-+91-9937148622 |

prerana_bgr@rediffmail.com |

  Wednesday 16th September 2026 |

| | | |

R.N.I. Regd No. ODIODI/2010/46693

Breaking News

ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||     

HOME   ଜିଲ୍ଲା

ପୂର୍ବତନ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ ନାଗଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ

31-May-2026



ବଲାଙ୍ଗୀର(ପ୍ରେରଣା ଖବର): ସ୍ଥାନୀୟ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟର ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ଶିକ୍ଷା ପରିବାର ତରଫରୁ ପୂର୍ବତନ ଜିଲ୍ଲା ଶିକ୍ଷା ଅଧିକାରୀ,ବଲାଙ୍ଗୀର ତଥା ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ,ସମ୍ବଲପୁର ପ୍ରଦୀପ କୁମାର ନାଗ ଙ୍କୁ ଏକ ଭାବବିହ୍ଵଳ ଓ ଗରିମାମୟ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା।ଜିଲ୍ଲା ଶିକ୍ଷା ଅଧିକାରୀ ସୁଧାଂଶୁ ଶେଖର ମିଶ୍ର ଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ମୁଖ୍ୟ ବକ୍ତା ଭାବେ ଡିଏଭି,ଟିଟିଲାଗଡ ର ଅବସରପ୍ରାପ୍ତ ଅଧ୍ୟକ୍ଷ ଶିବ ପ୍ରସାଦ ବେହେରା, ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରବୀର କୁମାର ପଣ୍ଡା,ରୀନା କୁମାରୀ ବେହେରା ଓ ସେବାଶ୍ରୀ ଭୋଇ,ବଲାଙ୍ଗୀର ବିଇଓ ନୀଳମଣି ପଟେଲ,ଟିଟିଲାଗଡ ବିଇଓ ଆର୍ତ୍ତତ୍ରାଣ ରଥ ମଞ୍ଚାସୀନ ଥିଲେ।ଶିକ୍ଷା ବିଭାଗର ଅଧିକାରୀ,କର୍ମଚାରୀ,ଡିପିସି ଅଫିସ ର ସମସ୍ତ କର୍ମଚାରୀ,ବିଭିନ୍ନ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ,ପ୍ରଧାନ ଶିକ୍ଷୟତ୍ରୀ,ବିଭିନ୍ନ ବିଦ୍ୟାଳୟ ର ଶିକ୍ଷକ,ଶିକ୍ଷୟତ୍ରୀ ଏବଂ ଶୁଭେଛୁ ମାନଙ୍କ ଉପସ୍ଥିତିରେ ଅନୁଷ୍ଠିତ ଏହି ସଭାରେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ନାଗ ଙ୍କ ଦୀର୍ଘ ଶିକ୍ଷା ସେବା ଜୀବନକୁ ସ୍ମରଣ କରାଯାଇଥିଲା।ସଭାର ପ୍ରାରମ୍ଭରେ ଅତିଥିମାନେ ପୁଷ୍ପଗୁଚ୍ଛ ପ୍ରଦାନ କରି ଶ୍ରୀ ନାଗ ଙ୍କୁ ସ୍ୱାଗତ ଜଣାଇଥିଲେ।