-+91-9937148622 |

prerana_bgr@rediffmail.com |

  Sunday 13th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   (13-Sep-2026)       ||      ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   (13-Sep-2026)       ||      ରେଟାମୁଣ୍ଡା ୟୁଥ୍ କ୍ଲବ ଆନୁକୁଲ୍ୟରେ ୫୦ ତମ ଫୁଟବଲ୍ ଟୁର୍ଣ୍ଣlମେଣ୍ଟ ଉଦଯାପିତ, ଆମ୍ବେଦକର ଏଫ୍ସି ବରଗଡ ଚମ୍ପିୟାନ   (13-Sep-2026)       ||      ପ୍ରତିଭାର ଆଲୋକରେ ଉଦ୍‌ଭାସିତ ହେଲା ପଥରଚେପା ଆଦର୍ଶ ବିଦ୍ୟାଳୟର ୧୨ତମ ପ୍ରତିଷ୍ଠା ଦିବସ   (13-Sep-2026)       ||      ଓଡ଼ିଶା ନାରୀ ସେବା ସଂଘ ପକ୍ଷରୁ ସଚେତନତା କାର୍ଯକ୍ରମ   (13-Sep-2026)       ||      ଏଜି ଆମ୍ବୁଲାନ୍ସ ପକ୍ଷରୁ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ l ଜରୁରୀକାଳୀନ ପରିସ୍ଥିତିରେ ପ୍ରତି ସେକେଣ୍ଡ ଦୁର୍ଘଟଣାଗ୍ରସ୍ତ ଆହତଙ୍କ ଜୀବନରକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ    (12-Sep-2026)       ||      ରାଷ୍ଟ୍ରୀୟ ଲୋକ ଅଦାଲତ♦️୬୨,୪୮୭ ମାମଲାର ଫଇସଲା   (12-Sep-2026)       ||      *ଅବୈଧ ମଦ କାରବାର ବନ୍ଦ ପାଇଁ ଡାବୁଗାଁ ଅବକାରୀ ଥାନା ରେ ଅଭିଯୋଗ ପତ୍ର ଦିଆଗଲା*   (12-Sep-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟଠାରେ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ   (12-Sep-2026)       ||      ସଇଁତଳାକୁ ଏନ୍‌ଏସି ମାନ୍ୟତା ଦାବିକୁ ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘର ସମର୍ଥନ   (12-Sep-2026)       ||      ବୋଧାୟନ ବିରଚିତ ସଂସ୍କୃତ ପ୍ରହସନ ଭଗବତଜ୍ଜୁକମ୍ ମଞ୍ଚସ୍ଥ   (12-Sep-2026)       ||      ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ଛାତ୍ରୀ ମାନଙ୍କର ପ୍ରବେଶ ଉତ୍ସବ   (12-Sep-2026)       ||      ବଲାଙ୍ଗୀର ଜିଲ୍ଲାସ୍ତରୀୟ ପୁରାତନ ଆଚାର୍ଯ୍ୟ ଆଚାର୍ଯ୍ୟାଙ୍କ ଏକତ୍ରୀକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ   (12-Sep-2026)       ||      ବାଲାଜୀ କଲେଜ ଅଫ ନର୍ସିଂ କୁ ମିଳିଲା ଏନ୍ଓସି♦️ ଚଳିତ ଶିକ୍ଷାବର୍ଷରେ ୫ଟି ପାଠ୍ୟକ୍ରମ ପାଇଁ ମିଳିଲା ଅନୁମୋଦନ   (12-Sep-2026)       ||      ଉଠା ଦୋକାନୀଙ୍କ ଦୁଃଖ♦️ଜୀବନ ଜୀବିକା କେତେ ଦୁର୍ବିସହ ପରିଶ୍ରମୀ ଏକା ଜାଣେ, ପରିଶ୍ରମ ଫଳ କେତେ ମିଠା ଲାଗେ ପ୍ରଦୀପ ଭାଇ ବଖାଣେ    (12-Sep-2026)       ||      ବରପାଲି ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ‘ସ୍ପାର୍କ’ ପାଳିତ   (12-Sep-2026)       ||      ଭଟିଗାଁ ରେ ବିଶ୍ୱ ଫାର୍ମାସିଷ୍ଟ ଦିବସ ଅବସରରେ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ   (11-Sep-2026)       ||      ମା’ ସମଲେଶ୍ୱରୀ କଲେଜରେ ଫ୍ରେସର୍ସ ସ୍ୱାଗତ ସମାରୋହ   (11-Sep-2026)       ||      ସିଦ୍ଧାର୍ଥ ସ୍ନାତକ ମହାବିଦ୍ୟାଳୟ ବିନିକାରେ ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟକ୍ରମ   (11-Sep-2026)       ||      ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଶିଖର ଛୁଇଁବ ଲୋଇସିଂହାର ବିକାଶ: ମାନ୍ୟବର ମନ୍ତ୍ରୀ    (11-Sep-2026)       ||     

HOME   ଜିଲ୍ଲା

ଏସ୍‌.ସି.-ଏସ୍‌.ଟି. ଙ୍କ ପ୍ରତି ସରକାର ଙ୍କ ବୈମାତୃକ ମନୋଭାବ, ଏସଟି ଏସସି ମାରଣ ନିତୀ ବିରୁଦ୍ଧରେ ଏସଟି ଏସସି ସଂଯୁକ୍ତ କମିଟି, କଣ୍ଟାବାଞ୍ଜି ତରଫରୁ ସାମ୍ବାଦିକ ସମ୍ମିଳନୀ

07-Jun-2026



କଣ୍ଟାବାଞ୍ଜି (ପ୍ରେରଣା ଖବର): ଓଡ଼ିଶାର ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି ସମ୍ପ୍ରଦାୟ ର ଲୋକ ଶିକ୍ଷା, ସାମାଜିକ, ଅର୍ଥନୈତିକ କ୍ଷେତ୍ରରେ ଅବହେଳିତ, ଉପେକ୍ଷିତ, ନିର୍ଯ୍ୟାତିତ, ପଛୁଆ ଅଛନ୍ତି l ଏସଟି ଏସସି ସମାଜ ର ଲୋକ ଦେଶର ମୁଖ୍ୟସ୍ରୋତ ରେ ସାମିଲ ହୋଇପାରିନାହାନ୍ତି l  ଅନୁସୂଚିତ ଜନଜାତି ଏବଂ ଅନୁସୂଚିତ ଜାତି ସମ୍ପ୍ରଦାୟ ଙ୍କ ସାମ୍ବିଧାନିକ ଅଧିକାର, ଶିକ୍ଷାଗତ ସୁବିଧା, ସାମାଜିକ ନ୍ୟାୟ, ଜୀବିକା ସୁରକ୍ଷା, ଜମି ଅଧିକାର ଓ ଗଣତାନ୍ତ୍ରିକ ସଶକ୍ତିକରଣକୁ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ଏସ୍‌.ସି.-ଏସ୍‌.ଟି. ସଂଯୁକ୍ତ କମିଟି, କଣ୍ଟାବାଞ୍ଜି ପକ୍ଷରୁ   ସାମ୍ବାଦିକ ସମ୍ମିଳନୀ ରେ ଖୋଭ ପ୍ରକାଶ କରାଯାଇଛି l ଏସଟି ଏସସି ନେତା ମାନେ ପ୍ରତିକ୍ରିୟା ପ୍ରକାଶ କରି କହିଥିଲେ ଯେ ଭାରତୀୟ ସମ୍ବିଧାନର ଅନୁଚ୍ଛେଦ ୧୫(୪), ୧୬(୪), ୨୧, ୪୬, ପଞ୍ଚମ ସୂଚୀ, ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି (ଅତ୍ୟାଚାର ନିବାରଣ) ଆଇନ, ୧୯୮୯, ପେସା ଆଇନ-୧୯୯୬, ଆଦିବାସୀ ଓ ଅନ୍ୟାନ୍ୟ ପାରମ୍ପରିକ ବନବାସୀ ଙ୍କ ଜଙ୍ଗଲ ଜମି ଅଧିକାର  ସ୍ୱୀକୃତି ଆଇନ-୨୦୦୬  ଓ ସାମାଜିକ ନ୍ୟାୟର ମୂଳ ନୀତି ଅନୁସାରେ ଏସ୍‌.ସି./ଏସ୍‌.ଟି. ସମୁଦାୟଙ୍କ ସୁରକ୍ଷା ଓ ଉନ୍ନତି ସରକାରଙ୍କ ସଂବିଧାନିକ ଦାୟିତ୍ୱ ଅଟେ। କିନ୍ତୁ ଦୁଃଖ ଓ ଚିନ୍ତାର ବିଷୟ ଯେ, ଏହି ସମୁଦାୟର ଅନେକ ମୌଳିକ ଅଧିକାର, ଶିକ୍ଷା ସୁଯୋଗ, ଆର୍ଥିକ ସହାୟତା ଓ ଜମି ସୁରକ୍ଷା ବିଭିନ୍ନ ସ୍ତରରେ ପ୍ରଭାବିତ ହେଉଛି ବୋଲି ନେତାମାନେ ଉଦବେଗ ପ୍ରକାଶ କରିଥିଲେ l 
ଏହି ପରିପ୍ରେକ୍ଷୀରେ  ଏସଟି ଏସସି ସ୍ୱାର୍ଥ ସମ୍ବନ୍ଧୀୟ ଦାବିଗୁଡିକୁ ସରକାର ପୂରଣ ନ କଲେ ଭାୟାବହ ଆନ୍ଦୋଳନ ପନ୍ଥା ଅବଲମ୍ବନ କରାଯିବ ବୋଲି କଡ଼ା ଚରମ ବାଣୀ ସରକାର କୁ ଶୁଣାଇଛନ୍ତି l

୧:  ଓଡିଶା ସରକାର ୨୦୧୫ ରୁ ଅର୍ବାନ ଏଜୁକେସନ ପ୍ରୋଗ୍ରାମ ଆରମ୍ଭ କରିଥିଲେ l ଗ୍ରାମାଞ୍ଚଳ ର ଏସଟି ଏସସି ଛାତ୍ରଛାତ୍ରୀ ପ୍ରାଇଭେଟ ଇଂଲିଶ ମିଡ଼ିଅମ ସ୍କୁଲ ରେ ପଢୁଥିଲେ l ଏଡମିଶନ ଫିଜ, ୟୁନିଫର୍ମ, ପାଠ୍ୟ ଉପକରଣ, ହଷ୍ଟେଲ ସୁବିଧା, ଖାଇବା ଖର୍ଚ୍ଚ ସରକାର ବହନ କରୁଥିଲେ l କିନ୍ତୁ 
ଜାନୁୟାରୀ ୨୦୨୫ ଠାରୁ ସରକାର ଏହି ଯୋଜନାରେ ଏଡମିଶନ ବନ୍ଦ କରିଦେଇଛନ୍ତି l ବର୍ତ୍ତମାନ ଅନ୍ୟ ସ୍କୁଲ କୁ ସ୍ଥାନାନ୍ତର କରିବା ପାଇଁ ଆଦେଶ ଦେଇଛନ୍ତି l“ଅନ୍ୱେଷା” ଯୋଜନା ଏସ୍‌.ସି./ଏସ୍‌.ଟି. ଛାତ୍ରଛାତ୍ରୀଙ୍କ  ଗୁଣାତ୍ମକ ଶିକ୍ଷା, ଉଚ୍ଚ ଶିକ୍ଷା, ବୃତ୍ତିଗତ  ଶିକ୍ଷା ଉନ୍ନତି ପାଇଁ ଅତ୍ୟନ୍ତ ଉପକାରୀ ଥିଲା। ଏହି ଯୋଜନା ବନ୍ଦ ହେବାରୁ ଗରିବ ଓ ମେଧାବୀ ଛାତ୍ରଛାତ୍ରୀମାନେ ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଛନ୍ତି। ତେଣୁ ଏହାକୁ ତତ୍କାଳ ପୁନଃ କାର୍ଯ୍ୟକାରୀ କରାଯାଉ।
୨. ଓଡିଶା ସରକାର ଜି.ଏନ୍‌.ଏମ୍‌ ଓ ବି.ଏସ୍‌.ସି. ନର୍ସିଂ ଛାତ୍ରଛାତ୍ରୀଙ୍କୁ ୫୦,୦୦୦ ଟଙ୍କା ଛାତ୍ରବୃତ୍ତି ପ୍ରତିବର୍ଷ ପ୍ରଦାନ କରୁଥିଲେ.. ତାହା ଜାରି ରହୁ.
ଚିକିତ୍ସା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଏସ୍‌.ସି./ଏସ୍‌.ଟି. ଯୁବପିଢ଼ିଙ୍କ ଅଂଶଗ୍ରହଣ ବୃଦ୍ଧି ପାଇଁ ନର୍ସିଂ ଶିକ୍ଷାରେ ଦିଆଯାଉଥିବା ୫୦,୦୦୦ ଟଙ୍କା ସହାୟତା ଅତ୍ୟନ୍ତ ଜରୁରୀ। ଏହି ସହାୟତା ବନ୍ଦ  ଫଳରେ ଏସଟି ଏସସି  ଛାତ୍ରଛାତ୍ରୀ ଶିକ୍ଷା ଏବଂ ନିଯୁକ୍ତି ରୁ ବଞ୍ଚିତ ହେଉଛନ୍ତି ।
୩. ଓଡିଶା ଆଦର୍ଶ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପାଇଁ ଏନଏମଏମଏସ ଛାତ୍ରବୃତ୍ତି ପୁନଃ କାର୍ଯ୍ୟାନ୍ୱୟନ କରାଯାଉ l
ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ପଢ଼ୁଥିବା ଗ୍ରାମାଞ୍ଚଳର ଗରିବ ଓ ମେଧାବୀ ଛାତ୍ରଛାତ୍ରୀମାନେ NMMS ଛାତ୍ରବୃତ୍ତିରୁ ବଞ୍ଚିତ ହେଉଥିବାରୁ ସେମାନଙ୍କ ଶିକ୍ଷାରେ ବାଧା ସୃଷ୍ଟି ହେଉଛି। ସରକାର ପ୍ରତିବର୍ଷ 12 ହଜାର ଟଙ୍କା ଛାତ୍ର ବୃତ୍ତି ଦେଉଥିଲେ lଏହାକୁ ତତ୍କାଳ ପୁନଃ ଲାଗୁ କରନ୍ତୁ।
୪. ଏସ୍‌.ସି./ଏସ୍‌.ଟି. ଅତ୍ୟାଚାର ନିବାରଣ ଆଇନର କଡାକଡି କାର୍ଯ୍ୟାନ୍ୱୟନ
ଅନୁସୂଚିତ ଜାତି ଓ ଜନଜାତିଙ୍କ ଉପରେ ହେଉଥିବା ଅତ୍ୟାଚାର, ଜମି ଦଖଲ, ସାମାଜିକ ବିଷମତା ଓ ଅପମାନଜନକ ଘଟଣାକୁ ରୋକିବା ପାଇଁ SC/ST (Prevention of Atrocities) Act, 1989 ର କଡାକଡି ଓ ନିଷ୍ପକ୍ଷ କାର୍ଯ୍ୟାନ୍ୱୟନ ଆବଶ୍ୟକ।
୫. ପେସା ଆଇନ କୁ ନିର୍ଦ୍ଧାରିତ ଅଞ୍ଚଳରେ ପୂର୍ଣ୍ଣ କାର୍ଯ୍ୟକାରୀ କରାଯାଉ
ଆଦିବାସୀ ଅଞ୍ଚଳରେ ଗ୍ରାମ ସଭାର ସମ୍ମତି ବିନା ନିଆଯାଉଥିବା ପ୍ରଶାସନିକ ଓ ଶିଳ୍ପ ନିଷ୍ପତ୍ତିଗୁଡିକ ପଞ୍ଚମ ସୂଚୀ ଓ ପେସା ଆଇନ ର ଆତ୍ମାକୁ ଉଲ୍ଲଂଘନ କରୁଛି। ତେଣୁ ପେସା ଆଇନକୁ ତତ୍କାଳ ପୂର୍ଣ୍ଣ ରୂପେ କାର୍ଯ୍ୟକାରୀ କରାଯିବା ଆବଶ୍ୟକ।
୬. ପଞ୍ଚାୟତ ରାଜ ନିର୍ବାଚନରେ ସଂରକ୍ଷଣ ବ୍ୟବସ୍ଥା ପୁନଃ ବହାଲ କରାଯାଉ
