-+91-9937148622 |

prerana_bgr@rediffmail.com |

  Saturday 19th September 2026 |

| | | |

R.N.I. Regd No. ODIODI/2010/46693

Breaking News

"ସଂସ୍କାର,ସଂସ୍କୃତି ଓ ଜୀବନମୂଲ୍ୟ ହିଁ ଶିକ୍ଷା କୁ ସମ୍ପୂର୍ଣ୍ଣ କରିଥାଏ"   (19-Sep-2026)       ||      ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    (18-Sep-2026)       ||      ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର    (18-Sep-2026)       ||      ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   (18-Sep-2026)       ||      ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   (18-Sep-2026)       ||      କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   (18-Sep-2026)       ||      *ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   (18-Sep-2026)       ||      ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   (18-Sep-2026)       ||      ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   (18-Sep-2026)       ||      ଓଡ଼ିଶାର ପୌରପରିଷଦ, ଏନ୍‌.ଏ.ସି. ଓ ମହାନଗର ନିଗମ ସାଧାରଣ ନିର୍ବାଚନ♦️ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ସଂଶୋଧିତ କାର୍ଯ୍ୟସୂଚୀ ଜାରି*   (18-Sep-2026)       ||      ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   (18-Sep-2026)       ||      ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   (18-Sep-2026)       ||       ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   (18-Sep-2026)       ||      ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   (18-Sep-2026)       ||      ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   (18-Sep-2026)       ||      ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||      ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||      ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||     

HOME   ଜିଲ୍ଲା

ସିଟି ସ୍କେନ, ଏମ୍‌ଆରଆଇ ମେସିନ ବିନା ମେଡିକାଲ କଲେଜ ମୁଲ୍ୟହିନ -ନରସିଂହ

27-May-2026



ବିବିଏମ୍‌ସିଏଚ୍ ପ୍ରତି ଅବହେଳା ଜାରି ରହିଲେ, ହେବ ଆନ୍ଦୋଳନ - ନରସିଂହ

ବଲାଙ୍ଗିର(ପ୍ରେରଣା ଖବର):  ବଲାଙ୍ଗିରବାସୀଙ୍କ ବହୁଦିନର ସଂଘର୍ଷ ପରେ ଭୀମଭୋଇ ମେଡିକାଲ କଲେଜ ଆରମ୍ଭ ହୋଇଥିଲା । କିନ୍ତୁ ଗତ ବିଜେଡି ସରକାର ନିର୍ବାଚନକୁ ନେଇ ତରବରିଆ ଭାବେ ବିବିଏମ୍‌ସିଏଚ୍ କୁ ଅଧାପନ୍ତରିଆ ଭାବେ ଉଦ୍‌ଘାଟନ କଲା । ଦୁଃଖର ବିଷୟ ଆଜି ପର୍ଯ୍ୟନ୍ତ ସ୍ଥିତିରେ କୌଣସି ସୁଧାର ଆସିନାହିଁ । ଏହା ଏକ ରେଫରାଲ ସେଣ୍ଟର ଭାବେ କୁଖ୍ୟାତି ପାଇଲାଣି । ଷ୍ଟାଫର ସ୍ଥିତି ଦେଖିଲେ ଅନେକ ବିଭାଗରେ ଅନେକ ପଦବୀ ଖାଲି ପଡିଛି । ଚିକିତ୍ସା ପାଇଁ ଯେଉଁଟା ନିହାତି ଦରକାର ଯାହାକି ପାରା ମେଡିକାଲ ଷ୍ଟାଫ୍ ତାହାର ସ୍ଥିତି ଅତି ଦୟନୀୟ । ଏପରି ସ୍ଥଳେ ବିନା ପାରାମେଡିକାଲ ଷ୍ଟାଫରେ ମେଡିକାଲ କଲେଜ ଓ ହସପିଟାଲ ଚାଲିବ କେମିତି ବୋଲି ସ୍ଥାନୀୟ ଭୀମଭୋଇ ମେଡିକାଲ କଲେଜ ଓ ହସପିଟାଲ ପରିଦର୍ଶନରେ ଯାଇ କଲେଜର ଡିନ୍ ୍ ଡା. ସ୍ୱୟଂପ୍ରଭା ପ୍ରଧାନ ଙ୍କ ସହ ଆଲୋଚନା ପରେ ପୂର୍ବତନ

