହୋଇଛି ସଂସ୍କୃତି, ପରମ୍ପରା ଓ ଐତିହ୍ୟ ର ଅନେକ ଫଟୋ ll   (19-Aug-2026)       ||      ଆରପାରିରେ ବିଶିଷ୍ଟ କୀର୍ତ୍ତନ ଗାୟକ ମକ୍ତାରି ସାହୁ। କୀର୍ତ୍ତନ ଜଗତର ଏକ ସ୍ୱର୍ଣ୍ଣିମ ଅଧ୍ୟାୟର ଅବସାନ।   (19-Aug-2026)       ||      ନାକଟିଦେଉଳ ମାଟିର ଝିଅ କୁମୁଦିନୀଙ୍କୁ ଡିଜିପି ଡିସ୍କ କର୍ତ୍ତବ୍ୟନିଷ୍ଠା ଓ ଉଲ୍ଲେଖନୀୟ ସେବା ପାଇଁ କ୍ରାଇମବ୍ରାଞ୍ଚ ପକ୍ଷରୁ ମଧ୍ୟ ସମ୍ବର୍ଦ୍ଧନା   (19-Aug-2026)       ||      ଜିଲ୍ଲା ସ୍ତରୀୟ ସିନିଅର ଫୁଟବଲ୍ ଲିଗ ଦ୍ୱିତୀୟ ଦିବସ, ଖୁର୍ଡିଆବାହଲ,ସିଲାଟି, କଦଳିପାଳି,ଖଇରମାଲ ବିଜୟୀ।   (19-Aug-2026)       ||      *ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ଲାଗି ସମୀକ୍ଷା ବୈଠକ*-   (19-Aug-2026)       ||      ଗୁଣ୍ଡା ସାହୁ ଅପହରଣ କାଣ୍ଡ ♦️ତଥାପି ଅପହରଣର କାରଣ ଅସ୍ପଷ୍ଟ !   (19-Aug-2026)       ||      ଭୀମପାହାଡରେ ସହିଦ ଧରମସିଂମାଝୀ ମାନଧାତାଙ୍କ ପ୍ରତିମୂର୍ତ୍ତି ସ୍ଥାପନ ଦାବି   (19-Aug-2026)       ||      ସୁମାନବ ଗଢ଼ିବାର ଶ୍ରେଷ୍ଠ ସମୟ ଛାତ୍ର ଜୀବନ: ନୀଳଜି ସରସ୍ବତୀ ଶିଶୁ ମନ୍ଦିରର ସ୍ୱାଧୀନତା ଦିବସ ପାଳନ ଅବସରରେ ରେ ବାର୍ତ୍ତା ଦେଲେ ମୁଖ୍ୟ ଅତିଥି   (18-Aug-2026)       ||      ବଲାଙ୍ଗୀରରେ ବିଜେଡି ପକ୍ଷରୁ ବିଶାଳ ଶିକ୍ଷାବଞ୍ଚାଅ ଶୋଭାଯାତ୍ରା,ଗଣଶିକ୍ଷାମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ   (18-Aug-2026)       ||      ରାମମନ୍ଦିର କମିଟି ତୋରଣ ଗେଟ ଓ ମାର୍କେଟୟାଡ଼ ପାଇଁ ତହସିଲଦାର ଙ୍କୁ ଲିଖିତ ଅଭିଯୋଗ   (18-Aug-2026)       ||      ଲୋକଙ୍କୁ ହସାଉଥିବା କଳାକାର ବିଶ୍ୱ ବଗର୍ତ୍ତୀ ଆରପାରିରେ   (18-Aug-2026)       ||      ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟ ମନ୍ତ୍ରୀଙ୍କୁ ବି ଏମ ଏସର ସ୍ମାରକ ପତ୍ର .ଶ୍ରମିକଙ୍କ ବିଭିନ୍ନ ଦାବୀର ତୁରନ୍ତ ସମାଧାନ .୧୧ ଦଫା ଦାବୀର ସ୍ମାରକ ପତ୍ର ପ୍ରଦାନ .