-+91-9937148622 |
prerana_bgr@rediffmail.com |
Thursday 17th September 2026 |
R.N.I. Regd No. ODIODI/2010/46693
Breaking News
30-May-2026
ନର୍ଲା (ଚିନ୍ତାମଣି ନାଏକ )
ନର୍ଲା ସ୍ଥିତ ଯୁକ୍ତ ତିନି କଳା ପଞ୍ଚୟତ ସମିତି ଡିଗ୍ରୀ କଲେଜ ପ୍ରାଙ୍ଗଣରେ ଇଂରାଜୀ ଅଧ୍ୟାପିକା ବାସନ୍ତୀ ସାହୁ ଓ କଲେଜ ର ବଡ଼ବାବୁ ସନ୍ତୋଷ ନାଏକ ଙ୍କୁ ଭାବ ଭାବବିହୋଲ ପରିବେଶ ରେ ବିଦାୟ କାଳୀନ ସମର୍ଦ୍ଧନା ଜ୍ଞ୍ୟାପନ କରାଯାଇଛି ଏହି କାର୍ଯ୍ୟକ୍ରମରେ ଟି କଲେଜ୍ ଅଧକ୍ଷ ସୁଶାନ୍ତ କୁମାର ସାହୁ ଙ୍କ ନେତୃତ୍ୱରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ +୩ କଲେଜ୍ ପ୍ରତିଷ୍ଠାତା ତଥା ପୂର୍ବତନ ପଞ୍ଚାୟତ ସମିତି ଅଧକ୍ଷ ନର୍ଲା ଶ୍ରୀ ଅଶୋକ କୁମାର ଚାନ୍ଦ ଓ ପୂର୍ବତନ ସରପଞ୍ଚ ଅନିରୁଦ୍ଧ ବିଶ୍ଵାଳ ପ୍ରମୁଖ ମଞ୍ଚାସିନ ଥିଲେ । ଏବଂ ଶ୍ରୀମତୀ ବାସନ୍ତୀ ସାହୁ ଦୀର୍ଘ ବର୍ଷ ଧରି ଯୁକ୍ତ ତିନି କଲେଜ ପାଇଁ ଇଂରାଜୀ ଅଧ୍ୟାପିକା ଭାବରେ ଅହରହ ଛାତ୍ର ଛାତ୍ରୀ ମାନଙ୍କ ଶିକ୍ଷା ଓ ସଂସ୍କାର ପାଇଁ ନିରବଛିନ୍ନ କାର୍ଯ୍ୟ କରିଥିବା ସହ ଅନେକ ଛାତ୍ର ଛାତ୍ରୀ ଙ୍କୁ ଶିକ୍ଷା କ୍ଷେତ୍ରରେ ଭବିଶ୍ଵତ୍ ଗଠନ ରେ ମାର୍ଗ ଦର୍ଶନ ଦେଇ ଆତ୍ମ ନିର୍ଭରସିଲ କରାଇ ଥିବା ଆଲୋଚନାରେ ସ୍ଥାନ ପାଇଥିଲା ଶ୍ରୀମତୀ ସାହୁ ଙ୍କ ଶହ ବରିଷ୍ଠ କିରାଣୀ ସନ୍ତୋଷ ନାୟକ ଙ୍କୁ ମଧ୍ଯ ସ୍ବାଗତ ସମର୍ଧନା ଜ୍ଞାପନ କରଯାଇଥିଲା ଉକ୍ତ କାର୍ଯ୍ୟକ୍ରମରେ ବରିଷ୍ଠ କର୍ମ ଚାରି ମୃତ୍ୟୁଞ୍ଜୟ ଚାନ୍ଦ, ରାଜେଶ ଚାନ୍ଦ ପୂର୍ବତନ ଛାତ୍ର ନେତା ଦୀପୁ ପାତ୍ର ସମେତ ଶତାଧିକ ଛାତ୍ର ଛାତ୍ରୀ ଓ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହିଥିଲେ