-+91-9937148622 |
prerana_bgr@rediffmail.com |
Thursday 25th June 2026 |
R.N.I. Regd No. ODIODI/2010/46693
Breaking News
08-Feb-2021
ବଲାଙ୍ଗୀର(ପ୍ରେରଣା ଖବର) ମହାନଦୀ ଜଳ ବିବାଦରେ ଫସି ରହିଛି ଲୋୟର ସୁକତେଲ । ବଲାଙ୍ଗୀରର ଜୀବନ ରେଖା ବୋଲି କୁହାଯାଉଥିବା ନିର୍ମାଣାଧୀନ ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ମହାନଦୀ ଜଳ ବିବାଦ ମଧ୍ୟରେ ଫସି ଯାଇଥିବା ସୂଚନା ଅଧିକାର ଆଇନ ବଳରେ ମିଳିଛି ତଥ୍ୟ। ଭାରତ ସରକାରଙ୍କ ଜଳ ସଂଶୋଧନ, ନଦୀ ବିକାଶ ଓ ଗଙ୍ଗା ସଂରକ୍ଷଣ ବିଭାଗ ପକ୍ଷରୁ ଫାଇଲ ନମ୍ବର, ଅଇ – ୧୨୦୧୧ / ୧୮ ୦/ ୨୦୨୦ – ଡବ୍ଲ୍ୟୁପିପି ଯୋଗେ ମିଳିଥିବା ତଥ୍ୟରୁ ଜଣାପଡିଛି। ମହାନଦୀ ଅବବାହିକାର ୪ଟି ନିର୍ମାଣାଧୀନ ଓ ପ୍ରସ୍ତାବିତ ପ୍ରକଳ୍ପ ଯଥା- ତେଲ ବହୁମୁଖୀ ପ୍ରକଳ୍ପ ଡିପିଅର , ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ତିପିଆର ୨ୟର ପୁନଃ ଅଟକଳ , ଖଡ଼ଗି ବ୍ୟାରେଜ ପ୍ରକଳ୍ପ ଫିଜିବିଲିଟି ରିପୋର୍ଟ ଏବଂ ତେଲିଜୋର ଜଳସେଚନ ପ୍ରଜଙ୍ଗ ଫିଜିବିଲିଟି ରିପୋର୍ଟ ଗୁଡିକୁ କେନ୍ଦ୍ରୀୟ ଜଳ ଅୟୋଗ ଓଡିଶାକୁ ଫେରେଇ ଦେଇଥିବା ତଥ୍ୟରୁ ଜଣାପଡ଼ିଛି।ହୀରାକୁଦ ଉପର ମୁଣ୍ଡରେ ଛତିଶଗତ ସରକାରର ବ୍ୟାରେଜ ନିର୍ମାଣକୁ ଓଡିଶା ବେଆଇନ ବୋଲି ଦର୍ଶାଇ ବ୍ୟାରେଜ ନିର୍ମାଣକୁ ବନ୍ଦ କରିବା ପାଇଁ ଦାବୀ କରିଥିଲା । ହେଲେ ବି ମାନ ବଲାଙ୍ଗୀର ଜିଲ୍ଲାରେ ନିର୍ମାଣାଧୀନ ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ସମେତ ରାଜ୍ୟର ପ୍ରସ୍ତାବିତ ଅନ୍ୟ ୩ଟି ପ୍ରକଳ୍ପ ଏହି ବିବାଦରେ ଛନ୍ଦି ହୋଇଛି। ଗତ ୧୭ ସେପ୍ଟେମ୍ବର ୨୦୧୬ ଦିନ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀ ସ୍ତରୀୟ ବୈଠକରେ ଯେଉଁ କାରଣ ଦର୍ଶାଇ ଛତିଶଗଡ ସରକାର ହୀରାକୁଦ ଉପରମୁଣ୍ଡରେ ନିର୍ମାଣାଧୀନ ବ୍ୟାରେଜ କାମ ବନ୍ଦ ହେବ ନାହିଁ ବୋଲି କହିଲେ ଏବଂ ନିର୍ମାଣ କାର୍ଯ୍ୟକୁ ବନ୍ଦ କଲେ ନାହିଁ ତାର ବିପରୀତ ନିତୀ ଓଡ଼ିଶା କ୍ଷେତ୍ରରେ ହୋଇଛି ବୋଲି ସୂଚନା ଅଧିକାର କର୍ମୀ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।