ଉଦ୍ୟୋଗରେ ବେଆଇନ ଛଟେଇ ପ୍ରତ୍ୟାହାର   (18-Aug-2026)       ||      ବରୀ ରେ ବନ୍ୟା   (18-Aug-2026)       ||      *ଭାରତ ବିକାଶ ପରିଷଦ ସୋନପୁର ଶାଖା ପକ୍ଷରୁ ମେଗା ବୃକ୍ଷ ରୋପଣ କାର୍ଯକ୍ରମ*   (18-Aug-2026)       ||      କଣ୍ଟାବାଞ୍ଜି ରେ ସ୍ବାଧୀନତା ଦିବସରେ ସମ୍ବିଧାନ ହତ୍ୟା!    (18-Aug-2026)       ||      ନିଶାମୁକ୍ତ ସମାଜ ଗଠନ ଲକ୍ଷ୍ୟରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସାମୂହିକ ଶପଥ ପାଠ   (18-Aug-2026)       ||      *ରାସ୍ତା ଖାଳିବା ଘଟଣାକୁ କେନ୍ଦ୍ର କରି କେରଣ୍ଡୀ ଗ୍ରାମବାସୀ ଏବଂ ଜମି ମଲିକଙ୍କ ମଧ୍ୟରେ ସୃଷ୍ଟି ହେଲା ବିବାଦ*   (18-Aug-2026)       ||      ରାମମନ୍ଦିର କମିଟି ଗେଟ ଓ ମାର୍କେଟୟାଡ଼ ପାଇଁ ତହସିଲଦାର ଙ୍କ ଦ୍ୱାରସ୍ଥ   (18-Aug-2026)       ||      କଟକ ମହାନଗର ଶାନ୍ତି କମିଟିର ନବୀକରଣ କର୍ଯ୍ୟାଳୟ ଉଦଘାଟିତ   (18-Aug-2026)       ||      ବିଶ୍ରା ବ୍ଲକ ପରିସର ରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ   (17-Aug-2026)       ||     

HOME   ଜିଲ୍ଲା

ବଲାଙ୍ଗୀର ଜିଲ୍ଲା ଓକିଲ ସଂଘ ପକ୍ଷରୁ ‘ସଇବର ଲ’ ଆଣ୍ଡ୍ ଡିଜିଟାଲ୍ ଗଭର୍ଣ୍ଣେସ୍‌’ ଶୀର୍ଷକ ଆଲୋଚନାଚକ୍ର

21-Jun-2026



ବଲାଙ୍ଗୀର ଜିଲ୍ଲା ଓକିଲ ସଂଘ ପକ୍ଷରୁ ତଥା ଛତିଶଗଡ଼ର ରାୟପୁର ସ୍ଥିତ କଳିଙ୍ଗ ୟୁନିଭରସିଟି ସହଯୋଗରେ ଆଜି ସ୍ଥାନୀୟ ସିଭିଲ କୋର୍ଟ ବାର୍ ହଲ୍ ଠାରେ 'ସାଇବର୍ ଲ ଆଣ୍ଡ ଡିଜିଟାଲ ଗଭର୍ଣ୍ଣେସ୍' ଶୀର୍ଷକ ବିଷୟବସ୍ତୁ ଉପରେ ଏକ ସାରଗର୍ଭକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ପ୍ରଥମେ ବରିଷ୍ଠ ଆଇନଜୀବୀ ତଥା ସେମିନାର କମିଟିର ଆବାହକ ଜୟକୃଷ୍ଣ ସାହୁ  ପ୍ରାରମ୍ଭିକ ସୂଚନା ପ୍ରଦାନ କରିବା ସହ ସାଇବର ଲ’ ର ବିଭିନ୍ନ ଆଇନଗତ ପର୍ଯ୍ୟାୟ ଓ ପ୍ରୟୋଗ ଉପରେ ଆଲୋକପାତ କରିଥିଲେ।  