ଆଇନମନ୍ତ୍ରୀ ନରସିଂହ ମିଶ୍ର ନିଜ ପ୍ରତିକ୍ରିୟାରେ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ପ୍ରତ୍ୟେକ ଦିନ ବଲାଙ୍ଗିର ସହର ତଥା ଆଖ ପାଖ ଅଂଚଳରୁ ଲୋକେ ହୃଦଜନିତ ରୋଗରେ ଅତି କମ ବୟସରେ ମୃତ୍ୟୁବରଣ କରୁଛନ୍ତି । ହୃଦରୋଗ ବିଶେଷଜ୍ଞ ବିବିଏମ୍‌ସିଏଚ୍ ରେ ନିହାତି ଦରକାର ବୋଲି ଲୋକେ ଦାବି କରନ୍ତି କିନ୍ତୁ ଯେ ପର୍ଯ୍ୟନ୍ତ ମେଡିସିନ ବିଭାଗରେ ପିଜି ଖୋଲିବ ନାହିଁ ସେ ପର୍ଯ୍ୟନ୍ତ ହୃଦରୋଗ ବିଶେଷଜ୍ଞ ବିବିଏମ୍‌ସିଏଚ୍ କୁ ମିଳିବ ନାହିଁ । ତଥାପି ମଧ୍ୟ ନିଶ୍ଚିତ ଭାବେ ସରକାରଙ୍କ ଆଗରେ ଦାବି କରିବି, ଯେତେ ଶିଘ୍ର ହେବ ବିବିଏମ୍‌ସିଏଚ୍ କୁ ହୃଦ୍‌ରୋଗ ବିଶେଷଜ୍ଞ ସ୍ୱତନ୍ତ୍ର ଭାବେ ଦିଅନ୍ତୁ ଏବଂ ତା ସହ ବିବିଏମ୍‌ସିଏଚ୍ ତରଫରୁ ଆବେଦନ କରାଯାଇଥିବା ମେଡିସିନ ବିଭାଗ ପିଜି ପାଇଁ ଶିଘ୍ର ଏମ୍‌ସିଆଇ କୁ ସରକାର ଅନୁରୋଧ କରନ୍ତୁ ବୋଲି ସେ କହିଥିଲେ । ପାରା ମେଡିକାଲ ଷ୍ଟାଫ୍ ପୋଜିସନରେ ଉନ୍ନତି ଆଣିବା ପାଇଁ ଖାଲି ଥିବା ୨୦୨ ପଦବୀ ଶିଘ୍ର ପୁରଣ କରନ୍ତୁ । ପାରା ମେଡିକାଲ ଷ୍ଟାଫ୍ ସମ୍ପୁର୍ଣ୍ଣ ନ ରହିଲେ ଆଇସିୟୁ କେମିତି ଚାଲି ପାରିବ ବୋଲି ଶ୍ରୀ ମିଶ୍ର ପ୍ରଶ୍ନ କରିଥିଲେ । ଟ୍ରମା କେୟାର ସ୍ଥିତି ସମ୍ପୁର୍ଣ୍ଣ ବେହାଲ । ଏଥିରେ ଥିବା ୧୯ଟି ପଦବୀ ରୁ ସମ୍ପୁର୍ଣ୍ଣ ୧୯ ଟି ପଦବୀ ଖାଲି ଅଛି । ତେବେ କୌଣସି ବି ଦୁର୍ଘଟଣାରେ ସ୍ନାୟୁ ଜନିତ ସମସ୍ୟା ଯଦି ଉପୁଜେ ତେବେ ସଙ୍ଗେ ସଙ୍ଗେ ରୋଗିକୁ ବାହାର ମେଡିକାଲ କଲେଜକୁ କିମ୍ବା ଘରୋଇ ହସପିଟାଲ କୁ ପଠାଇ ଦିଆଯାଉଛି । ତେଣୁ ଏପରି ସ୍ଥଳେ ବିବିଏମ୍‌ସିଏଚ୍ ଅସହାୟ ଭାବେ କେବଳ ଏକ ରେଫରାଲ ସେଣ୍ଟର ଭାବେ ପରିଗଣିତ ହେଉଛି ବୋଲି ଶ୍ରୀ ମିଶ୍ର କହିବା ସହ ସରକାର ଏହି ଅସୁବିଧାକୁ ପ୍ରାଥମିକତା ଭିତ୍ତିରେ ପୁରଣ କରନ୍ତୁ ବୋଲି କହିଥିଲେ । ଯଦିଓ ପ୍ରଫେସର, ଏସୋସିଏଟ୍ ପ୍ରଫେସର, ଏସିଣ୍ଟେଣ୍ଟ ପ୍ରଫେସର ପଦବୀ ପୁରଣରେ ସାମାନ୍ୟ ସୁଧାର ଆସିଛି କିନ୍ତୁ ବିଭିନ୍ନ ବିଭାଗର ସିନିୟର ରେସିଡେନ୍ସ ଡକ୍ତର, ଜୁନିୟର ରେସିଡେନ୍ସ ଡକ୍ତର ପଦବୀ ମଧ୍ୟ ଅନେକ ଖାଲି ଅଛି । ତେଣୁ ସମଗ୍ରିକ ଭାବେ ଦେଖିବାକୁ ଗଲେ ସମସ୍ତ ବିଭାଗର ଚିକିତ୍ସା ଡାକ୍ତର ଅଭାବ ଯୋଗୁଁ ବାଧାପ୍ରାପ୍ତ ହେଉଛି । ଆଜି ପର୍ଯ୍ୟନ୍ତ ବିବିଏମ୍‌ସିଏଚ୍ ରେ ସିଟି ସ୍କେନ ମେସିନ ନାହିଁ । ରୋଗୀକୁ ସିଟି ସ୍କେନ ପାଇଁ ଜିଲ୍ଲା ସଦର ମହକୁମା ହସ୍‌ପିଟାଲକୁ ଯିବାକୁ ପଡୁଥିବାରୁ ରୋଗୀ ହଇରାଣ ହେଉଛନ୍ତି । ବର୍ଷେ ଆଗରୁ ସରକାର ପ୍ରତିଶୃତି ଦେଇଥିଲେ ହେଁ ଆଜି ପର୍ଯ୍ୟନ୍ତ ବିବିଏମ୍‌ସିଏଚ୍ ରେ ଏମ୍‌ଆରଆଇ ମେସିନ ଦେବାରେ ସରକାର କାହିଁକି ବିଫଳ ହେଉଛନ୍ତି ବୋଲି ଶ୍ରୀ ମିଶ୍ର ପ୍ରଶ୍ନ କରିଛନ୍ତି । ଏପରି କି ପୁରୁଣା ମେଡିକାଲ କଲେଜମାନଙ୍କରେ ରକ୍ତ ଭଣ୍ଡାର ଥିଲେ ହେଁ ବିବିଏମ୍‌ସିଏଚ୍ ରେ ରକ୍ତ ଭଣ୍ଡାର

