-+91-9937148622 |
prerana_bgr@rediffmail.com |
Wednesday 17th June 2026 |
R.N.I. Regd No. ODIODI/2010/46693
Breaking News
26-May-2026
ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ )
ଓଏଏସ୍ ଫଳାଫଳ ପ୍ରକାଶ ପାଇଛି। ସୁବର୍ଣ୍ଣପୁର ସହରର ନିତେଶ କୁମାର ବାରିକ ୮ନମ୍ବର ରେଙ୍କ ରେ କୃତକାର୍ଯ୍ୟ ହୋଇଥିବା ବେଳେ ଶୀତଲ କୁଶଳ ୧୩୪ ରେଙ୍କ ରେ କୃତକାର୍ଯ୍ୟ ହୋଇଛନ୍ତି। ଉଭୟେ ପ୍ରଥମ ଥର ପରୀକ୍ଷା ରେ ଏହି ସଫଳତା ପାଇଛନ୍ତି। ନିତେଶ ଙ୍କ ପିତା ସାନନ୍ଦ ବାରିକ ଜଣେ ଯୁବନେତା ତଥା ମାଁ ଦମୟନ୍ତୀ ବାରିକ ପୌର ପରିଷଦ ର ପୁର୍ବତନ ଅଧ୍ଯକ୍ଷା ତଥା ଜନମୁରା ଗ୍ରାମପଞ୍ଚାୟତ ର ଏବେ ସରପଞ୍ଚ ଅଛନ୍ତି l ସେହିପରି ଶୀତଲ କୁଶଲ ସୋନପୁର ର ଯୁବ ନେତା ତଥା ପୂର୍ବତନ ଓଡ଼ିଶା ମତ୍ସ୍ୟ ନିଗମ ଅଧ୍ୟକ୍ଷ ଅଭିମନ୍ୟୁ କୁଶଳ ଙ୍କ ବଡ଼ଝିଅ ଅଟନ୍ତି। ଉଭୟେ ସୁବର୍ଣ୍ଣପୁର ସହରର ହୋଇଥିବା ଯୋଗୁଁ ଆଜି ସହରରେ ଖୁସି ର ମାହୋଲ ପ୍ରକାଶ ପାଇଛି ଓ ତାଙ୍କ ର ସଫଳତା ପାଇଁ ଶୁଭେଚ୍ଛା ର ସୁଅ ଛୁଟିଛି। ଆଜି ସନ୍ଧ୍ୟା ରେ ଭାରତ ବିକାଶ ପରିଷଦ,ସ୍ୱଚ୍ଛ ଭାରତ ସଙ୍ଗଠନ ଓ ବିଭିନ୍ନ ସଂଗଠନ ପକ୍ଷରୁ ଶୀତଲ କୁଶଳ ର ବାପା ଶ୍ରୀ ଅଭିମନ୍ୟୁ କୁଶଳ ଙ୍କୁ ପ୍ରଥମେ ସମ୍ବର୍ଧନା ଜ୍ଞାପନ କରିଛନ୍ତି l