-+91-9937148622 |
prerana_bgr@rediffmail.com |
Tuesday 16th June 2026 |
R.N.I. Regd No. ODIODI/2010/46693
Breaking News
02-Jun-2026
ବରପାଲି - (ସୁଦାମ ଦୀପ) ବରଗଡ ଜିଲ୍ଲା ବରପାଲି ବ୍ଲକ ଅଇଁଠାପାଲି ଗ୍ରାମରେ ଗତ ରାତି ୧୦ ଟାରେ ଧାନ ଶୁଖାକୁ ତଥା ପୂର୍ବ ଶତୃତାକୁ କେନ୍ଦ୍ର କରି ସୁବାଷ ପ୍ରଧାନ ୩୮ ବର୍ଷ ଙ୍କୁ ପାଖ ଘରର ଲିପନ ବେହେରା ୨୧ ବର୍ଷ ଓ ତାଙ୍କ ବାପା କ୍ଷିତିପତି ବେହେରା ୫୨ ବର୍ଷ, ବାପା ଓ ପୁଅ ମିଶି ଏକ କୋଦାଳରେ ପିଟି ପିଟି ମାରି ଦେଇ ଥିଲେ। ଆଜି ଖବରପାଇ ବରପାଲି ଥାନା ଅଧିକାରୀ ପ୍ରମୋଦ କୁମାର ସାହୁ ତଥା SDPO ପଦାରବିନ୍ଦ ତ୍ରିପାଠୀ ତଥା ସମ୍ବଲପୁରରୁ ସନ୍ଧାନୀ କୁକୁର ତଥା ସାଇଣ୍ଟିଫିକ ଦଳ ଆସି ଘଟଣାସ୍ଥଳ ରେ ଯାଞ୍ଚ କରିଥିଲେ। ଏଂବ ଶବକୂ ଜପତ କରି ପୋଷ୍ଟମର୍ଟମ ପାଇଁ ପଠାଇ ଅଭିଯୁକ୍ତ ବାପ ପୁଅଙ୍କୁ ଗିରଫ କରିଥିଲେ।ବରପାଲି ଥାନା କେଶ ନମ୍ବର ୨୨୯/୨୬ ଧାରା ୧୦୩ (୧) ୩ (୫) ବି.ଏନ .ଏସ. ଅଭିଯୋଗକାରୀ ମୃତ ସୁବଳ ପଧାନଙ୍କ ସ୍ତ୍ରୀ ସରସ୍ଵତୀ ପଧାନଙ୍କ ଅନୁସାରେ ଏକ ହତ୍ୟା ମାମଳା ରୁଜୁ କରି ଅଭିଯୁକ୍ତ ମାନଙ୍କୁ ଗିରଫ କରି ଜେଲ ହାଜତ କୁ ପଠାଇଥିଲେ।ଏଂବ ବ୍ୟବହୃତ ଅସ୍ତ୍ର କୁ ଜପତ କରିଥିଲେ।