ମଂଚାସୀନ ବକ୍ତା ଭାବରେ କଳିଙ୍ଗ ୟୁନିଭରସିଟି ର ଏସୋସିଏଟ୍ ପ୍ରଫେସର ଡ. ପାୟଲ ବୋହିରା ଯୋଗ ଦେଇ ସାଂପ୍ରତିକ ଡିଜିଟାଲ ଯୁଗରେ ସଇବର୍ କ୍ରାଇମ୍ ବୃଦ୍ଧି ପାଉଥିବା ବେଳେ ଜନସାଧାରଣ ସଚେତନତାପୂର୍ବକ ଏହାଠାରୁ  କିପରି ନିଜକୁ ସୁରକ୍ଷିତ ରଖି ପାରିବେ ଏବଂ ଏ ନେଇ କଣ ସବୁ ପ୍ରଚଳିତ ଆଇନ ରହିଛି ସେ ସଂପର୍କରେ ବିସ୍ତୃତ ବୁଝାଇଥିଲେ। ଆଜିର ଯୁଗରେ ମେନୁଆଲ୍ ସିଷ୍ଟମ ପରିବର୍ତ୍ତେ ପ୍ରତ୍ୟକ କାର୍ଯ୍ୟ ପାଇଁ ଲୋକେ ଏ.ଆଇ, ଚାର୍ଜ ଜିପିଟି, ଗୁଗୁଲ ଆଦି ଆପ୍ ଉପରେ ଭରସା କରୁଥିବା ବେଳେ ମଣିଷ ଡିଜାଇନ୍ କରିଥିବା ଓ ଡାଟା ଫିଡ଼୍ କରିଥିବା ଏହି ଯନ୍ତ୍ର ଗଡୁକ ସୁବୁବେଳେ ଭରସାଯୋଗ୍ୟ ହୋଇନଥାଏ । ମଣିଷର ବିବେକ, ବିଚାର ଏବଂ ଭବିକା ଶକ୍ତି ଏହା ଭିତରେ ନଥାଏ।   ବ୍ୟାଙ୍କିଙ୍ଗ୍ ସେବା ହେଉ କି ବ୍ୟବସାୟ, ଯେକୌଣସି କ୍ଷେତ୍ରରେ  ମଧ୍ୟ ଜଣେ ସଇବର୍ ଠକାମୀର ଶୀକାର ହେଲେ ସଇବର୍ ସେଲ୍ କିମ୍ବା ପୋଲିସ ଠାରେ ଅଭିଯୋଗ କରିବାର ଆଇନ ଥିବା ବେଳେ ଲୋକେ ଆଇନକୁ ଠିକ ଭାବରେ ତର୍ଜମା କରିବାକୁ ହେବ ବୋଲି ବୁଝାଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଆଇନଜୀବୀ ଅନିମେଶ ପଣ୍ଡା, ସୁରମା ବହିଦାର ପ୍ରମୁଖ ପ୍ରଶ୍ନଉତ୍ତର କାର୍ଯ୍ୟକ୍ରମରେ ଭାଗ ନେଇ ମୁଖ୍ୟବକ୍ତା ପ୍ରଫେସର ଡ. ପାୟଲ ବୋହିରାଙ୍କ ଠାରୁ ସାଇବର ଲ' ଓ ଡିଜିଟାଲ୍ ଗଭର୍ଣ୍ଣେସ୍ ର କାର୍ଯ୍ୟାବିଧିର ବିଭିନ୍ନ ଦିଗ ଉପରେ ଅବଗତ ହୋଇଥିଲେ। ମୁଖ୍ୟ ଅତିଥି ଭାବରେ ବଲାଙ୍ଗୀର ଜିଲ୍ଲା ଦୌରା ଜଜ୍ ଡ. ହୀରନ୍ମୟ  ବିଶୋଇ ଯୋଗ ଦେଇ ନିଜର ଧନ ସଂପତ୍ତିର ସୁରକ୍ଷା ପାଇଁ ଡିଜିଟାଲ ଫ୍ରଡ୍ ମାନଙ୍କ୍ ପ୍ରତି ସାବଧାନ ହେବାର ଆବଶ୍ୟକତା ରହିଛି ବୋଲି  କହିଥିଲେ । ବଲାଙ୍ଗୀର ଜିଲ୍ଲା ଓକିଲ ସଂଘର ସଭାପତି ବାସୁଦେବ ରଥଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ଆଲୋଚନାଚକ୍ରକୁ କଳିଙ୍ଗ ୟୁନିଭରସିଟିର ଡେପୁଟି ମେନେଜର୍ ମିସ୍ ବନଜା ଦଲାଇ ସଂଯୋଜନା କରିଥିବା ବେଳେ ଶେଷରେ ବଲାଙ୍ଗୀର ଜିଲ୍ଲା ଓକିଲ ସଂଘର ସଂପାଦକ ଅଶିତ ଷଡଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଆଲୋଚନାଚକ୍ରରେ ଜିଲ୍ଲା ଓକିଲ ସଂଘର ବହୁ ସଭ୍ୟ ଯୋଗ ଦେଇ ଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବିଶ୍ୱ ଫୋଟୋଗ୍ରାଫି ଦିବସରେ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଫଟୋ ପ୍ରଦର୍ଶନୀ ll ପ୍ରଦର୍ଶିତ ହୋଇଛି ସଂସ୍କୃତି, ପରମ୍ପରା ଓ ଐତିହ୍ୟ ର ଅନେକ ଫଟୋ ll   19-Aug-2026