ପରେ ମୁଖ୍ୟବକ୍ତା ଶ୍ରୀ ବେହେରା,ସଇଁତଲା ବିଇଓ ଦିଲୀପ ଯୋଶୀ,ଜିଲ୍ଲା ବିଜ୍ଞାନ ତତ୍ୱାବଧାରକ ନବଘନ ସାହୁ,ବଲାଙ୍ଗୀର ବିଇଓ ନୀଳମଣି ପଟେଲ,ଡିପିସି ଅଫିସ ର ସିନିଅର ଟେକ୍ନିକାଲ କନ୍ସଲଟାଣ୍ଟ ଭୁବନାନନ୍ଦ ହୋତା ଙ୍କ ସମେତ ବିଭିନ୍ନ ବକ୍ତା ଶ୍ରୀ ନାଗ ଙ୍କ କାର୍ଯ୍ୟ ଦକ୍ଷତା,ନିଷ୍ଠା ଓ ପ୍ରଶାସନିକ କୌଶଳ ସମ୍ପର୍କରେ ଆଲୋକପାତ କରିଥିଲେ।ବିଭିନ୍ନ ବକ୍ତା ମାନେ ନିଜ ବକ୍ତବ୍ୟରେ ଶ୍ରୀ ନାଗ ବଲାଙ୍ଗୀର ଜିଲ୍ଲା ରେ ଜିଲ୍ଲା ଶିକ୍ଷା ଅଧିକାରୀ ଭାବେ ଦାୟିତ୍ୱ ପାଳନ ସମୟରେ ଶିକ୍ଷାର ମାନୋନ୍ନତି, ବିଦ୍ୟାଳୟ ପରିଚାଳନାରେ ସ୍ୱଚ୍ଛତା,ଶିକ୍ଷକ ମାନଙ୍କ ମଧ୍ୟରେ ଦାୟିତ୍ୱବୋଧ ଏବଂ ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀଣ ବିକାଶ ପାଇଁ ଅନେକ ଉଲ୍ଲେଖନୀୟ ପଦକ୍ଷେପ ଗ୍ରହଣ କରିଥିଲେ ବୋଲି କହିଥିଲେ।ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରବୀର ପଣ୍ଡା, ରୀନା କୁମାରୀ ବେହେରା ଓ ସେବାଶ୍ରୀ ଭୋଇ ନିଜ ବକ୍ତବ୍ୟରେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ନାଗ ଙ୍କ ନେତୃତ୍ୱରେ ଜିଲ୍ଲା ର ବିଭିନ୍ନ ଶିକ୍ଷାମୂଳକ କାର୍ଯ୍ୟକ୍ରମ ସଫଳତାର ସହିତ ରୂପାୟିତ ହୋଇଥିଲା ବୋଲି କହିବା ସହ ବିଦ୍ୟାଳୟ ଗୁଡିକରେ ଶିକ୍ଷାର ଗୁଣାତ୍ମକ ବିକାଶ,ଛାତ୍ରଛାତ୍ରୀ ଙ୍କ ଉପସ୍ଥାନ ବୃଦ୍ଧି, ପରୀକ୍ଷା ଫଳାଫଳ ରେ ଉନ୍ନତି ଏବଂ ସରକାରୀ ଯୋଜନାଗୁଡିକର ସଫଳ କାର୍ଯ୍ୟକାରିତା କ୍ଷେତ୍ରରେ ତାଙ୍କର ଅବଦାନ ସର୍ବଦା ସ୍ମରଣୀୟ ହୋଇ ରହିବ ବୋଲି କହିଥିଲେ।ନିଜ ବକ୍ତବ୍ୟରେ ଶ୍ରୀ ନାଗ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ମିଳିଥିବା ସହଯୋଗ ପାଇଁ ସମସ୍ତ ଅଧିକାରୀ,ଶିକ୍ଷକ ଓ କର୍ମଚାରୀ ଙ୍କୁ କୃତଜ୍ଞତା ଜଣାଇଥିଲେ।ସେ କହିଥିଲେ ଯେ,ଶିକ୍ଷା କ୍ଷେତ୍ରର ଉନ୍ନତି କେବଳ ଜଣେ ବ୍ୟକ୍ତି ଙ୍କ ପକ୍ଷରେ ସମ୍ଭବ ନୁହେଁ,ବରଂ ସମସ୍ତଙ୍କ ମିଳିତ ପ୍ରୟାସ ଓ ସହଯୋଗ ଦ୍ୱାରା ଏହା ସମ୍ଭବ ହୋଇଥାଏ।ଭବିଷ୍ୟତ ରେ ମଧ୍ୟ ଶିକ୍ଷା କ୍ଷେତ୍ରର ଅଗ୍ରଗତି ପାଇଁ ସମସ୍ତେ ଏକତ୍ରିତ ହୋଇ କାମ କରିବାକୁ ସେ ଆହ୍ୱାନ ଜଣାଇଥିଲେ।ନିଜ ବକ୍ତବ୍ୟରେ ସେ କହିଥିଲେ ଯେ,ଦାୟିତ୍ୱ ନିର୍ବାହ ସମୟରେ ଶିକ୍ଷାର ଉନ୍ନତି ଓ କାର୍ଯ୍ୟ ର ସଫଳ ରୂପାୟନ ପାଇଁ ସେ କଠୋର ମନୋଭାବ ଅବଲମ୍ବନ କରିଥିଲେ। ଏହି କ୍ରମରେ କେବେ କେବେ କାହାକୁ କଠୋର ଭାଷାରେ ତାଗିଦ କିମ୍ବା ଭର୍ସନା କରିଥିଲେ,ତେବେ ତାହାକୁ ବ୍ୟକ୍ତିଗତ ଭାବେ ନ ନେବାକୁ ଅନୁରୋଧ କରିଥିଲେ।