ସରପଞ୍ଚ, ବ୍ଲକ ଅଧ୍ୟକ୍ଷ ଓ ସମିତି ସଭ୍ୟ ପଦବୀରେ ଏସ୍‌.ସି./ଏସ୍‌.ଟି. ସମୁଦାୟଙ୍କ ସଂରକ୍ଷଣ ଗ୍ରାମୀଣ ଗଣତନ୍ତ୍ରରେ ସେମାନଙ୍କ ରାଜନୈତିକ ସଶକ୍ତିକରଣର ମୂଳ ଆଧାର। ଏହି ସଂରକ୍ଷଣ ବ୍ୟବସ୍ଥାକୁ ପୁନଃ ବହାଲ କରିବାକୁ ଆମ ଦାବି।
୭. ଏସ୍‌.ସି./ଏସ୍‌.ଟି. ଜମିର ବେଆଇନ ହସ୍ତାନ୍ତରକୁ କଡାକଡି ରୋକାଯାଉ
ଅନେକ ସ୍ଥାନରେ ଏସ୍‌.ସି./ଏସ୍‌.ଟି. ଲୋକଙ୍କ ଜମି ବେଆଇନ ଭାବେ ଅଣ-ଏସ୍‌.ସି./ଏସ୍‌.ଟି. ବ୍ୟକ୍ତିଙ୍କ ନାମରେ ହସ୍ତାନ୍ତର ହେଉଛି, ଯାହା ଆଇନସମ୍ମତ ନୁହେଁ। ସରକାର ଏପରି ଘଟଣାରେ କଡା ପଦକ୍ଷେପ ନେଇ ଜମି ଅଧିକାର ସୁରକ୍ଷା କରନ୍ତୁ।
୮. ଜମିହୀନ ଗରିବ ଏସ୍‌.ସି./ଏସ୍‌.ଟି. ପରିବାରଙ୍କ ଘର ଭଙ୍ଗାକୁ ତତ୍କାଳ ବନ୍ଦ କରାଯାଉ
ବିଭିନ୍ନ ସ୍ଥାନରେ ଜମିହୀନ ଓ ଦରିଦ୍ର ଆଦିବାସୀ ପରିବାରଙ୍କ ଘରକୁ ନୋଟିସ ଦେଇ ଜେସିବି ମାଧ୍ୟମରେ ଭଙ୍ଗାଯାଉଥିବା ଘଟଣା ଅତ୍ୟନ୍ତ ଅମାନବିକ ଓ ସାମ୍ବିଧାନିକ ଅଧିକାର ବିରୋଧୀ। ସରକାର ତତ୍କାଳ ଏହି ପ୍ରକ୍ରିୟା ବନ୍ଦ କରି ଜମି, ବାସସ୍ଥାନ ଓ ପୁନର୍ବାସ ସୁନିଶ୍ଚିତ କରନ୍ତୁ।
୯. ଗ୍ରାମ ସଭାର ଅନୁମୋଦନ ବିନା ଖଣି, ଡ୍ୟାମ, ଲିଜ ଓ ବିସ୍ଥାପନ ନୀତି ବନ୍ଦ କରାଯାଉ
ପଞ୍ଚମ ସୂଚୀ ଅଞ୍ଚଳରେ ଗ୍ରାମ ସଭାର ଅନୁମତି ବିନା ଖଣି, ଡ୍ୟାମ, ଶିଳ୍ପ ପ୍ରକଳ୍ପ ଓ ଲିଜ ପ୍ରଦାନ କରି ଆଦିବାସୀ ଲୋକଙ୍କୁ ବଳପୂର୍ବକ ବିସ୍ଥାପନ କରାଯାଉଛି। ଏହା ସଂବିଧାନ, ପେସା ଆଇନ ଏବଂ ଜଙ୍ଗଲ ଅଧିକାର ଆଇନ ର ଉଲ୍ଲଂଘନ। ଏପରି ଜବରଦସ୍ତ ବିସ୍ଥାପନ ନୀତିକୁ ତତ୍କାଳ ବନ୍ଦ କରିବାକୁ ଦୃଢ଼ ଦାବି କରିଥିଲେ ।
ଆଦିବାସୀ ଏବଂ ଅନ୍ୟାନ୍ୟ ପାରମ୍ପରିକ ବନବାସୀଙ୍କୁ ଜଙ୍ଗଲ ଜମି ଅଧିକାର ପ୍ରଦାନ କରାଯାଉ
“ଆଦିବାସୀ ଏବଂ ଅନ୍ୟାନ୍ୟ ପାରମ୍ପରିକ ବନବାସୀ (ଜଙ୍ଗଲ ଅଧିକାର ସ୍ୱୀକୃତି) ଆଇନ, ୨୦୦୬”ଅନୁସାରେ ଆଦିବାସୀ ଓ ପାରମ୍ପରିକ ବନବାସୀମାନଙ୍କୁ ଜଙ୍ଗଲ ଜମି ଉପରେ ବ୍ୟକ୍ତିଗତ  ଏବଂ ଗୋଷ୍ଠୀଗତ/ସାମୁଦାୟିକ ଅଧିକାର ସ୍ୱୀକୃତି ଓ ପଟ୍ଟା ପ୍ରଦାନ କରିବା ସରକାରଙ୍କ ଆଇନଗତ ଓ ସାମ୍ବିଧାନିକ ଦାୟିତ୍ୱ ବୋଲି କହିଥିଲେ l
କିନ୍ତୁ ଅନେକ ଯୋଗ୍ୟ ଆଦିବାସୀ ପରିବାର ଆଜି ପର୍ଯ୍ୟନ୍ତ ଜଙ୍ଗଲ ଜମିର ଅଧିକାରରୁ ବଞ୍ଚିତ ଅଛନ୍ତି। ଏଥିପାଇଁ ସେମାନେ ଜୀବିକା, ବାସସ୍ଥାନ ଓ ପାରମ୍ପରିକ ଜୀବନ ଶୈଳୀରେ ଅନିଶ୍ଚିତତାର ସମ୍ମୁଖୀନ ହେଉଛନ୍ତି। ତେଣୁ ଗ୍ରାମ ସଭାର ସୁପାରିଶ ଆଧାରରେ ଯୋଗ୍ୟ ଆଦିବାସୀ ଓ ବନବାସୀ ପରିବାରମାନଙ୍କୁ ତତ୍କାଳ ବ୍ୟକ୍ତିଗତ ଏବଂ ସାମୁଦାୟିକ ଜଙ୍ଗଲ ଅଧିକାର ସତ୍ତ୍ୱ ପ୍ରଦାନ କରିବାକୁ ଆମର ଦୃଢ଼ ଦାବି।
ଏସ୍‌.ସି.-ଏସ୍‌.ଟି. ସଂଯୁକ୍ତ
 କମିଟି ମନେ କରେ ଯେ, ସାମାଜିକ ନ୍ୟାୟ, ସଂବିଧାନିକ ଅଧିକାର ଓ ଗରିବ ଶ୍ରେଣୀଙ୍କ ସୁରକ୍ଷା ପ୍ରତି ସରକାରଙ୍କ ସକାରାତ୍ମକ ଓ ଦାୟିତ୍ୱବୋଧପୂର୍ଣ୍ଣ ଭୂମିକା ଅତ୍ୟାବଶ୍ୟକ। ଏହି ସମସ୍ତ ବିଷୟ କେବଳ ଏକ ସମୁଦାୟର ଦାବି ନୁହେଁ, ବରଂ ଭାରତୀୟ ସଂବିଧାନର ମୂଳ ଆତ୍ମା—ସମାନତା, ସାମାଜିକ ନ୍ୟାୟ ଓ ମାନବିକ ମର୍ଯ୍ୟାଦାର ପ୍ରଶ୍ନ ଅଟେ। 
ସାମ୍ବାଦିକ ସମ୍ମିଳନୀ ରେ ପୂର୍ବତନ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି, ଆଦିବାସୀ ନେତା ଚୌବନ କିଶୋର ମାଝୀ, ମନରଞ୍ଜନ ଭୋଇ, ରସିକ ଧରୁଆ, ଭୁବନେଶ୍ୱର କୁଅଁର, ଦୈତାରୀ ଭୋଇ,ନରୋତ୍ତମ ମାଝୀ,ନାରୀନେତ୍ରୀ ଶ୍ରୀମତୀ ନିରୁପମା ମାଝୀ, ଶ୍ରୀମତୀ ମିଥିଲା ମାଝୀ, ଶ୍ରୀମତୀ ଖେଳନ୍ତି ସମରଥ, ଏସ୍‌.ସି. କମିଟି ର ଗୋବିନ୍ଦ ତାଣ୍ଡି,ପ୍ରମୁଖ ଅଂଶଗ୍ରହଣ କରିଥିଲେ l ସରକାର ଦାବୀ ପୂରଣ ନ କଲେଏସଟି ଏସସି ସଂଗଠନ ତରଫରୁ ସାରା ରାଜ୍ୟରେ ଆଇନ ଅମାନ୍ୟ ଆନ୍ଦୋଳନ କରାଯିବ ବୋଳି ଚେତାବନୀ ଦେଇଛନ୍ତି l


News Comment




Photo in News

Advertisment
Lastest News
  ଜିଲ୍ଲା  
ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   13-Sep-2026
  ଜିଲ୍ଲା  
ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   13-Sep-2026
  ଜିଲ୍ଲା  
ରେଟାମୁଣ୍ଡା ୟୁଥ୍ କ୍ଲବ ଆନୁକୁଲ୍ୟରେ ୫୦ ତମ ଫୁଟବଲ୍ ଟୁର୍ଣ୍ଣlମେଣ୍ଟ ଉଦଯାପିତ, ଆମ୍ବେଦକର ଏଫ୍ସି ବରଗଡ ଚମ୍ପିୟାନ   13-Sep-2026
  ରାଜ୍ୟ  
ପ୍ରତିଭାର ଆଲୋକରେ ଉଦ୍‌ଭାସିତ ହେଲା ପଥରଚେପା ଆଦର୍ଶ ବିଦ୍ୟାଳୟର ୧୨ତମ ପ୍ରତିଷ୍ଠା ଦିବସ   13-Sep-2026
  ଜିଲ୍ଲା  
ଓଡ଼ିଶା ନାରୀ ସେବା ସଂଘ ପକ୍ଷରୁ ସଚେତନତା କାର୍ଯକ୍ରମ   13-Sep-2026
  ଜିଲ୍ଲା  
ଏଜି ଆମ୍ବୁଲାନ୍ସ ପକ୍ଷରୁ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ l ଜରୁରୀକାଳୀନ ପରିସ୍ଥିତିରେ ପ୍ରତି ସେକେଣ୍ଡ ଦୁର୍ଘଟଣାଗ୍ରସ୍ତ ଆହତଙ୍କ ଜୀବନରକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ   12-Sep-2026
  ଜିଲ୍ଲା  
ରାଷ୍ଟ୍ରୀୟ ଲୋକ ଅଦାଲତ♦️୬୨,୪୮୭ ମାମଲାର ଫଇସଲା   12-Sep-2026
  ଜିଲ୍ଲା  
*ଅବୈଧ ମଦ କାରବାର ବନ୍ଦ ପାଇଁ ଡାବୁଗାଁ ଅବକାରୀ ଥାନା ରେ ଅଭିଯୋଗ ପତ୍ର ଦିଆଗଲା*   12-Sep-2026
  ଜିଲ୍ଲା  
ମାୟାବର୍ହା ଉଚ୍ଚ ବିଦ୍ୟାଳୟଠାରେ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ   12-Sep-2026
  ଜିଲ୍ଲା  
ସଇଁତଳାକୁ ଏନ୍‌ଏସି ମାନ୍ୟତା ଦାବିକୁ ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘର ସମର୍ଥନ   12-Sep-2026
  ଜିଲ୍ଲା  
ବୋଧାୟନ ବିରଚିତ ସଂସ୍କୃତ ପ୍ରହସନ ଭଗବତଜ୍ଜୁକମ୍ ମଞ୍ଚସ୍ଥ   12-Sep-2026
  ଜିଲ୍ଲା  
ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ଛାତ୍ରୀ ମାନଙ୍କର ପ୍ରବେଶ ଉତ୍ସବ   12-Sep-2026

You Might Also Like