ବ୍ୟବସ୍ଥା କାହିଁକି କରାଯାଇ ନାହିଁ ବୋଲି ଶ୍ରୀ ମିଶ୍ର ପ୍ରଶ୍ନ କରିଥିଲେ । କେବଳ ୪୦/୫୦ ୟୁନିଟ ରକ୍ତ ଷ୍ଟୋରେଜ କରିବା ବ୍ୟବସ୍ଥା ପର୍ଯ୍ୟାନ୍ତ ନୁହେଁ । ଯେହେତୁ ସ୍ୱାସ୍ଥ୍ୟ ମନ୍ତ୍ରୀ ଆମ ଜିଲ୍ଲାର ତେଣୁ ବଲାଙ୍ଗିର ଜିଲ୍ଲାବାସୀ ନିଶ୍ଚିତ ଭାବେ ବିବିଏମ୍‌ସିଏଚ୍ ର ଥିବା ଏହି ସମସ୍ତ ଅସୁବିଧାକୁ ଶିଘ୍ର ପୁରଣ ହୋଇପାରିବ ବୋଲି ଆଶା ରଖିଥିଲେ । କିନ୍ତୁ ଦୁଃଖର ବିଷୟ ଦିପ ତଳ ଅନ୍ଧାର ପରି ସ୍ୱାସ୍ଥ୍ୟ ମନ୍ତ୍ରୀ ପାଇ ମଧ୍ୟ ଆଜି ବଲାଙ୍ଗିର ଜିଲ୍ଲାବାସୀ ସ୍ୱାସ୍ଥ୍ୟସେବା ସୁବିଧାରୁ ବହୁ ଦୂରରେ ବୋଲି ପୂର୍ବତନ ଆଇନମନ୍ତ୍ରୀ କ୍ଷୋଭର ସହ କହିଛନ୍ତି । ଯଦି ବିବିଏମ୍‌ସିଏଚ୍ ରେ ଥିବା ସମସ୍ତ ଅସୁବିଧା ପ୍ରାଥମିକତା ଭିତ୍ତିରେ ପୁରଣ କରାନଯାଏ ତେବେ ସ୍ୱାସ୍ଥ୍ୟସେବାର ଅବହେଳାକୁ ନେଇ ଆଗାମୀ ଦିନରେ ଗାଁ ରୁ ସହର ପର୍ଯ୍ୟନ୍ତ ଆନ୍ଦୋଳନ କରାଯିବ ବୋଲି ଶ୍ରୀ ମିଶ୍ର ଚେତାବନୀ ଦେଇଛନ୍ତି । ଆଲୋଚନା ବେଳେ  ଶ୍ରୀ ମିଶ୍ରଙ୍କ ବ୍ୟତିତ କଂଗ୍ରେସ ନେତା ମନୀଷ ମିଶ୍ର, ହିମାଂଶୁ ନାୟକ, ଜୁଲୁ ପଟ୍ଟନାୟକ, ସାନନ୍ଦ ମିଶ୍ର, ସମୀର କୁମ୍ଭାର, କୈଳାସ ମିଶ୍ର, ରବିନ୍ଦ୍ର ଖମାରି ଏବଂ ଭୀମଭୋଇ ମେଡିକାଲ କଲେଜର ବିଭିନ୍ନ ବିଭାଗର ଏଚ୍‌ଓଡି ଓ ହସ୍‌ପିଟାଲ ମେନେଜର ଉପସ୍ଥିତ ଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
"ସଂସ୍କାର,ସଂସ୍କୃତି ଓ ଜୀବନମୂଲ୍ୟ ହିଁ ଶିକ୍ଷା କୁ ସମ୍ପୂର୍ଣ୍ଣ କରିଥାଏ"   19-Sep-2026
  ଜିଲ୍ଲା  
ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    18-Sep-2026
  ଜିଲ୍ଲା  
ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର   18-Sep-2026
  ଜିଲ୍ଲା  
ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   18-Sep-2026
  ଜିଲ୍ଲା  
ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   18-Sep-2026
  ଜିଲ୍ଲା  
କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   18-Sep-2026
  ଜିଲ୍ଲା  
*ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   18-Sep-2026
  ଅପରାଧ  
ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   18-Sep-2026
  ରାଜ୍ୟ  
ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   18-Sep-2026
  ରାଜ୍ୟ  
ଓଡ଼ିଶାର ପୌରପରିଷଦ, ଏନ୍‌.ଏ.ସି. ଓ ମହାନଗର ନିଗମ ସାଧାରଣ ନିର୍ବାଚନ♦️ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ସଂଶୋଧିତ କାର୍ଯ୍ୟସୂଚୀ ଜାରି*   18-Sep-2026
  ଜିଲ୍ଲା  
ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   18-Sep-2026
  ଦେଶ ବିଦେଶ  
ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   18-Sep-2026

You Might Also Like