ତାଙ୍କର ସମସ୍ତ ପଦକ୍ଷେପ ଓ ନିଷ୍ପତ୍ତି କେବଳ ଶିକ୍ଷା ବ୍ୟବସ୍ଥା ର ଉନ୍ନତି ଏବଂ ଛାତ୍ରଛାତ୍ରୀ ଙ୍କ ହିତ କୁ ଦୃଷ୍ଟିରେ ରଖି ନିଆଯାଇଥିବା ସେ ପ୍ରକାଶ କରିଥିଲେ।ଏହି ଅବସରରେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ସେବାଶ୍ରୀ ଭୋଇ ଙ୍କ ମାର୍ଗଦର୍ଶନରେ ଜିଲ୍ଲା ପ୍ରକଳ୍ପ କାର୍ଯ୍ୟାଳୟ ର ପ୍ଳାନିଙ୍ଗ କୋର୍ଡିନେଟର ଦେବେଶ ମିଶ୍ର ଶ୍ରୀ ନାଗ ଙ୍କ କାର୍ଯ୍ୟକାଳ ସମୟରେ ଆୟୋଜିତ ବିଭିନ୍ନ ଶିକ୍ଷାଭିତ୍ତିକ କାର୍ଯ୍ୟକ୍ରମ,ବିଦ୍ୟାଳୟ ପରିଦର୍ଶନ,ସଫଳତା ଏବଂ ସ୍ମରଣୀୟ ମୁହୂର୍ତ୍ତ ଗୁଡିକର ସ୍ଥିର ଫୋଟୋ ଚିତ୍ର ଗୁଡିକୁ ସ୍ଲାଇଡ଼ ମାଧ୍ୟମରେ ପ୍ରଦର୍ଶନ କରିଥିଲେ।ପ୍ରଦର୍ଶିତ ଫୋଟୋ ଚିତ୍ରଗୁଡିକ ଉପସ୍ଥିତ ଅଧିକାରୀ ଓ ଶିକ୍ଷକମାନଙ୍କୁ ଶ୍ରୀ ନାଗ ଙ୍କ କାର୍ଯ୍ୟକାଳର ବିଭିନ୍ନ ସ୍ମୃତି କୁ ପୁନଃଜୀବିତ କରିଥିଲା ଏବଂ ସଭାର ପରିବେଶକୁ ଆହୁରି ଅଧିକ ଭାବପ୍ରବଣ କରିଥିଲା।ଶେଷରେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ,ଜିଲ୍ଲା ପ୍ରକଳ୍ପ କାର୍ଯ୍ୟାଳୟ,ଜିଲ୍ଲା ର ସମସ୍ତ ବ୍ଲକ ଶିକ୍ଷା ଅଧିକାରୀ,ଜିଲ୍ଲା ର ବିଭିନ୍ନ ବିଦ୍ୟାଳୟ,ଜୁନିଅର ରେଡକ୍ରସ ସୋସାଇଟି,ସ୍କାଉଟ ଗାଇଡ଼,କ୍ରୀଡା ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ତରଫରୁ ତାଙ୍କୁ ମାନପତ୍ର,ଉପଢୌକନ ଓ ସ୍ମୃତିଚିହ୍ନ ପ୍ରଦାନ କରାଯାଇ ଉତ୍ତୋରତ୍ତର ସୁସ୍ୱାସ୍ଥ୍ୟ,ସୁଖମୟ ଜୀବନ ଓ ଭବିଷ୍ୟତ ପାଇଁ ଶୁଭେଚ୍ଛା ଜଣାଯାଇଥିଲା।ଏହି ଅବସରରେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ର କର୍ମଚାରୀ କରୁଣା ସା ଙ୍କୁ ମଧ୍ୟ ତାଙ୍କ କର୍ମମୟ ଜୀବନରୁ ଅବସର ଗ୍ରହଣ କରିଥିବା ହେତୁ ପୁଷ୍ପାଗୁଚ୍ଛ,ଉତ୍ତରୀୟ ଓ ଉପଢୌକନ ପ୍ରଦାନ କରାଯାଇଥିଲା।କାର୍ଯ୍ୟକ୍ରମ ର ସଂଯୋଜନା ଶିକ୍ଷକ ହେମନ୍ତ ପ୍ରଧାନ କରିଥିବା ବେଳେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ର ପଞ୍ଚସଖା ଶିକ୍ଷା ସେତୁ ର ସଂଯୋଜକ ଦୁର୍ଗାପ୍ରସାଦ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   15-Sep-2026
  ଜିଲ୍ଲା  
କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   15-Sep-2026
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026

You Might Also Like