  ଜିଲ୍ଲା  
ଆରପାରିରେ ବିଶିଷ୍ଟ କୀର୍ତ୍ତନ ଗାୟକ ମକ୍ତାରି ସାହୁ। କୀର୍ତ୍ତନ ଜଗତର ଏକ ସ୍ୱର୍ଣ୍ଣିମ ଅଧ୍ୟାୟର ଅବସାନ।   19-Aug-2026
  ଜିଲ୍ଲା  
ନାକଟିଦେଉଳ ମାଟିର ଝିଅ କୁମୁଦିନୀଙ୍କୁ ଡିଜିପି ଡିସ୍କ କର୍ତ୍ତବ୍ୟନିଷ୍ଠା ଓ ଉଲ୍ଲେଖନୀୟ ସେବା ପାଇଁ କ୍ରାଇମବ୍ରାଞ୍ଚ ପକ୍ଷରୁ ମଧ୍ୟ ସମ୍ବର୍ଦ୍ଧନା   19-Aug-2026
  ଜିଲ୍ଲା  
ଜିଲ୍ଲା ସ୍ତରୀୟ ସିନିଅର ଫୁଟବଲ୍ ଲିଗ ଦ୍ୱିତୀୟ ଦିବସ, ଖୁର୍ଡିଆବାହଲ,ସିଲାଟି, କଦଳିପାଳି,ଖଇରମାଲ ବିଜୟୀ।   19-Aug-2026
  ଜିଲ୍ଲା  
*ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ଲାଗି ସମୀକ୍ଷା ବୈଠକ*-   19-Aug-2026
  ଜିଲ୍ଲା  
ଗୁଣ୍ଡା ସାହୁ ଅପହରଣ କାଣ୍ଡ ♦️ତଥାପି ଅପହରଣର କାରଣ ଅସ୍ପଷ୍ଟ !   19-Aug-2026
  ଜିଲ୍ଲା  
ଭୀମପାହାଡରେ ସହିଦ ଧରମସିଂମାଝୀ ମାନଧାତାଙ୍କ ପ୍ରତିମୂର୍ତ୍ତି ସ୍ଥାପନ ଦାବି   19-Aug-2026
  ଜିଲ୍ଲା  
ସୁମାନବ ଗଢ଼ିବାର ଶ୍ରେଷ୍ଠ ସମୟ ଛାତ୍ର ଜୀବନ: ନୀଳଜି ସରସ୍ବତୀ ଶିଶୁ ମନ୍ଦିରର ସ୍ୱାଧୀନତା ଦିବସ ପାଳନ ଅବସରରେ ରେ ବାର୍ତ୍ତା ଦେଲେ ମୁଖ୍ୟ ଅତିଥି   18-Aug-2026
  ଜିଲ୍ଲା  
ବଲାଙ୍ଗୀରରେ ବିଜେଡି ପକ୍ଷରୁ ବିଶାଳ ଶିକ୍ଷାବଞ୍ଚାଅ ଶୋଭାଯାତ୍ରା,ଗଣଶିକ୍ଷାମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ   18-Aug-2026
  ଜିଲ୍ଲା  
ରାମମନ୍ଦିର କମିଟି ତୋରଣ ଗେଟ ଓ ମାର୍କେଟୟାଡ଼ ପାଇଁ ତହସିଲଦାର ଙ୍କୁ ଲିଖିତ ଅଭିଯୋଗ   18-Aug-2026
  ଜିଲ୍ଲା  
ଲୋକଙ୍କୁ ହସାଉଥିବା କଳାକାର ବିଶ୍ୱ ବଗର୍ତ୍ତୀ ଆରପାରିରେ   18-Aug-2026
  ଜିଲ୍ଲା  
ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟ ମନ୍ତ୍ରୀଙ୍କୁ ବି ଏମ ଏସର ସ୍ମାରକ ପତ୍ର .ଶ୍ରମିକଙ୍କ ବିଭିନ୍ନ ଦାବୀର ତୁରନ୍ତ ସମାଧାନ .୧୧ ଦଫା ଦାବୀର ସ୍ମାରକ ପତ୍ର ପ୍ରଦାନ .ଉଦ୍ୟୋଗରେ ବେଆଇନ ଛଟେଇ ପ୍ରତ୍ୟାହାର   18-Aug-2026

You Might Also Like